unfoldingWord 27 - ଉତ୍ତମ ଶମିରୋଣୀୟଙ୍କ କାହାଣୀ

unfoldingWord 27 - ଉତ୍ତମ ଶମିରୋଣୀୟଙ୍କ କାହାଣୀ

சுருக்கமான வருணனை: Luke 10:25-37

உரையின் எண்: 1227

மொழி: Oriya

சபையினர்: General

பகுப்பு: Bible Stories & Teac

செயல்நோக்கம்: Evangelism; Teaching

வேதாகம மேற்கோள்: Paraphrase

நிலை: Approved

இந்த விரிவுரைக்குறிப்பு பிறமொழிகளின் மொழிபெயர்ப்பிற்கும் மற்றும் பதிவு செய்வதற்கும் அடிப்படை வழிகாட்டி ஆகும். பல்வேறு கலாச்சாரங்களுக்கும் மொழிகளுக்கும் பொருத்தமானதாக ஒவ்வொரு பகுதியும் ஏற்ற விதத்தில் இது பயன்படுத்தப்படவேண்டும்.சில விதிமுறைகளுக்கும் கோட்பாடுகளுக்கும் ஒரு விரிவான விளக்கம் தேவைப்படலாம் அல்லது வேறுபட்ட கலாச்சாரங்களில் இவை தவிர்க்கப்படலாம்.

உரையின் எழுத்து வடிவம்

ଦିନେ, ଜଣେ ଯିହୁଦୀ ବ୍ୟବସ୍ଥା ଅଭ୍ୟସ୍ତ ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ ନିହାତି କ’ଣ କରିବାକୁ ହେବ?”ଯୀଶୁ ଉତ୍ତର ଦେଲେ “ବ୍ୟବସ୍ଥାରେ କ’ଣ ଲେଖାଅଛି?”

ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉତ୍ତର ଦେଲେ ଯେ ଈଶ୍ଵରଙ୍କ ବ୍ୟବସ୍ଥା କୁହେ “ତୁମ୍ଭେ ପ୍ରଭୁ ଈଶ୍ଵରଙ୍କୁ ତୁମ୍ଭର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ବଳ ଓ ସମସ୍ତ ମନ ଦେଇ ପ୍ରେମ କର ।ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।”ଯୀଶୁ ଉତ୍ତର ଦେଲେ “ତୁମ୍ଭେ ଠିକ୍ କହି ଅଛ!ଏହା କର ତେବେ ତୁମ୍ଭେ ବଞ୍ଚିବ ।”

କିନ୍ତୁ ବ୍ୟବସ୍ଥା ଶାସ୍ତ୍ରଜ୍ଞ ନିଜକୁ ଧାର୍ମିକ ପ୍ରମାଣିତ କରିବାକୁ ପଚାରିଲେ “ମୋ ପ୍ରତିବାସୀ କିଏ?”

ଯୀଶୁ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନଙ୍କୁ ଏକ କାହାଣୀ କହି ଏହାର ଉତ୍ତର ଦେଲେ ।“ଜଣେ ବ୍ୟକ୍ତି ଯିରୁଶାଲମରୁ ରାସ୍ତାରେ ଯିରୀହୋକୁ ଯାତ୍ରା କରୁଥିଲେ ।

ଲୋକଟି ଯେତେବେଳେ ଯାତ୍ରା କରୁଥିଲେ, ସେତେବେଳେ ସେ ଏକ ଦଳ ଡକାୟତଙ୍କ ଦ୍ଵାରା ଆକ୍ରମଣର କାରଣ ହେଲେ ।ତାଙ୍କ ନିକଟରେ ଥିବା ସମସ୍ତ ବିଷୟକୁ ସେମାନେ ନେଇଗଲେ ଏବଂ ତାଙ୍କୁ ମରିବା ପର୍ଯ୍ୟନ୍ତ ମାଡ ମାରିଲେ ।ତା’ପରେ ସେମାନେ ଚାଲିଗଲେ ।”

ସେହି ସମୟରେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ ।ଯେତେବେଳେ ସେହି ଧର୍ମଗୁରୁ ମାଡ ମରାହୋଇ ପଡିଥିବା ଲୋକଙ୍କୁ ଦେଖିଲେ ସେ ସେତେବେଳେ ରାସ୍ତାର ଆର ପାଖ ଦେଇ ଚାଲିଗଲେ, ଯିଏ ସାହାଯ୍ୟ ଆବଶ୍ୟକତା କରୁଥିବ ସେହି ଲୋକଙ୍କ ଠାରୁ ମୁହଁମୋଡ଼ି ଚାଲିଗଲେ ।”

“ତା'ପରେ ଅଳ୍ପ ସମୟ ମଧ୍ୟରେ, ସେହି ରାସ୍ତା ଦେଇ ଜଣେ ଲେବୀୟ ଆସିଲେ ।(ଲେବୀୟମାନେ ହେଉଛନ୍ତି ଏକ ଯିହୂଦୀମାନଙ୍କ ଏକ ଜାତି ଯିଏ ଯାଜକମାନଙ୍କୁ ମନ୍ଦିରରେ ସାହାଯ୍ୟ କରୁଥିଲେ ।)ଲେବୀୟ ମଧ୍ୟ ସେହି ରାସ୍ତାର ଆର ପାଖ ଦେଇ ଚାଲିଯାଇ ସେହି ଦରମରା ଅବସ୍ଥାରେ ଯାହାକୁ ଲୁଟିନେଇଥିଲେ ଏବଂ ମାଡ ଖାଇ ପଡିଥିବା ଲୋକ ଠାରୁ ମୁହଁମୋଡି ଚାଲିଗଲେ ।”

