unfoldingWord 04 - ଅବ୍ରାହାମ ସହିତ ପରମେଶ୍ଵରଙ୍କ ଚୁକ୍ତି

เค้าโครง: Genesis 11-15
รหัสบทความ: 1204
ภาษา: Oriya
หัวข้อ: Living as a Christian (Obedience, Leaving old way, begin new way); Sin and Satan (Judgement, Heart, soul of man)
ผู้ฟัง: General
เป้าหมายของสื่อบันทึกเสียง: Evangelism; Teaching
Features: Bible Stories; Paraphrase Scripture
สถานะ: Approved
บทความเป็นแนวทางพื้นฐานสำหรับการแปลและบันทึกเสียงภาษาอื่นๆ ควรดัดแปลงตามความจำเป็นเพื่อให้เข้าใจและเหมาะสมกับวัฒนธรรมและภาษาแต่ละภาษา คำศัพท์และแนวคิดบางคำที่ใช้อาจต้องอธิบายเพิ่มเติม หรือแทนที่ หรือตัดออก
เนื้อหาบทความ

ଜଳପ୍ଲାବନର ଅନେକ ବର୍ଷ ପରେ ଜଗତରେ ଅନେକ ଲୋକ ମାନେ ବାସ କରିବାକୁ ଲାଗିଲେ ଓ ସେମାନେ ଗୋଟିଏ ଭାଷାରେ କଥା କହୁଥିଲେ । ପରମେଶ୍ଵରଙ୍କ ଆଜ୍ଞା ଅନୁସାରେ ପୃଥିବୀକୁ ପରିପୂର୍ଣ କରିବା ବଦଳରେ, ସେମାନେ ସମସ୍ତେ ଏକତ୍ରିତ ହୋଇ ନଗର ନିର୍ମାଣ କରିବାକୁ ଲାଗିଲେ ।

ସେମାନେ ଅତ୍ୟଧିକ ଗର୍ବୀ ଥିଲେ ଓ ପରମେଶ୍ଵରଙ୍କ କଥା ପ୍ରତି ମନଯୋଗୀ ନ ଥିଲେ । ସେମାନେ ସ୍ଵର୍ଗକୁ ପହଞ୍ଚିବା ପାଇଁ ବୃହତ ଗଡ ନିର୍ମାଣ କରିଲେ । ପରମେଶ୍ଵର ଦେଖିଲେ ଯେ, ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ଜାରି ରଖିବେ, ତେବେ ସେମାନେ ଅଧିକ ପାପପୁର୍ଣ୍ଣ କାର୍ଯ୍ୟ କରିବେ ।

ତେଣୁକରି ପରମେଶ୍ଵର ସେମାନଙ୍କର ଭାଷାକୁ ଅନେକ ଭାଷାରେ ବଦଳିଲେ ଓ ପୃଥିବୀର ବିଭିନ୍ନ ସ୍ଥାନରେ ସେମାନଙ୍କୁ ପ୍ରସାରିତ କରିଦେଲେ । ଯେଉଁ ନଗର ସେମାନେ ନିର୍ମାଣ କରିବା ଆରମ୍ଭ କରିଥିଲେ, ତାହାର ନାମ ବାବିଲ ଥିଲା । ଏହାର ଅର୍ଥ “ଦ୍ୱନ୍ଦ୍ୱ” ।

ଶହ ଶହ ବର୍ଷ ପରେ, ଜଣେ ବ୍ୟକ୍ତି, ଅବ୍ରାମଙ୍କ ସହିତ ପରମେଶ୍ଵର କଥା ହେଲେ।ପରମେଶ୍ଵର ତାଙ୍କୁ କହିଲେ, “ତୁମ ପରିବାର ଓ ତୁମ ଦେଶ ଛାଡି ମୁଁ ଯେଉଁ ଦେଶ ଦେଖାଇବି, ସେହି ଦେଶକୁ ଯାଅ । ମୁଁ ତୁମକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ ଦେଶ କରିବି । ମୁଁ ତୁମ୍ଭର ନାମକୁ ମହାନ୍ କରିବି । ଯେଉଁମାନେ ତୁମକୁ ଆଶୀର୍ବାଦ କରିବେ, ସେମାନଙ୍କୁ ମୁଁ ଆଶୀର୍ବାଦ କରିବି, ଯେଉଁମାନେ ଅଭିଶାପ ଦେବେ, ସେମାନଙ୍କୁ ଅଭିଶାପ ଦେବି । ତୁମ କାରଣରୁ ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ।“

