unfoldingWord 37 - ଯୀଶୁ ଲାଜାରକୁ ମୃତ୍ୟୁରୁ ଉଠାନ୍ତି

unfoldingWord 37 - ଯୀଶୁ ଲାଜାରକୁ ମୃତ୍ୟୁରୁ ଉଠାନ୍ତି

சுருக்கமான வருணனை: John 11:1-46

உரையின் எண்: 1237

மொழி: Oriya

சபையினர்: General

பகுப்பு: Bible Stories & Teac

செயல்நோக்கம்: Evangelism; Teaching

வேதாகம மேற்கோள்: Paraphrase

நிலை: Approved

இந்த விரிவுரைக்குறிப்பு பிறமொழிகளின் மொழிபெயர்ப்பிற்கும் மற்றும் பதிவு செய்வதற்கும் அடிப்படை வழிகாட்டி ஆகும். பல்வேறு கலாச்சாரங்களுக்கும் மொழிகளுக்கும் பொருத்தமானதாக ஒவ்வொரு பகுதியும் ஏற்ற விதத்தில் இது பயன்படுத்தப்படவேண்டும்.சில விதிமுறைகளுக்கும் கோட்பாடுகளுக்கும் ஒரு விரிவான விளக்கம் தேவைப்படலாம் அல்லது வேறுபட்ட கலாச்சாரங்களில் இவை தவிர்க்கப்படலாம்.

உரையின் எழுத்து வடிவம்

ଦିନେ, ଯୀଶୁ ଏକ ବାର୍ତ୍ତା ପାଇଲେ ଯେ ଲାଜାର ଅତି ଅସୁସ୍ଥ ଅଛନ୍ତି ।ଲାଜାର ଓ ତାହାଙ୍କ ଦୁଇଜଣ ଭଉଣୀ, ମରିୟମ ଓ ମାର୍ଥା, ଯୀଶୁଙ୍କର ଅତି ଘନିଷ୍ଠ ବନ୍ଧୁ ଥିଲେ ।ଯୀଶୁ ଯେତେବେଳେ ଏହି ବାର୍ତ୍ତା ଶୁଣିଲେ, ସେ କହିଲେ “ଏହି ଅସୁସ୍ଥତା ମୃତ୍ୟୁ ଦ୍ଵ।ରା ସମାପ୍ତ ହେବ ନାହିଁ, କିନ୍ତୁ ଏହା ଈଶ୍ଵରଙ୍କ ଗୌରବ ନିମନ୍ତେ ଅଟେ ।”ଯୀଶୁ ତାହାଙ୍କ ବନ୍ଧୁମାନଙ୍କୁ ପ୍ରେମ କରୁଥିଲେ, କିନ୍ତୁ ସେମାନେ ଯେଉଁ ସ୍ଥାନରେ ଥିଲେ ସେଠାରେ ଦୁଇଦିନ ରହିଗଲେ ।

ଦୁଇଦିନ ସମାପ୍ତ ପରେ, ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ, “ଆସ, ଆମେ ଯିହୂଦା ପ୍ରଦେଶକୁ ଯିବା ।” ଶିଷ୍ୟମାନେ ଉତ୍ତର ଦେଲେ “ଗୁରୁ, କିଛିକ୍ଷଣ ପୂର୍ବରୁ ଲୋକମାନେ ଆପଣଙ୍କୁ ହତ୍ୟା କରିବା ନିମନ୍ତେ ଚାହୁଁଥିଲେ!”ଯୀଶୁ କହିଲେ “ଆମ୍ଭମାନଙ୍କ ବନ୍ଧୁ ଲାଜାର ନିଦ୍ରା ଯାଇଅଛନ୍ତି, ଏବଂ ମୁଁ ତାହାଙ୍କୁ ନିହାତି ନିଦ୍ରାରୁ ଉଠାଇବାକୁ ପଡିବ ।”

