unfoldingWord 35 - ଦୟାମୟ ପିତାଙ୍କ କାହାଣୀ

unfoldingWord 35 - ଦୟାମୟ ପିତାଙ୍କ କାହାଣୀ

சுருக்கமான வருணனை: Luke 15

உரையின் எண்: 1235

மொழி: Oriya

சபையினர்: General

செயல்நோக்கம்: Evangelism; Teaching

Features: Bible Stories; Paraphrase Scripture

நிலை: Approved

இந்த விரிவுரைக்குறிப்பு பிறமொழிகளின் மொழிபெயர்ப்பிற்கும் மற்றும் பதிவு செய்வதற்கும் அடிப்படை வழிகாட்டி ஆகும். பல்வேறு கலாச்சாரங்களுக்கும் மொழிகளுக்கும் பொருத்தமானதாக ஒவ்வொரு பகுதியும் ஏற்ற விதத்தில் இது பயன்படுத்தப்படவேண்டும்.சில விதிமுறைகளுக்கும் கோட்பாடுகளுக்கும் ஒரு விரிவான விளக்கம் தேவைப்படலாம் அல்லது வேறுபட்ட கலாச்சாரங்களில் இவை தவிர்க்கப்படலாம்.

உரையின் எழுத்து வடிவம்

ଦିନେ, ଯୀଶୁ ଅନେକ କର ଗ୍ରାହୀ ମାନଙ୍କୁ ଏବଂ ଅନ୍ୟ ପାପୀ ମାନଙ୍କୁ ଯେଉଁମାନେ ଶୁବାକୁ ଏକତ୍ର ହୋଇଥିଲେ, ଶିକ୍ଷା ଦେଉଥିଲେ ।

ସେଠାରେ ଥିବା କେତେକ ଧର୍ମ ନେତାମାନେ ଯୀଶୁଙ୍କୁ ପାପୀମାନଙ୍କ ସହିତ ବନ୍ଧୁ ଭାବରେ ବ୍ୟବହାର କରୁଥିବାର ଦେଖିଲେ,ଏବଂ ପରସ୍ପର ପ୍ରତି ସେମାନେ ତାଙ୍କ ବିରୁଦ୍ଧରେ ଯୁକ୍ତିତର୍କ କରିବାକୁ ଲାଗିଲେ ।ତେଣୁ ଯୀଶୁ ସେମାନଙ୍କୁ ଏହି କାହାଣୀ କହିଲେ ।

“ଜଣେ ବ୍ୟକ୍ତିଙ୍କର ଦୁଇ ପୁତ୍ର ଥିଲେ ।ସାନ ପୁଅ ବାପାଙ୍କୁ କହିଲା, ‘ବାପା, ସମ୍ପତ୍ତିରେ ଯେଉଁ ଭାଗ ମୋହର ଅଛି ତାହା ମୁଁ ଚାହେଁ!’ତେଣୁ ପିତା ସେହି ଦୁଇ ପୁତ୍ରଙ୍କ ମଧ୍ୟରେ ସମ୍ପତ୍ତି ଭାଗ କଲେ ।”

“ତାଙ୍କ ସାନ ପୁଅ ତାଙ୍କଠାରେ ଥିବା ସମସ୍ତ ଏକାଠି କରି ଦୂର ସ୍ଥାନକୁ ଚାଲିଗଲେ ଏବଂ ମନ୍ଦପୁର୍ଣ୍ଣ ଜୀବନ କାଟିବା ନିମନ୍ତେ ସମ୍ପତ୍ତି ଉଡାଇଦେଲେ ।”

“ତାହା ପରେ, ସାନ ପୁଅ ଯେଉଁ ଦେଶରେ ରହୁଥିଲା ସେହି ଦେଶରେ ଏକ ମହା ଦୁର୍ଭିକ୍ଷ ପଡିଲା, ଏବଂ ଖାଦ୍ୟ କିଣିବା ନିମନ୍ତେ ତା’ ନିକଟରେ ଅର୍ଥ ନ ଥିଲା ।ତେଣୁ ଘୁଷୁରୀ ଖୁଆଇବା କେବଳ କାମ ତାକୁ ମିଳିଲା ।ସେ ଏତେ ଦୟନୀୟ ଏବଂ ଭୋକିଲା ଥିଲା ଯେ ସେ ଘୁଷୁରୀମାନଙ୍କ ଖାଦ୍ୟ ଖାଇବାକୁ ଚାହିଁଲା ।”

