Выберите язык

mic

Поделиться

Поделиться ссылкой

QR code for https://globalrecordings.net/script/8725

unfoldingWord 27 - ଉତ୍ତମ ଶମିରୋଣୀୟଙ୍କ କାହାଣୀ

unfoldingWord 27 - ଉତ୍ତମ ଶମିରୋଣୀୟଙ୍କ କାହାଣୀ

План-конспект: Luke 10:25-37

Номер текста: 1227

Язык: Odia / Oriya

Aудитория: General

Цель: Evangelism; Teaching

Features: Bible Stories; Paraphrase Scripture

статус: Approved

Сценарии - это основные инструкции по переводу и записи на другие языки. Их следует при необходимости адаптировать, чтобы сделать понятными и актуальными для каждой культуры и языка. Некоторые используемые термины и концепции могут нуждаться в дополнительном пояснении или даже полностью замещаться или опускаться.

Текст программы

ଦିନେ, ଜଣେ ଯିହୁଦୀ ବ୍ୟବସ୍ଥା ଅଭ୍ୟସ୍ତ ଶାସ୍ତ୍ରଜ୍ଞ ଯୀଶୁଙ୍କୁ ପରୀକ୍ଷା କରିବା ପାଇଁ ପଚାରିଲେ, “ଗୁରୁ, ଅନନ୍ତ ଜୀବନ ପାଇବା ନିମନ୍ତେ ମୁଁ ନିହାତି କ’ଣ କରିବାକୁ ହେବ?”ଯୀଶୁ ଉତ୍ତର ଦେଲେ “ବ୍ୟବସ୍ଥାରେ କ’ଣ ଲେଖାଅଛି?”

ବ୍ୟବସ୍ଥା ଶାସ୍ତ୍ରଜ୍ଞ ଉତ୍ତର ଦେଲେ ଯେ ଈଶ୍ଵରଙ୍କ ବ୍ୟବସ୍ଥା କୁହେ “ତୁମ୍ଭେ ପ୍ରଭୁ ଈଶ୍ଵରଙ୍କୁ ତୁମ୍ଭର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ବଳ ଓ ସମସ୍ତ ମନ ଦେଇ ପ୍ରେମ କର ।ଏବଂ ତୁମ୍ଭ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର ।”ଯୀଶୁ ଉତ୍ତର ଦେଲେ “ତୁମ୍ଭେ ଠିକ୍ କହି ଅଛ!ଏହା କର ତେବେ ତୁମ୍ଭେ ବଞ୍ଚିବ ।”

କିନ୍ତୁ ବ୍ୟବସ୍ଥା ଶାସ୍ତ୍ରଜ୍ଞ ନିଜକୁ ଧାର୍ମିକ ପ୍ରମାଣିତ କରିବାକୁ ପଚାରିଲେ “ମୋ ପ୍ରତିବାସୀ କିଏ?”

ଯୀଶୁ ବ୍ୟବସ୍ଥା ଶାସ୍ତ୍ରଜ୍ଞମାନଙ୍କୁ ଏକ କାହାଣୀ କହି ଏହାର ଉତ୍ତର ଦେଲେ ।“ଜଣେ ବ୍ୟକ୍ତି ଯିରୁଶାଲମରୁ ରାସ୍ତାରେ ଯିରୀହୋକୁ ଯାତ୍ରା କରୁଥିଲେ ।

ଲୋକଟି ଯେତେବେଳେ ଯାତ୍ରା କରୁଥିଲେ, ସେତେବେଳେ ସେ ଏକ ଦଳ ଡକାୟତଙ୍କ ଦ୍ଵାରା ଆକ୍ରମଣର କାରଣ ହେଲେ ।ତାଙ୍କ ନିକଟରେ ଥିବା ସମସ୍ତ ବିଷୟକୁ ସେମାନେ ନେଇଗଲେ ଏବଂ ତାଙ୍କୁ ମରିବା ପର୍ଯ୍ୟନ୍ତ ମାଡ ମାରିଲେ ।ତା’ପରେ ସେମାନେ ଚାଲିଗଲେ ।”

ସେହି ସମୟରେ ଜଣେ ଯିହୂଦୀ ଯାଜକ ସେହି ରାସ୍ତା ଦେଇ ଯାଉଥିଲେ ।ଯେତେବେଳେ ସେହି ଧର୍ମଗୁରୁ ମାଡ ମରାହୋଇ ପଡିଥିବା ଲୋକଙ୍କୁ ଦେଖିଲେ ସେ ସେତେବେଳେ ରାସ୍ତାର ଆର ପାଖ ଦେଇ ଚାଲିଗଲେ, ଯିଏ ସାହାଯ୍ୟ ଆବଶ୍ୟକତା କରୁଥିବ ସେହି ଲୋକଙ୍କ ଠାରୁ ମୁହଁମୋଡ଼ି ଚାଲିଗଲେ ।”