ଯୀଶୁଙ୍କ ଶିଷ୍ୟମାନେ ଉତ୍ତର ଦେଲେ “ଗୁରୁ, ଯଦି ଲାଜାର ନିଦ୍ରା ଯାଇଅଛନ୍ତି, ତେବେ ସେ ଉଠିବେ ।“ତା’ପରେ ଯୀଶୁ ସେମାନଙ୍କୁ ସରଳ ଭାବରେ କହିଲେ “ଲାଜାର ମରିଯାଇଅଛନ୍ତି ।ମୁଁ ଆନନ୍ଦିତ ଯେ ମୁଁ ସେଠାରେ ନ ଥିଲି, ଯେପରିକି ତୁମ୍ଭେମାନେ ମୋଠାରେ ବିଶ୍ଵାସ କରିବ ।“

ଯୀଶୁ ଯେତେବେଳେ ଲାଜାରଙ୍କ ନଗରକୁ ଆସିଲେ, ଲାଜାର ମରି କବର ପ୍ରାପ୍ତ ହୋଇ ଚାରିଦିନ ହୋଇସାରିଥିଲା ।ମାର୍ଥା ଯୀଶୁଙ୍କୁ ଭେଟିବାକୁ ଯାଇ କହିଲେ “ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଥାନ୍ତେ, ତେବେ ମୋର ଭାଇ ମରିନଥାନ୍ତେ ।କିନ୍ତୁ ମୁଁ ବିଶ୍ଵାସ କରେ ଆପଣ ଈଶ୍ଵରଙ୍କୁ ଯାହାକିଛି ମାଗିବେ ସେ ତାହା ଆପଣଙ୍କୁ ଦେବେ ।“

ଯୀଶୁ ଉତ୍ତର ଦେଲେ “ମୁଁ ପୁନଃରୁତଥାନ ଏବଂ ଜୀବନ ଅଟେ ।ଯିଏ ମୋଠାରେ ବିଶ୍ଵାସ କରେ, ଯଦିଓ ସେ ମରେ ତଥାପି ସେ ବଞ୍ଚିବ ।ଯେକୌଣସି ଲୋକ ମୋ ଠାରେ ବିଶ୍ଵାସ କରେ ସେ କଦାପି ମରିବ ନାହିଁ ।ତୁମେ ଏହା ବିଶ୍ଵାସ କରକି?”ମାର୍ଥା ଉତ୍ତର ଦେଲେ, “ହଁ, ଗୁରୁ!ମୁଁ ବିଶ୍ବାସ କରେ ଯେ ଆପଣ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି ।“

ତା’ପରେ ମରିୟମ ପହଞ୍ଚିଲେ ।ସେ ଯୀଶୁଙ୍କ ଚରଣ ତଳେ ପଡି କହିଲେ “ପ୍ରଭୁ, ଯଦି ଆପଣ ଏଠାରେ ଥା’ନ୍ତେ, ମୋ ଭାଇ ମରି ନଥାନ୍ତେ ।“ଯୀଶୁ ସେମାନଙ୍କୁ ପଚାରିଲେ “ତୁମ୍ଭେମାନେ ଲାଜାରଙ୍କୁ କେଉଁଠାରେ ରଖିଅଛ?”ସେମାନେ କହିଲେ “ସମାଧି ସ୍ଥାନରେ ।ଆସ ଏବଂ ଦେଖ ।“ତା’ପରେ ଯୀଶୁ କାନ୍ଦିଲେ ।

ସମାଧି ସ୍ଥାନଟି ଏକ ଗୁମ୍ଫା ଥିଲା ଏବଂ ଏହାର ମୁହଁରେ ଏକ ପଥର ଗଡାଇ ଦିଆଯାଇଥିଲା ।ଯୀଶୁ ଯେତେବେଳେ ସମାଧିରେ ପହଞ୍ଚିଲେ, ସେ ସେମାନଙ୍କୁ କହିଲେ “ପଥର ଗଡାଅ ଏବଂ ଦୂର କର ।“କିନ୍ତୁ ମାର୍ଥା କହିଲେ “ସେ ମରି ଚାରିଦିନ ହେଲାଣି । ସେଠାରେ ଦୁର୍ଗନ୍ଧ ଥିବ ।“

ଯୀଶୁ ଉତ୍ତର ଦେଲେ “ମୁଁ କ’ଣ ତୁମ୍ଭମାନଙ୍କୁ କହିନାହିଁ କି ଯେ ତୁମ୍ଭେମାନେ ମୋଠାରେ ବିଶ୍ଵାସ କଲେ ଈଶ୍ଵରଙ୍କ ମହିମା ଦେଖିବ?”ତେଣୁ ସେମାନେ ପଥରକୁ ଗଡାଇ ଦୂର କଲେ ।

ତା’ପରେ ଯୀଶୁ ସ୍ଵର୍ଗ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କରି କହିଲେ “ପିତଃ, ମୋ ପ୍ରାର୍ଥନା ଶୁଣିଥିବାରୁ ଧନ୍ୟବାଦ ।ମୁଁ ଜାଣେ ତୁମ୍ଭେ ସର୍ବଦା ମୋ କଥା ଶୁଣିଥାଅ, କିନ୍ତୁ ଯେଉଁ ସମସ୍ତ ଲୋକ ଏଠାରେ ଠିଆ ହୋଇଅଛନ୍ତି ସେହି ଲୋକମାନଙ୍କ ସକାଶେ ମୁଁ ଏହା କହୁଅଛି ।“ତା’ପରେ ଯୀଶୁ ଉଚ୍ଚ ସ୍ଵରରେ କହିଲେ “ଲାଜାର, ବାହାରି ଆସ!”

ତେଣୁ ଲାଜାର ବାହାରି ଆସିଲେ!ସେସମୟରେ ମଧ୍ୟ ସେ ସମାଧି ବସ୍ତ୍ରରେ ଗୁଡାଯାଇଥିଲେ ।ଯୀଶୁ ସେମାନଙ୍କୁ କହିଲେ “ଏହି ସମାଧି ବସ୍ତ୍ର ତାହାଙ୍କଠାରୁ କାଢି ତାଙ୍କର ବନ୍ଧନ ମୁକ୍ତ କର!”ଯୀଶୁଙ୍କର ଏହି ଆଶ୍ଚର୍ଯ୍ୟକର୍ମ ସକାଶୁ ଅନେକ ଯିହୂଦୀ ତାହାଙ୍କଠାରେ ବିଶ୍ଵାସ କଲେ ।

କିନ୍ତୁ ଯିହୂଦୀମାନଙ୍କର ଧର୍ମ ନେତାମାନେ ଈର୍ଷାନ୍ମିତ ହୋଇଥିଲେ, ତେଣୁ ସେମାନେ କିପରି ଭାବରେ ଯୀଶୁ ଏବଂ ଲାଜାରଙ୍କୁ ହତ୍ୟା କରିବେ ତାହା ଏକାଠି ହୋଇ ଯୋଜନା କରିବାକୁ ଲାଗିଲେ ।

தொடர்புடைய தகவல்கள்

ஜீவனுள்ள வார்த்தைகள் - இரட்சிப்பை பற்றியும் கிறிஸ்தவ ஜீவியத்தை பற்றியும் GRN ஆயிரக்கணக்கான மொழிகளில் வேதாகம செய்திகளை ஆடியோவில் சுவிஷேச செய்திகளாக கொண்டுள்ளது.

இலவச பதிவிறக்கங்கள் - இங்கே நீங்கள் GRN இன் முதன்மையான செய்தி உரைகளை பற்பலமொழிகளில், படங்கள் இன்னும் தொடர்புடைய உபகரணங்களையும் பதிவிறக்கம் செய்ய கிடைக்கிறது.

GRN இன் ஆடியோ நூலகம் - சுவிஷேஷத்திற்கும் வேதாகம அடிப்படை போதனைகளுக்கும் தேவையான உபகரணப் பொருட்கள் மக்களின் தேவைக்கும் கலாச்சாரத்திற்கும் பாணிகளுக்கும் ஏற்ற விதத்தில் பல்வேறு வடிவமைப்புகளில் அமைந்துள்ளது.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons