unfoldingWord 05 - ପ୍ରତିଜ୍ଞାର ପୁତ୍ର

unfoldingWord 05 - ପ୍ରତିଜ୍ଞାର ପୁତ୍ର

概要: Genesis 16-22

文本编号: 1205

语言: Oriya

听众: General

类型/流派: Bible Stories & Teac

目的: Evangelism; Teaching

圣经摘录: Paraphrase

状态: Approved

脚本是翻译和录制成其他语言的基本指南,它们需要根据实际需要而进行调整以适合不同的文化和语言。某些使用术语和概念可能需要有更多的解释,甚至要完全更换或省略。

文本正文

ଦଶ ବର୍ଷ ପରେ କିଣାନକୁ ଆସିଲା ପରେ ମଧ୍ୟ ଅବ୍ରାମ ଓ ସାରୀଙ୍କ ସନ୍ତାନ ନ ଥିଲା। ତେଣୁ ଅବ୍ରାମଙ୍କ ଭାର୍ଯ୍ୟ। ସାରୀ ଅବ୍ରାମଙ୍କୁ କହିଲେ , “ ଏ ପର୍ଯ୍ୟନ୍ତ ପରମେଶ୍ଵର ମୋତେ ସନ୍ତାନ ଦେବାକୁ ନିବାରଣ କରିଥିବାରୁ ଏବଂ ବର୍ତ୍ତମାନ ସନ୍ତାନ ଜାତ କରିବା ପାଇଁ ମୋର ବୟସ ଅଧିକ ହୋଇ ଯାଇଛି, ଏହି ମୋହର ଦାସୀ, ହାଗର ଅଛନ୍ତି । ସେ ମୋ ନିମନ୍ତେ ସନ୍ତାନ ଜନ୍ମ କରିବେ ।

ତେଣୁ ଅବ୍ରାମ ହାଗରଙ୍କୁ ବିବାହ କଲେ । ହାଗରଙ୍କର ଏକ ପୁତ୍ର ସନ୍ତାନ ହେଲା ଓ ଅବ୍ରାମ୍ ତାହାକୁ ଇସମାଏଲ ନାମ ଦେଲେ । କିନ୍ତୁ ସାରୀଙ୍କୁ ହାଗାରଙ୍କ ପ୍ରତି ଈର୍ଷା ହେଲା । ଯେତେବେଳେ ଇସମାଏଲକୁ ତେର ବର୍ଷ ହେଲା ପୁନର୍ବାର ପରମେଶ୍ଵର ଅବ୍ରାମଙ୍କୁ କଥା କହିଲେ ।

ପରମେଶ୍ଵର କହିଲେ, “ ମୁଁ ସର୍ବଶକ୍ତିମାନ ଇଶ୍ଵର ଅଟେ । “ ତୁମ ସହିତ ମୁଁ ଏକ ନିୟମ ସ୍ଥାପନ କରିବି । ତେବେ ଅବ୍ରାମ ଭୂମିଷ୍ଠ ପ୍ରଣାମ କଲେ । ପରମେଶ୍ଵର ମଧ୍ୟ ଆବ୍ରାମଙ୍କୁ କହିଲେ, “ତୁମେ ଅନେକ ଦେଶମାନଙ୍କର ପିତା ହେବ । “ମୁଁ ତୁମକୁ ଓ ତୁମବଂଶଧରଙ୍କୁ କିଣାନ ଦେଶ ଉତ୍ତରାଧିକାରୀଭାବରେ ଦେବି, ସେମାନେ ଏଥିରେ ବାସ କରିବେ । ମୁଁ ଚିରଦିନ ପାଇଁ ସେମାଙ୍କର ଇଶ୍ଵର ରହିବି । ତୁମ ପରିବାରର ପ୍ରତ୍ୟେକ ପୁରୁଷକୁ ସୁନ୍ନତ କରିବା ଉଚିତ୍ ।

ତୁମର ଭାର୍ଯ୍ୟା ସାରୀଙ୍କର ଏକ ପୁତ୍ର ହେବ, “ସେ ପ୍ରତିଜ୍ଞାତ ପୁତ୍ର ହେବେ । “ତା’ଙ୍କ ନାମ ଇସହାକ୍ ରଖିବ । ତାଙ୍କ ସହିତ ମୁଁ ମୋର ନିୟମ ସ୍ଥାପନ କରିବି ଓ ସେ ଏକ ମହାନ ଦେଶ ହେବ । ମୁଁ ଇସମାଏଲଙ୍କୁ ମଧ୍ୟ ଏକ ମହାନ ଦେଶ କରିବି, କିନ୍ତୁ ମୋର ପ୍ରତିଜ୍ଞା ଇସାହାକଙ୍କ ସହିତ ଥିବା । ତା’ପରେ ପରମେଶ୍ଵର ଅବ୍ରାମଙ୍କ ନାମକୁ ଆବ୍ରାହାମ ନାମରେ ବଦଳାଇଲେ, ଯାହାର ଅର୍ଥ "ଅନେକଙ୍କ ପିତା" । ପରମେଶ୍ଵର ସାରିଙ୍କ ନାମକୁ ମଧ୍ୟ ସାରା ନାମରେ ବଦଳାଇ ଦେଲେ, ଯାହାର ଅର୍ଥ ରାଜକୁମାରୀ ।