“ପରିଶେଷରେ, ସାନ ପୁଅ ନିଜକୁ ନିଜେ କହିଲା ‘ମୁଁ କ’ଣ କରୁଛି?ମୋ ବାପାଙ୍କର ସମସ୍ତ ମୂଲିଆ ମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଅଛି ,ଏବଂ ମୁଁ ଏଠାରେ ଭୋକରେ ମରୁଛି ।ମୁଁ ମୋ ବାପାଙ୍କ ପାଖକୁ ଯିବି ଓ ମୋତେ ତାଙ୍କ ମୂଲିଆଙ୍କ ମଧ୍ୟରୁ ଜଣକ ପରି ରଖିବାକୁ କହିବି ।”

“ତେଣୁ ସାନ ପୁଅ ତାଙ୍କ ପିତାଙ୍କ ନିକଟକୁ ଗୃହକୁ ଫେରିଯିବା ନିମନ୍ତେ ବାହାରିଲା ।ସେ ଯେତେବେଳେ ଦୂର ସ୍ଥାନରେ ଥିଲା, ତା’ ପିତା ଦୂରରୁ ଦେଖି ଦୟାରେ ବିଗଳିତ ହେଲେ ।ସେ ତାଙ୍କ ପୁତ୍ର ନିକଟକୁ ଦୌଡିଯାଇ ଆଲିଙ୍ଗନ ଓ ଚୁମ୍ବନ କଲେ ।”

“ପୁତ୍ର କହିଲେ, ‘ବାପା, ମୁଁ ଈଶ୍ଵରଙ୍କ ବିରୁଦ୍ଧରେ ଓ ତୁମ୍ଭ ବିରୁଦ୍ଧରେ ପାପ କରିଅଛି ।ତୁମ୍ଭ ପୁଅ ବୋଲି ଡକାଯିବାର ମୁଁ ଯୋଗ୍ୟ ନୁହେଁ ।”

“କିନ୍ତୁ ତା’ ପିତା ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣକୁ କହିଲେ, ‘ଶୀଘ୍ର ଯାଇ ସବୁଠାରୁ ଉତ୍ତମ ବସ୍ତ୍ର ନେଇ ଆସ ଏବଂ ତାହା ମୋ ପୁତ୍ରଙ୍କୁ ପିନ୍ଧାଅ!ତା’ ଆଙ୍ଗୁଠିରେ ମୁଦି ଓ ପାଦରେ ପାଦୁକା ଦିଅ ।ତା’ପରେ ସବୁଠାରୁ ଉତ୍ତମ ବାଛୁରୀ ମାର ଏବଂ ଆମ୍ଭେ ଭୋଜ ପ୍ରସ୍ତୁତ କରି ଉତ୍ସବ କରିବା, କାରଣ ମୋ ପୁତ୍ର ମୃତ ହୋଇଥିଲା, କିନ୍ତୁ ବର୍ତ୍ତମାନ ସେ ଜୀବିତ ଅଛି!ସେ ହଜିଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଲା!”

“ତେଣୁ ଲୋକମାନେ ଉତ୍ସବ ପାଳନ କରିବା ଆରମ୍ଭ କଲେ ।ଅଧିକ ସମୟ ହେବା ପୁର୍ବରୁ, କ୍ଷେତରେ କାର୍ଯ୍ୟ କରୁଥିବା ବଡ ପୁଅ ଗୃହକୁ ଆସିଲା ।ସେ ସଙ୍ଗୀତ ଓ ନୃତ୍ୟର ଶବ୍ଦ ଶୁଣିପାରିଲା ଓ କ’ଣ ହୋଇଛି ବୋଲି ଆଚମ୍ବିତ ହେଲା ।”