ତେବେ ଆବ୍ରାମ ପରମେଶ୍ଵରଙ୍କ ବାଧ୍ୟ ହେଲେ । ସେ ତାଙ୍କ ସ୍ତ୍ର୍ରୀ ସାରୀଙ୍କୁ ନେଲେ, ତାଙ୍କ ଦାସମାନଙ୍କୁ ଓ ଯାହା ତାଙ୍କର ଥିଲା ସେସସବୁ ନେଇ ପରମେଶ୍ଵର ଯେଉଁ ଦେଶ ଦେଖାଇଥିଲେ, ସେହି “କିଣାନ” ଦେଶକୁ ଗଲେ ।

ଯେତେବେଳେ ଆବ୍ରାମ କିଣ।ଣ ପହଞ୍ଚିଲେ,ପରମେଶ୍ଵର କହିଲେ,"ତୁମ୍ଭ ଚତୁର୍ପାର୍ଶ୍ଵକୁ ଦେଖ । ଯାହା ତୁମେ ଦେଖିପାରୁଅଛ, ଏହି ସମସ୍ତ ସ୍ଥାନ ମୁଁ ତୁମ୍ଭକୁ ଏବଂ ତୁମ୍ଭର ବଂଶଧରକୁ ଅଧିକାର ଭାବେ ଦେବି । ତା’ପରେ ଆବ୍ରାମ ସେହି ସ୍ଥାନରେ ବାସକଲା ।

ଦିନେ, ଅବ୍ରାମ ମହାନ୍ ଇଶ୍ଵରଙ୍କର ଯାଜକ, ମଲକୀସଦକଙ୍କୁ ଭେଟିଲେ । ମଲକିସେଦକ ଅବ୍ରାମଙ୍କୁ ଆଶୀର୍ବାଦ ଦେଲେ ଏବଂ କହିଲେ,, ସର୍ବୋଚ୍ଚ ଇଶ୍ଵର ଯିଏ ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାରୀ, ଅବ୍ରାମଙ୍କୁ ଆଶୀର୍ବାଦ କରନ୍ତୁ । ତା’ପରେ ଅବ୍ରାମ ତାଙ୍କ ସମସ୍ତ ସମ୍ପତିର ଦଶମାଂଶ ମଲକୀସେଦକଙ୍କୁ ଦେଲେ ।

ଅନେକ ବର୍ଷ ବିତିଗଲା, କିନ୍ତୁ ଏ ପର୍ଯ୍ୟନ୍ତ ଅବ୍ରାମ୍ ଏବଂ ସାରୀଙ୍କ ସନ୍ତାନ ନ ଥିଲା ।ପରମେଶ୍ଵର ଅବ୍ରାମଙ୍କୁ ପୁନର୍ବାର ପ୍ରତିଜ୍ଞା କରି କହିଲେ ଯେ ତାଙ୍କର ଏକ ପୁତ୍ର ହେବ ଓ ତାଙ୍କ ବଂଶଗଣ ଆକାଶରେ ଥିବା ତାରାଗୁଡିକ ପରି ହେବେ । ପରମେଶ୍ଵରଙ୍କର ପ୍ରତିଜ୍ଞାକୁ ଅବ୍ରାମଙ୍କ ବିଶ୍ଵାସ କଲେ । ପରମେଶ୍ଵର ଅବ୍ରାମଙ୍କୁ ଧାର୍ମିକ ବୋଲି ଘୋଷଣା କଲେ, ଯେହେତୁ ସେ ପରମେଶ୍ଵରଙ୍କଠାରେ ବିଶ୍ଵାସ କଲେ ।

ତେବେ, ପରମେଶ୍ଵର ଅବ୍ରାମଙ୍କ ସହିତ ନିୟମ ସ୍ଥାପନ କରିଲେ । ଦୁଇ ଦଳ ମଧ୍ୟରେ ଏକ ଚୁକ୍ତି କରିବା ଏକ ନିୟମ ଅଟେ । ପରମେଶ୍ଵର କହିଲେ, ତୁମ ଶରୀରରୁ ମୁଁ ତୁମ ପାଇଁ ଏକ ପୁତ୍ର ଦେବି । ତୁମ ବଂଶଧରଙ୍କୁ ମୁଁ “କିଣାନ“ ଦେଶ ଦେବି । କିନ୍ତୁ ଏ ପର୍ଯ୍ୟନ୍ତ ଅବ୍ରାମଙ୍କ ପୁତ୍ର ନ ଥିଲା ।