“ତା'ପରେ ଅଳ୍ପ ସମୟ ମଧ୍ୟରେ, ସେହି ରାସ୍ତା ଦେଇ ଜଣେ ଲେବୀୟ ଆସିଲେ ।(ଲେବୀୟମାନେ ହେଉଛନ୍ତି ଏକ ଯିହୂଦୀମାନଙ୍କ ଏକ ଜାତି ଯିଏ ଯାଜକମାନଙ୍କୁ ମନ୍ଦିରରେ ସାହାଯ୍ୟ କରୁଥିଲେ ।)ଲେବୀୟ ମଧ୍ୟ ସେହି ରାସ୍ତାର ଆର ପାଖ ଦେଇ ଚାଲିଯାଇ ସେହି ଦରମରା ଅବସ୍ଥାରେ ଯାହାକୁ ଲୁଟିନେଇଥିଲେ ଏବଂ ମାଡ ଖାଇ ପଡିଥିବା ଲୋକ ଠାରୁ ମୁହଁମୋଡି ଚାଲିଗଲେ ।”

“ପରବର୍ତ୍ତୀ ସମୟରେ ଯେଉଁ ବ୍ୟକ୍ତି ସେହି ରାସ୍ତା ଦେଇ ଗଲେ ସେ ଜଣେ ଶମିରୋଣୀୟ ଲୋକ ଥିଲେ ।(ଶମିରୋଣୀୟମାନେ ହେଉଛନ୍ତି ଯିହୂଦୀମାନଙ୍କର ବଂଶଧର ଯେଉଁମାନେ ଅନ୍ୟ ଦେଶରୁ ବିବାହ କରିଥିଲେ) ।ଶମିରୋଣୀୟମାନେ ଓ ଯିହୂଦୀମାନେ ପରସ୍ପରକୁ ଘୃଣା କରୁଥିଲେ ।)କିନ୍ତୁ ଶମିରୋଣୀୟ ଲୋକ ଯେତେବେଳେ ସେହି ଯିହୂଦୀ ବ୍ୟକ୍ତିଙ୍କୁ ଦେଖିଲେ, ସେ ତାଙ୍କ ପ୍ରତି ଦୟାରେ ବିଗଳିତ ହେଲେ ।ତେଣୁ ତାଙ୍କର ଯତ୍ନ ନେଲେ ଏବଂ ତାଙ୍କର କ୍ଷତସବୁକୁ ସଫା କଲେ।”

“ତା’ପରେ ସେହି ଶମିରୋଣୀୟ ସେହି ବ୍ୟକ୍ତିଙ୍କୁ ଉଠାଇ ନିଜ ଗଧ ଉପରେ ବସାଇଲେ ଏବଂ ତାଙ୍କୁ ରାସ୍ତା ନିକଟସ୍ଥ ପାନ୍ଥଶାଳାକୁ ନେଇଗଲେ ଯେଉଁଠି ସେ ତାଙ୍କର ଯତ୍ନ ନେଲେ ।”

“ପରଦିନ, ସେହି ଶମିରୋଣୀୟ ବ୍ୟକ୍ତି ତାଙ୍କ ଯାତ୍ରା ଜାରିରଖିଲେ ।ସେ ପାନ୍ଥଶାଳାର ଦାୟିତ୍ଵରେ ଥିବା ବ୍ୟକ୍ତିଙ୍କୁ କିଛି ଅର୍ଥ ଦେଇ କହିଲେ “ତାହାଙ୍କର ଯତ୍ନ ନିଅ ଏବଂ ତୁମେ ଯଦି ଏହାଠାରୁ ଅଧିକ ଖର୍ଚ୍ଚ କରିବ, ତେବେ ମୁଁ ବାହୁଡିବା ସମୟରେ ସେହି ଖର୍ଚ୍ଚଗୁଡିକ ପରିଶୋଧ କରିଦେବି ।”

ତା’ପରେ ଯୀଶୁ ସେହି ବ୍ୟବସ୍ଥା ଶାସ୍ତ୍ରଜ୍ଞଙ୍କୁ ପଚାରିଲେ “ତୁମ୍ଭେ କ’ଣ ଭାବୁଅଛ?ଏହି ତିନିଜଣଙ୍କ ମଧ୍ୟରୁ କିଏ ଡକାୟତମାନଙ୍କ ହାବୁଡରେ ପଡିଥିବା ଲୋକଟିର ପ୍ରତିବାସୀ ଯାହାକୁ ଲୁଟାଗଲା ଏବଂ ମାଡ ମରାଗଲା?ସେ ଉତ୍ତର ଦେଲେ, “ଯିଏ ତାଙ୍କ ପ୍ରତି ଦୟା ଦେଖାଇଥିଲେ, ସିଏ ।”ଯୀଶୁ ତାଙ୍କୁ କହିଲେ “ତୁମ୍ଭେ ଯାଅ ଏବଂ ସେହିପ୍ରକାର କର ।”

Схожая информация

Слова Жизни - Аудиопослания Евангелия на тысячах языков, содержащие библейские послания о спасении и христианской жизни.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?