unfoldingWord 06 - ଇସାହକଙ୍କ ପାଇଁ ପରମେଶ୍ଵର ଯୋଗାନ୍ତି

គ្រោង: Genesis 24:1-25:26
លេខស្គ្រីប: 1206
ភាសា: Oriya
ទស្សនិកជន: General
គោលបំណង: Evangelism; Teaching
Features: Bible Stories; Paraphrase Scripture
ស្ថានភាព: Approved
ស្គ្រីបគឺជាគោលការណ៍ណែនាំជាមូលដ្ឋានសម្រាប់ការបកប្រែ និងការកត់ត្រាជាភាសាផ្សេង។ ពួកគេគួរតែត្រូវបានកែសម្រួលតាមការចាំបាច់ដើម្បីធ្វើឱ្យពួកគេអាចយល់បាន និងពាក់ព័ន្ធសម្រាប់វប្បធម៌ និងភាសាផ្សេងៗគ្នា។ ពាក្យ និងគោលគំនិតមួយចំនួនដែលប្រើអាចត្រូវការការពន្យល់បន្ថែម ឬសូម្បីតែត្រូវបានជំនួស ឬលុបចោលទាំងស្រុង។
អត្ថបទស្គ្រីប

ଯେତେବେଳେ ଅବ୍ରାହାମ ଅତି ବୃଦ୍ଧ ହୋଇଥିଲେ, ତାଙ୍କ ପୁତ୍ର, ଇସାହକ ବୃଦ୍ଧି ହୋଇ ଯୁବାଲୋକ ହୋଇଥିଲେ Iତେଣୁ ଅବ୍ରାହାମ ତାଙ୍କ ପୂତ୍ର ଇସହାକଙ୍କ ନିମନ୍ତେ ଭାର୍ଯା ଆଣିବା ପାଇଁ ତାଙ୍କ ପରିଜନମାନେ ଯେଉଁଠାରେ ବାସ କରୁଥିଲେ ସେହି ସ୍ଥାନକୁ ଦାସମାନଙ୍କ ମଧ୍ୟରୁ ଜଣକୁ ପଠାଇଲେ I

ଦୀର୍ଘ ସମୟ ଯାତ୍ରା ପରେ ଯେଉଁ ସ୍ଥାନରେ ଅବ୍ରାହମଙ୍କର ପରିଜନମାନେ ବାସକରୁଥିଲେ ପରମେଶ୍ଵର ଦାସଙ୍କୁ ରିବିକାଙ୍କ ନିକଟକୁ କଢାଇ ନେଲେ Iସେ ଅବ୍ରାହମଙ୍କ ଭାଇ'ଙ୍କ ନାତୁଣୀ ଥିଲେ I

ରିବିକା ତାଙ୍କ ପରିବାରକୁ ଛାଡି ଇସହାକଙ୍କ ଗୃହକୁ ଦାସଙ୍କ ସହିତ ବାହୁଡିଯିବା ପାଇଁ ସହମ୍ମତି ହେଲେ ସେ ପହଞ୍ଚିବା ସଙ୍ଗେ ସଙ୍ଗେ ତାଙ୍କ ସହିତ ଇସାହାକ ବିବାହ କରିଲେ I

ଅନେକ ଦିନ ପରେ ଅବ୍ରାହମ ମୃତ୍ୟୁବରଣ କଲେ, ଏବଂ ତାଙ୍କ ସହିତ ଯେଉଁ ସବୁ ପ୍ରତିଜ୍ଞାଗୁଡିକ ପରମେଶ୍ଵର କରିଥିଲେ ସେସବୁ ନିୟମ ଇସହାକଙ୍କୁ ହସ୍ତାର୍ପଣ କଲେ Iପରମେଶ୍ଵର ପ୍ରତିଜ୍ଞା କରିଥିଲେ ଯେ ଅବ୍ରାହମଙ୍କ ବଂଶ ଅଗଣିତ ହେବେ, କିନ୍ତୁ ରିବିକା, ଇସାହକଙ୍କର ଭାର୍ଯ୍ୟାଙ୍କୁ, ସନ୍ତାନ ହୋଇପାରୁନଥିଲା I

ରେବିକାଙ୍କ ପାଇଁ ଇସହାକ ପ୍ରାଥର୍ନା କଲେ, ଓ ପରମେଶ୍ଵର ତାଙ୍କୁ ଯାଁଆଳା ସନ୍ତାନ ସହିତ ଗର୍ଭବତୀ ହେବାକୁ ଅନୁମତି ଦେଲେ Iଦୁଇ ଛୁଆମାନେ ଯେତେବେଳେ ରିବେକାଙ୍କର ଗର୍ଭରେ ଥିଲେ, ସେସମୟ ଠାରୁ ସେମାନେ ସଙ୍ଘର୍ଷ କରୁଥିଲେ, ତେଣୁ ପରମେଶ୍ଵରଙ୍କୁ ରିବିକା ଏହାକଣ ହେଉଅଛି ବୋଲି ପଚାରିଲେ, I

ପରମେଶ୍ଵର ରିବିକାଙ୍କୁ କହିଲେ, “ ତୁମ ଭିତରେ ଥିବା ଦୁଇଟି ପୁତ୍ରଙ୍କ ଠାରୁ ଦୁଇଟି ଦେଶ ଆସିବ I ସେମାନେ ଦୁହେଁ ପରଷ୍ପର ସହିତ ସଙ୍ଘର୍ଷ କରିବେ ଓ ବଡ ପୁତ୍ର ସାନ ପୁତ୍ରର ସେବା କରିବ I

ଯେତେବେଳେ ରିବିକାଙ୍କ ପୁତ୍ରମାନେ ଜନ୍ମ ହେଲେ, ବଡ ପୁଅ ର ରଙ୍ଗ ଲାଲ ଓ ଲୋମପୂର୍ଣ ଶରୀରରେ ଆସିଲା, ଏବଂ ସେମାନେ ତାଙ୍କ ନାମ ଏଷୌ ରଖିଲେ I ତା’ପରେ ଛୋଟ ଛୁଆ ଏଷଙ୍କର ଗୌଇଣ୍ଠି ଧରି ଆସିଲେ, ସେମାନେ ତାଙ୍କ ନାମ ଯାକୁବ ଦେଲେ I