“ତା’ ସାନ ଭାଇ ଆସିଥିବାରୁ ଯେ ଏହି ସମସ୍ତ ଉତ୍ସବର ଆୟୋଜନ ହୋଇଛି ତାହା ଯେତେବେଳେ ବଡ ପୁଅ ଦେଖିଲା, ସେତେବେଳେ ସେ ଅତି କ୍ରୋଧ ହୋଇଯାଇଥିଲା ଓ ଘର ଭିତରକୁ ଗଲା ନାହିଁ ।ତା’ ପିତା ଆସିଲେ ଏବଂ ସେମାନଙ୍କ ସହ ଉତ୍ସବ ପାଳନ କରିବାକୁ ଅନୁରୋଧ କଲେ, କିନ୍ତୁ ସେ ନାସ୍ତି କଲା ।”

ବଡ ପୁଅ ପିତାଙ୍କୁ କହିଲା “ଏତେ ବର୍ଷ ଧରି ମୁଁ ବିଶ୍ଵସ୍ତ ଭାବରେ ତୁମର କାର୍ଯ୍ୟ କରିଆସିଅଛି!ମୁଁ କେବେ ତୁମର ଅନାଜ୍ଞାବହ ହୋଇନାହିଁ, ତଥାପି ତୁମେ ମୋ ପାଇଁ ଗୋଟିଏ ଛୋଟ ଛେଳି ଛୁଆ ସୁଦ୍ଧା ଦେଲନାହଁ ଯେପରିକି ମୁଁ ମୋହର ବନ୍ଧୁ ମାନଙ୍କ ସହିତ ଉତ୍ସବ କରିପାରିବି । କିନ୍ତୁ ତୁମ୍ଭର ଏହି ଯେଉଁ ପୁତ୍ର କଦାଚାରରେ ତୁମର ସମ୍ପତ୍ତି ସମାପ୍ତ କରି ଗୃହକୁ ଫେରିଲା, ତୁମେ ତା’ ନିମନ୍ତେ ସବୁଠାରୁ ହୃଷ୍ଟପୁଷ୍ଟ ବାଛୁରୀ ମାରିଲ!”

“ପିତା ଉତ୍ତର ଦେଲେ, ‘ପୁଅ, ତୁମେ ସର୍ବଦା ମୋ ସହିତ ଅଛ, ଯେଉଁ ସମସ୍ତ ମୋର ସେହି ସମସ୍ତ ମଧ୍ୟ ତୁମର ।କିନ୍ତୁ ଆମ୍ଭ ପାଇଁ ଉତ୍ସବ ପାଳନ କରିବା ଉଚିତ ଥିଲା, କାରଣ ତୁମର ଭାଇ ମରିଯାଇଥିଲା, କିନ୍ତୁ ବର୍ତ୍ତମାନ ବଞ୍ଚିଛି ।ସେ ହଜିଯାଇଥିଲା, କିନ୍ତୁ ବର୍ତ୍ତମାନ ମିଳିଛି!”

தொடர்புடைய தகவல்கள்

ஜீவனுள்ள வார்த்தைகள் - இரட்சிப்பை பற்றியும் கிறிஸ்தவ ஜீவியத்தை பற்றியும் GRN ஆயிரக்கணக்கான மொழிகளில் வேதாகம செய்திகளை ஆடியோவில் சுவிஷேச செய்திகளாக கொண்டுள்ளது.

இலவச பதிவிறக்கங்கள் - இங்கே நீங்கள் GRN இன் முதன்மையான செய்தி உரைகளை பற்பலமொழிகளில், படங்கள் இன்னும் தொடர்புடைய உபகரணங்களையும் பதிவிறக்கம் செய்ய கிடைக்கிறது.

GRN இன் ஆடியோ நூலகம் - சுவிஷேஷத்திற்கும் வேதாகம அடிப்படை போதனைகளுக்கும் தேவையான உபகரணப் பொருட்கள் மக்களின் தேவைக்கும் கலாச்சாரத்திற்கும் பாணிகளுக்கும் ஏற்ற விதத்தில் பல்வேறு வடிவமைப்புகளில் அமைந்துள்ளது.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons