Válasszon nyelvet

mic

Részvény

Hivatkozás megosztása

QR code for https://globalrecordings.net/script/8708

unfoldingWord 10 - ଦଶଗୋଟି ମହାମାରୀ

unfoldingWord 10 - ଦଶଗୋଟି ମହାମାରୀ

Áttekintés: Exodus 5-10

Szkript száma: 1210

Nyelv: Odia / Oriya

Közönség: General

Célja: Evangelism; Teaching

Features: Bible Stories; Paraphrase Scripture

Állapot: Approved

A szkriptek alapvető irányelvek a más nyelvekre történő fordításhoz és rögzítéshez. Szükség szerint módosítani kell őket, hogy érthetőek és relevánsak legyenek az egyes kultúrák és nyelvek számára. Egyes használt kifejezések és fogalmak további magyarázatot igényelhetnek, vagy akár le is cserélhetők vagy teljesen kihagyhatók.

Szkript szövege

ମୋଶା ଓ ହାରଣ ଫାରୋଙ୍କ ନିକଟକୁ ଗଲେ Iସେମାନେ କହିଲେ, “ଇସ୍ରାଇଲର ପରମେଶ୍ଵର ଏହା କହନ୍ତି, ମୋହର ଲୋକମାନଙ୍କୁ ଛାଡିଦିଅ”, ଫାରୋ ସେମାନଙ୍କର କଥା ଶୁଣିଲେ ନାହି Iଇସ୍ରାଏଲୀୟ ମାନଙ୍କୁ ମୁକ୍ତ କରିବା ପରିବର୍ତ୍ତେ, ସେମାନଙ୍କୁ ଅଧିକ କଠିନ ପରିଶ୍ରମ କରିବାକୁ ବାଧ୍ୟ କରିଲେ I

ଲୋକମାନଙ୍କୁ ସ୍ଵାଧୀନ କରିବାକୁ ଫାରୋ ମନା କରୁଥିଲେ, ସେଥିନିମନ୍ତେ ପରମେଶ୍ଵର ଦଶଗୋଟି ଅସହନୀୟ ମହାମାରୀ, ମିଶରକୁ ପଠାଇଲେ Iଏହି ମହାମାରୀଗୁଡ଼ିକ ଦ୍ଵାରା, ପରମେଶ୍ଵର ଫାରୋଙ୍କୁ ଦେଖାଉଥିଲେ ଯେ ସେ ଫାରୋଙ୍କ ଓ ମିଶରର ସମସ୍ତ ଦେବତାମାନଙ୍କ ଠାରୁ ଅଧିକ ଶକ୍ତିଶାଳି ଅଟନ୍ତି I

ପରମେଶ୍ଵର ନୀଳ ନଦୀର ପାଣିକୁ ରକ୍ତରେ ପରିଣତ କରିଦେଲେ, କିନ୍ତୁ ଫାରୋ ଏପର୍ଯ୍ୟନ୍ତ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I

ପରମେଶ୍ଵର ସମସ୍ତ ମିଶର ଦେଶରେ ବେଙ୍ଗମାନଙ୍କୁ ପଠାଇଲେ I ବେଙ୍ଗଗୁଡ଼ିକୁ ଦୂର କରିବା ପାଇଁ ମୋଶାଙ୍କୁ ଫାରୋ ବିନତି କଲେ Iକିନ୍ତୁ ସମସ୍ତ ବେଙ୍ଗଗୁଡିକର ମୃତ ହେବା ପରେ, ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଇସ୍ରାଏଲୀୟ ମାନଙ୍କୁ ମିଶରରୁ ଛାଡିଲେ ନାହି I

ତେଣୁ ପରମେଶ୍ଵର ଧୂଳି ଉକୁଣିଆ ପୋକ ମହାମାରୀକୁ ପଠାଇଲେ I ତା’ ପରେ ସେ ମାଛିଗୁଡ଼ିକର ମହାମାରୀ ପଠାଇଲେ Iଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, ଯଦି ସେମାନେ ମହାମାରୀଗୁଡ଼ିକ ବନ୍ଦ କରନ୍ତି, ସେ ଇସ୍ରାଏଲୀୟମାନଙ୍କୁ ମିଶରରୁ ଯାଇପାରିବେ Iଯେତେବେଳେ ମୋଶା ପ୍ରାର୍ଥନା କଲେ, ପରମେଶ୍ଵର ମାଛିଗୁଡ଼ିକୁ ମିଶରରୁ ଘୁଞ୍ଚାଇ ଦେଲେ Iକିନ୍ତୁ ଫାରୋ ତାଙ୍କ ହୃଦୟକୁ କଠିନ କଲେ ଓ ଲୋକମାନଙ୍କୁ ଛାଡିଲେ ନାହି I