“ପରବର୍ତ୍ତୀ ସମୟରେ ଯେଉଁ ବ୍ୟକ୍ତି ସେହି ରାସ୍ତା ଦେଇ ଗଲେ ସେ ଜଣେ ଶମିରୋଣୀୟ ଲୋକ ଥିଲେ ।(ଶମିରୋଣୀୟମାନେ ହେଉଛନ୍ତି ଯିହୂଦୀମାନଙ୍କର ବଂଶଧର ଯେଉଁମାନେ ଅନ୍ୟ ଦେଶରୁ ବିବାହ କରିଥିଲେ) ।ଶମିରୋଣୀୟମାନେ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ ।)କିନ୍ତୁ ଶମିରୋଣୀୟ ଲୋକ ଯେତେବେଳେ ସେହି ଯିହୂଦୀ ବ୍ୟକ୍ତିଙ୍କୁ ଦେଖିଲେ, ସେ ତାଙ୍କ ପ୍ରତି ଦୟାରେ ବିଗଳିତ ହେଲେ ।ତେଣୁ ତାଙ୍କର ଯତ୍ନ ନେଲେ ଏବଂ ତାଙ୍କର କ୍ଷତସବୁକୁ ସଫା କଲେ।”

“ତା’ପରେ ସେହି ଶମିରୋଣୀୟ ସେହି ବ୍ୟକ୍ତିଙ୍କୁ ଉଠାଇ ନିଜ ଗଧ ଉପରେ ବସାଇଲେ ଏବଂ ତାଙ୍କୁ ରାସ୍ତା ନିକଟସ୍ଥ ପାନ୍ଥଶାଳାକୁ ନେଇଗଲେ ଯେଉଁଠି ସେ ତାଙ୍କର ଯତ୍ନ ନେଲେ ।”

“ପରଦିନ, ସେହି ଶମିରୋଣୀୟ ବ୍ୟକ୍ତି ତାଙ୍କ ଯାତ୍ରା ଜାରିରଖିଲେ ।ସେ ପାନ୍ଥଶାଳାର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଦେଇ କହିଲେ “ତାହାଙ୍କର ଯତ୍ନ ନିଅ ଏବଂ ତୁମେ ଯଦି ଏହାଠାରୁ ଅଧିକ ଖର୍ଚ୍ଚ କରିବ, ତେବେ ମୁଁ ବାହୁଡିବା ସମୟରେ ସେହି ଖର୍ଚ୍ଚଗୁଡିକ ପରିଶୋଧ କରିଦେବି ।”

ତା’ପରେ ଯୀଶୁ ସେହି ବ୍ୟବସ୍ଥା ଶାସ୍ତ୍ରଜ୍ଞଙ୍କୁ ପଚାରିଲେ “ତୁମ୍ଭେ କ’ଣ ଭାବୁଅଛ?ଏହି ତିନିଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡରେ ପଡିଥିବା ଲୋକଟିର ପ୍ରତିବାସୀ ଯାହାକୁ ଲୁଟାଗଲା ଏବଂ ମାଡ ମରାଗଲା?ସେ ଉତ୍ତର ଦେଲେ, “ଯିଏ ତାଙ୍କ ପ୍ରତି ଦୟା ଦେଖାଇଥିଲେ, ସିଏ ।”ଯୀଶୁ ତାଙ୍କୁ କହିଲେ “ତୁମ୍ଭେ ଯାଅ ଏବଂ ସେହିପ୍ରକାର କର ।”

தொடர்புடைய தகவல்கள்

ஜீவனுள்ள வார்த்தைகள் - இரட்சிப்பை பற்றியும் கிறிஸ்தவ ஜீவியத்தை பற்றியும் GRN ஆயிரக்கணக்கான மொழிகளில் வேதாகம செய்திகளை ஆடியோவில் சுவிஷேச செய்திகளாக கொண்டுள்ளது.

இலவச பதிவிறக்கங்கள் - இங்கே நீங்கள் GRN இன் முதன்மையான செய்தி உரைகளை பற்பலமொழிகளில், படங்கள் இன்னும் தொடர்புடைய உபகரணங்களையும் பதிவிறக்கம் செய்ய கிடைக்கிறது.

GRN இன் ஆடியோ நூலகம் - சுவிஷேஷத்திற்கும் வேதாகம அடிப்படை போதனைகளுக்கும் தேவையான உபகரணப் பொருட்கள் மக்களின் தேவைக்கும் கலாச்சாரத்திற்கும் பாணிகளுக்கும் ஏற்ற விதத்தில் பல்வேறு வடிவமைப்புகளில் அமைந்துள்ளது.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons