Valitse kieli

mic

Jaa

Jaa linkki

QR code for https://globalrecordings.net/script/8702

unfoldingWord 04 - ଅବ୍ରାହାମ ସହିତ ପରମେଶ୍ଵରଙ୍କ ଚୁକ୍ତି

unfoldingWord 04 - ଅବ୍ରାହାମ ସହିତ ପରମେଶ୍ଵରଙ୍କ ଚୁକ୍ତି

Pääpiirteet: Genesis 11-15

Käsikirjoituksen numero: 1204

Kieli: Odia / Oriya

Teema: Living as a Christian (Obedience, Leaving old way, begin new way); Sin and Satan (Judgement, Heart, soul of man)

Yleisö: General

Tarkoitus: Evangelism; Teaching

Features: Bible Stories; Paraphrase Scripture

Tila: Approved

Käsikirjoitukset ovat perusohjeita muille kielille kääntämiseen ja tallentamiseen. Niitä tulee mukauttaa tarpeen mukaan, jotta ne olisivat ymmärrettäviä ja merkityksellisiä kullekin kulttuurille ja kielelle. Jotkut käytetyt termit ja käsitteet saattavat vaatia lisäselvitystä tai jopa korvata tai jättää kokonaan pois.

Käsikirjoitusteksti

ଜଳପ୍ଲାବନର ଅନେକ ବର୍ଷ ପରେ ଜଗତରେ ଅନେକ ଲୋକ ମାନେ ବାସ କରିବାକୁ ଲାଗିଲେ ଓ ସେମାନେ ଗୋଟିଏ ଭାଷାରେ କଥା କହୁଥିଲେ । ପରମେଶ୍ଵରଙ୍କ ଆଜ୍ଞା ଅନୁସାରେ ପୃଥିବୀକୁ ପରିପୂର୍ଣ କରିବା ବଦଳରେ, ସେମାନେ ସମସ୍ତେ ଏକତ୍ରିତ ହୋଇ ନଗର ନିର୍ମାଣ କରିବାକୁ ଲାଗିଲେ ।

ସେମାନେ ଅତ୍ୟଧିକ ଗର୍ବୀ ଥିଲେ ଓ ପରମେଶ୍ଵରଙ୍କ କଥା ପ୍ରତି ମନଯୋଗୀ ନ ଥିଲେ । ସେମାନେ ସ୍ଵର୍ଗକୁ ପହଞ୍ଚିବା ପାଇଁ ବୃହତ ଗଡ ନିର୍ମାଣ କରିଲେ । ପରମେଶ୍ଵର ଦେଖିଲେ ଯେ, ଯଦି ସେମାନେ ମନ୍ଦ କାର୍ଯ୍ୟ କରିବା ଜାରି ରଖିବେ, ତେବେ ସେମାନେ ଅଧିକ ପାପପୁର୍ଣ୍ଣ କାର୍ଯ୍ୟ କରିବେ ।

ତେଣୁକରି ପରମେଶ୍ଵର ସେମାନଙ୍କର ଭାଷାକୁ ଅନେକ ଭାଷାରେ ବଦଳିଲେ ଓ ପୃଥିବୀର ବିଭିନ୍ନ ସ୍ଥାନରେ ସେମାନଙ୍କୁ ପ୍ରସାରିତ କରିଦେଲେ । ଯେଉଁ ନଗର ସେମାନେ ନିର୍ମାଣ କରିବା ଆରମ୍ଭ କରିଥିଲେ, ତାହାର ନାମ ବାବିଲ ଥିଲା । ଏହାର ଅର୍ଥ “ଦ୍ୱନ୍ଦ୍ୱ” ।

ଶହ ଶହ ବର୍ଷ ପରେ, ଜଣେ ବ୍ୟକ୍ତି, ଅବ୍ରାମଙ୍କ ସହିତ ପରମେଶ୍ଵର କଥା ହେଲେ।ପରମେଶ୍ଵର ତାଙ୍କୁ କହିଲେ, “ତୁମ ପରିବାର ଓ ତୁମ ଦେଶ ଛାଡି ମୁଁ ଯେଉଁ ଦେଶ ଦେଖାଇବି, ସେହି ଦେଶକୁ ଯାଅ । ମୁଁ ତୁମକୁ ଆଶୀର୍ବାଦ କରିବି ଓ ତୁମ୍ଭକୁ ମହାନ ଦେଶ କରିବି । ମୁଁ ତୁମ୍ଭର ନାମକୁ ମହାନ୍ କରିବି । ଯେଉଁମାନେ ତୁମକୁ ଆଶୀର୍ବାଦ କରିବେ, ସେମାନଙ୍କୁ ମୁଁ ଆଶୀର୍ବାଦ କରିବି, ଯେଉଁମାନେ ଅଭିଶାପ ଦେବେ, ସେମାନଙ୍କୁ ଅଭିଶାପ ଦେବି । ତୁମ କାରଣରୁ ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ।“