ତା’ପରେ ପରମେଶ୍ଵର ସମସ୍ତ କ୍ଷେତର ପଶୁଗୁଡ଼ିକୁ ଯାହାସବୁ ମିଶର ବାସୀମାନଙ୍କ ଥିଲା, ଅସୁସ୍ଥକରି ମୃତ ଘଟାଇଲେ I କିନ୍ତୁ ଫାରୋଙ୍କର ହୃଦୟ କଠିନ ହେଲା, ଏବଂ ସେ ଇସ୍ରାଏଲୀୟମାନଙ୍କୁ ଛାଡିଲେ ନାହି I

ତାପରେ ପରମେଶ୍ଵର ମୋଶାଙ୍କୁ ଫାରୋଙ୍କ ସାକ୍ଷାତରେ ରେ ପାଉଁଶ ଫିଙ୍ଗିବାକୁ କହିଲେ Iଯେତେବେଳେ ସେ କଲେ, ମିଶରୀୟବାସୀଙ୍କ ଚମଡା ଉପରେ କଷ୍ଟଦାୟକ ପୂଜପୂର୍ଣ ଘା ଦେଖାଗଲା, କିନ୍ତୁ ଇସ୍ରାଏଲୀୟମାନଙ୍କୁ ହେଲା ନାହି I ପରମେଶ୍ଵର ଫାରୋଙ୍କର ହ୍ରୁଦୟକୁ କଠିନ କଲେ, ଏବଂ ଫାରୋ ଇସ୍ରାଏଲୀୟମାଙ୍କୁ ଛାଡିଲେ ନାହିଁ I

ତ’ ପରେ, ପରମେଶ୍ଵର ଶିଳାବୃଷ୍ଟି ଦ୍ଵାରା ମିଶରର ଅଧିକାଂଶ ଫସଲ ବିନଷ୍ଟ କଲେ, ଏବଂ ଯେଉଁମାନେ ବାହାରକୁ ଗଲେ ସେମାନେ ମୃତ ହେଲେ Iଫାରୋ ମୋଶା ଓ ହାରଣଙ୍କୁ ଡାକିଲେ ଏବଂ କହିଲେ, “ମୁ ପାପ କରିଅଛି Iତୁମେ ଯାଇପାର” Iସେଥିପାଇଁ ମୋଶ ପ୍ରାର୍ଥନା କଲେ, ଓ ଆକାଶରୁ ଶିଳାବୃଷ୍ଟି ପଡିବା ବନ୍ଦ ହେଲା I

କିନ୍ତୁ ପୁନର୍ବାର ଫାରୋ ପାପ କଲେ ଓ ତାଙ୍କ ହୃଦୟକୁ କଠିନ କଲେ Iସେ ଇସ୍ରାଏଲୀୟମାନଙ୍କୁ ଯିବାପାଇଁ ମୁକ୍ତ କଲେ ନାହି I

ସେଥିପାଇଁ ପରମେଶ୍ଵର ପଙ୍ଗପାଳର ମହାମାରୀକୁ ପଠାଇଲେ ଏବଂ ମିଶାରସାରା ବ୍ୟାପିଗଲା I ଯାହା ଶସ୍ୟଗୁଡିକ ଶିଳାବୃଷ୍ଟି ଦ୍ଵାରା ବିନଷ୍ଟ ହୋଇନଥିଲା ସେସବୁକୁ ଏହି ପଙ୍ଗପାଳଗୁଡିକ ନଷ୍ଟ କରିଦେଲେ I

ତାପରେ ପରମେଶ୍ଵର ଅନ୍ଧକାରକୁ ପଠାଇଲେ ତାହା ତିନି ଦିନ ପର୍ଯନ୍ତ ରହିଲା Iଏହା ଏତେ ଅନ୍ଧାର ଥିଲା ଯେ ମିଶରବାସୀ ସେମାନଙ୍କର ଘରଗୁଡିକ ଛାଡିପାରୁ ନ ଥିଲେ I କିନ୍ତୁ ଯେଉଁ ସ୍ଥାନରେ ଇସ୍ରାଏଲୀୟମାନେ ବାସ କରୁଥିଲେ ସେହିଠାରେ ଆଲୁଅ ଥିଲା I

ଏହି ନଅ ଗୋଟି ମହାମାରୀ ହେବା ପରେ ମଧ୍ୟ ଫାରୋ ଇସ୍ରାଏଲିୟମାନଙ୍କୁ ଛାଡିଲେ ନାହି Iଯେହେତୁ ଫାରୋ ନ ଶୁଣିବାରୁ, ପରମେଶ୍ଵର ଏକ ଶେଷ ମହାମାରୀ ପଠାଇବାକୁ ଯୋଜନା କଲେ Iଏହା ଫାରୋଙ୍କର ମନକୁ ପରିବର୍ତ୍ତନ କରିବ I

Kapcsolódó információ

Az Élet Szavai - Hangos evangéliumi üzenetek több ezer nyelven, amelyek Biblián alapuló üzeneteket tartalmaznak az üdvösségről és a keresztény életről.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?