Wybierz język

mic

Udział

Udostępnij link

QR code for https://globalrecordings.net/script/or/1206

unfoldingWord 06 - ଇସାହକଙ୍କ ପାଇଁ ପରମେଶ୍ଵର ଯୋଗାନ୍ତି

unfoldingWord 06 - ଇସାହକଙ୍କ ପାଇଁ ପରମେଶ୍ଵର ଯୋଗାନ୍ତି

Zarys: Genesis 24:1-25:26

Numer skryptu: 1206

Język: Odia / Oriya

Publiczność: General

Zamiar: Evangelism; Teaching

Features: Bible Stories; Paraphrase Scripture

Status: Approved

Skrypty to podstawowe wytyczne dotyczące tłumaczenia i nagrywania na inne języki. Powinny być dostosowane w razie potrzeby, aby były zrozumiałe i odpowiednie dla każdej kultury i języka. Niektóre użyte terminy i pojęcia mogą wymagać dodatkowego wyjaśnienia, a nawet zostać zastąpione lub całkowicie pominięte.

Tekst skryptu

ଯେତେବେଳେ ଅବ୍ରାହାମ ଅତି ବୃଦ୍ଧ ହୋଇଥିଲେ, ତାଙ୍କ ପୁତ୍ର, ଇସାହକ ବୃଦ୍ଧି ହୋଇ ଯୁବାଲୋକ ହୋଇଥିଲେ Iତେଣୁ ଅବ୍ରାହାମ ତାଙ୍କ ପୂତ୍ର ଇସହାକଙ୍କ ନିମନ୍ତେ ଭାର୍ଯା ଆଣିବା ପାଇଁ ତାଙ୍କ ପରିଜନମାନେ ଯେଉଁଠାରେ ବାସ କରୁଥିଲେ ସେହି ସ୍ଥାନକୁ ଦାସମାନଙ୍କ ମଧ୍ୟରୁ ଜଣକୁ ପଠାଇଲେ I

ଦୀର୍ଘ ସମୟ ଯାତ୍ରା ପରେ ଯେଉଁ ସ୍ଥାନରେ ଅବ୍ରାହମଙ୍କର ପରିଜନମାନେ ବାସକରୁଥିଲେ ପରମେଶ୍ଵର ଦାସଙ୍କୁ ରିବିକାଙ୍କ ନିକଟକୁ କଢାଇ ନେଲେ Iସେ ଅବ୍ରାହମଙ୍କ ଭାଇ'ଙ୍କ ନାତୁଣୀ ଥିଲେ I

ରିବିକା ତାଙ୍କ ପରିବାରକୁ ଛାଡି ଇସହାକଙ୍କ ଗୃହକୁ ଦାସଙ୍କ ସହିତ ବାହୁଡିଯିବା ପାଇଁ ସହମ୍ମତି ହେଲେ ସେ ପହଞ୍ଚିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଇସାହାକ ବିବାହ କରିଲେ I

ଅନେକ ଦିନ ପରେ ଅବ୍ରାହମ ମୃତ୍ୟୁବରଣ କଲେ, ଏବଂ ତାଙ୍କ ସହିତ ଯେଉଁ ସବୁ ପ୍ରତିଜ୍ଞାଗୁଡିକ ପରମେଶ୍ଵର କରିଥିଲେ ସେସବୁ ନିୟମ ଇସହାକଙ୍କୁ ହସ୍ତାର୍ପଣ କଲେ Iପରମେଶ୍ଵର ପ୍ରତିଜ୍ଞା କରିଥିଲେ ଯେ ଅବ୍ରାହମଙ୍କ ବଂଶ ଅଗଣିତ ହେବେ, କିନ୍ତୁ ରିବିକା, ଇସାହକଙ୍କର ଭାର୍ଯ୍ୟାଙ୍କୁ, ସନ୍ତାନ ହୋଇପାରୁନଥିଲା I

ରେବିକାଙ୍କ ପାଇଁ ଇସହାକ ପ୍ରାଥର୍ନା କଲେ, ଓ ପରମେଶ୍ଵର ତାଙ୍କୁ ଯାଁଆଳା ସନ୍ତାନ ସହିତ ଗର୍ଭବତୀ ହେବାକୁ ଅନୁମତି ଦେଲେ Iଦୁଇ ଛୁଆମାନେ ଯେତେବେଳେ ରିବେକାଙ୍କର ଗର୍ଭରେ ଥିଲେ, ସେସମୟ ଠାରୁ ସେମାନେ ସଙ୍ଘର୍ଷ କରୁଥିଲେ, ତେଣୁ ପରମେଶ୍ଵରଙ୍କୁ ରିବିକା ଏହାକଣ ହେଉଅଛି ବୋଲି ପଚାରିଲେ, I

ପରମେଶ୍ଵର ରିବିକାଙ୍କୁ କହିଲେ, “ ତୁମ ଭିତରେ ଥିବା ଦୁଇଟି ପୁତ୍ରଙ୍କ ଠାରୁ ଦୁଇଟି ଦେଶ ଆସିବ I ସେମାନେ ଦୁହେଁ ପରଷ୍ପର ସହିତ ସଙ୍ଘର୍ଷ କରିବେ ଓ ବଡ ପୁତ୍ର ସାନ ପୁତ୍ରର ସେବା କରିବ I

ଯେତେବେଳେ ରିବିକାଙ୍କ ପୁତ୍ରମାନେ ଜନ୍ମ ହେଲେ, ବଡ ପୁଅ ର ରଙ୍ଗ ଲାଲ ଓ ଲୋମପୂର୍ଣ ଶରୀରରେ ଆସିଲା, ଏବଂ ସେମାନେ ତାଙ୍କ ନାମ ଏଷୌ ରଖିଲେ I ତା’ପରେ ଛୋଟ ଛୁଆ ଏଷଙ୍କର ଗୌଇଣ୍ଠି ଧରି ଆସିଲେ, ସେମାନେ ତାଙ୍କ ନାମ ଯାକୁବ ଦେଲେ I

Powiązana informacja

Słowa Życia - Audioprzewodniki ewangeliczne w tysiącach języków zawierające oparte na Biblii nauki o zbawieniu i życiu chrześcijańskim.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?