ତେବେ ଆବ୍ରାମ ପରମେଶ୍ଵରଙ୍କ ବାଧ୍ୟ ହେଲେ । ସେ ତାଙ୍କ ସ୍ତ୍ର୍ରୀ ସାରୀଙ୍କୁ ନେଲେ, ତାଙ୍କ ଦାସମାନଙ୍କୁ ଓ ଯାହା ତାଙ୍କର ଥିଲା ସେସସବୁ ନେଇ ପରମେଶ୍ଵର ଯେଉଁ ଦେଶ ଦେଖାଇଥିଲେ, ସେହି “କିଣାନ” ଦେଶକୁ ଗଲେ ।

ଯେତେବେଳେ ଆବ୍ରାମ କିଣ।ଣ ପହଞ୍ଚିଲେ,ପରମେଶ୍ଵର କହିଲେ,"ତୁମ୍ଭ ଚତୁର୍ପାର୍ଶ୍ଵକୁ ଦେଖ । ଯାହା ତୁମେ ଦେଖିପାରୁଅଛ, ଏହି ସମସ୍ତ ସ୍ଥାନ ମୁଁ ତୁମ୍ଭକୁ ଏବଂ ତୁମ୍ଭର ବଂଶଧରକୁ ଅଧିକାର ଭାବେ ଦେବି । ତା’ପରେ ଆବ୍ରାମ ସେହି ସ୍ଥାନରେ ବାସକଲା ।

ଦିନେ, ଅବ୍ରାମ ମହାନ୍ ଇଶ୍ଵରଙ୍କର ଯାଜକ, ମଲକୀସଦକଙ୍କୁ ଭେଟିଲେ । ମଲକିସେଦକ ଅବ୍ରାମଙ୍କୁ ଆଶୀର୍ବାଦ ଦେଲେ ଏବଂ କହିଲେ,, ସର୍ବୋଚ୍ଚ ଇଶ୍ଵର ଯିଏ ସ୍ଵର୍ଗ ଓ ପୃଥିବୀର ସମସ୍ତ ଅଧିକାରୀ, ଅବ୍ରାମଙ୍କୁ ଆଶୀର୍ବାଦ କରନ୍ତୁ । ତା’ପରେ ଅବ୍ରାମ ତାଙ୍କ ସମସ୍ତ ସମ୍ପତିର ଦଶମାଂଶ ମଲକୀସେଦକଙ୍କୁ ଦେଲେ ।

ଅନେକ ବର୍ଷ ବିତିଗଲା, କିନ୍ତୁ ଏ ପର୍ଯ୍ୟନ୍ତ ଅବ୍ରାମ୍ ଏବଂ ସାରୀଙ୍କ ସନ୍ତାନ ନ ଥିଲା ।ପରମେଶ୍ଵର ଅବ୍ରାମଙ୍କୁ ପୁନର୍ବାର ପ୍ରତିଜ୍ଞା କରି କହିଲେ ଯେ ତାଙ୍କର ଏକ ପୁତ୍ର ହେବ ଓ ତାଙ୍କ ବଂଶଗଣ ଆକାଶରେ ଥିବା ତାରାଗୁଡିକ ପରି ହେବେ । ପରମେଶ୍ଵରଙ୍କର ପ୍ରତିଜ୍ଞାକୁ ଅବ୍ରାମଙ୍କ ବିଶ୍ଵାସ କଲେ । ପରମେଶ୍ଵର ଅବ୍ରାମଙ୍କୁ ଧାର୍ମିକ ବୋଲି ଘୋଷଣା କଲେ, ଯେହେତୁ ସେ ପରମେଶ୍ଵରଙ୍କଠାରେ ବିଶ୍ଵାସ କଲେ ।

ତେବେ, ପରମେଶ୍ଵର ଅବ୍ରାମଙ୍କ ସହିତ ନିୟମ ସ୍ଥାପନ କରିଲେ । ଦୁଇ ଦଳ ମଧ୍ୟରେ ଏକ ଚୁକ୍ତି କରିବା ଏକ ନିୟମ ଅଟେ । ପରମେଶ୍ଵର କହିଲେ, ତୁମ ଶରୀରରୁ ମୁଁ ତୁମ ପାଇଁ ଏକ ପୁତ୍ର ଦେବି । ତୁମ ବଂଶଧରଙ୍କୁ ମୁଁ “କିଣାନ“ ଦେଶ ଦେବି । କିନ୍ତୁ ଏ ପର୍ଯ୍ୟନ୍ତ ଅବ୍ରାମଙ୍କ ପୁତ୍ର ନ ଥିଲା ।

Aiheeseen liittyvät tiedot

Elämän Sanat - Äänitettyjä evankeliumiviestejä tuhansilla kielillä, jotka sisältävät Raamattuun perustuvia viestejä pelastuksesta ja kristillisestä elämästä.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?