ସେହିଦିନରେ ଅବ୍ରାହାମ ତାଙ୍କ ପରିବାରର ସମସ୍ତ ପୁରୁଷମାନଙ୍କୁ ସୁନ୍ନତ କଲେ । ପ୍ରାୟ ଏକ ବର୍ଷ ବିତିବା ପରେ, ଅବ୍ରାହାମକୁ ଯେତେବେଳେ ୧୦୦ ବର୍ଷ ହେଲା, ଓ ସାରାଙ୍କର ୯୦ ବର୍ଷ ହେଲା, ସାରା ଅବ୍ରାହାମଙ୍କୁ ଏକ ପୁତ୍ର ଜନ୍ମ କଲେ । ପରମେଶ୍ଵରଙ୍କ ସେମାନଙ୍କୁ କହିବା ଅନୁସାରେ ସେମାନେ ତାକୁ ଇସହାକ ନାମ ଦେଲେ ।

ଯେତେବେଳେ ଇସାହାକ ଯୁବା ହେଲେ, ପରମେଶ୍ଵର ଅବ୍ରାହମଙ୍କ ବିଶ୍ବାସକୁ ପରୀକ୍ଷା କଲେ ଓ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଇସାହାକଙ୍କୁ ନିଅ ଓ ମୋର ପାଇଁ ବଳିଦାନ କରିବା ନିମନ୍ତେ ତାଙ୍କୁ ମାର । ପୁନର୍ବାର ଅବ୍ରାହମ ପରମେଶ୍ଵରଙ୍କ ଆଜ୍ଞାବହ ହେଲେ ଏବଂ ଇସାହାକଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରସ୍ତୁତ କଲେ ।

ଯେତେବେଳେ ଅବ୍ରାହମ ଓ ଇସାହାକ ବଳିଦାନ ଉତ୍ସର୍ଗ କରିବା ସ୍ଥାନକୁ ଚାଲୁଥିଲେ, ଇସହାକ ପିତାଙ୍କୁ ପଚାରିଲେ,” ବଲିଦାନ ଉତ୍ସର୍ଗ କରିବା ନିମନ୍ତେ, ଆମ ପାଖରେ କାଠ ଅଛି କିନ୍ତୁ ମେଷ କେଉଁଠାରେ ଅଛି ? “ ଅବ୍ରାହାମ ଉତ୍ତର ଦେଇ କହିଲେ, “ ମୋର ପୁତ୍ର ଉତ୍ସର୍ଗ ନିମନ୍ତେ ପରମେଶ୍ଵର ମେଷଟିଏ ଯୋଗାଇ ଦେବେ ।“

ଯେତେବେଳେ ସେମାନେ ଉତ୍ସର୍ଗ କରିବା ସ୍ଥାନରେ ପହଞ୍ଚିଲେ, “ଅବ୍ରାହାମ ତାଙ୍କ ପୁତ୍ର ଇସାହାକଙ୍କୁ ବାନ୍ଧିଲେ ଏକ ଯଜ୍ଞ ବେଦି ଉପରେ ଶୁଆଇଲେ । ଯେତେବେଳେ ସେ ତାଙ୍କ ପୁତ୍ରଙ୍କୁ ମାରିବା ଉପରେ ଥିଲେ, ପରମେଶ୍ଵର ତାଙ୍କୁ କହିଲେ, “ ରୁହ” । ବାଳକକୁ ଘାତ କର ନାହିଁ !ବର୍ତ୍ତମାନ ମୁଁ ତୁମକୁ ଜାଣେ ଯେ, ତୁମେ ମୋତେ ଭୟ କର । ଯେହେତୁ, ତୁମ୍ଭେ ତୁମର ଏକ ମାତ୍ର ପୁତ୍ରକୁ ମୋ ନିମନ୍ତେ ରଖିଲ ନାହିଁ ।

ନିକଟରେ ଥିବା ବୁଦାରେ ଅଟକି ଯାଇଥିବା ଏକ ମେଷକୁ ଅବ୍ରାହାମ ଦେଖିଲେ । ଇସାହାକଙ୍କ ପରିବର୍ତ୍ତେ ପରମେଶ୍ଵର ମେଷକୁ ଉତ୍ସର୍ଗ କରିବା ନିମନ୍ତେ ଯୋଗାଇଲେ । ଅବ୍ରାହାମ ମେଷକୁ ଏକ ବଳିଦାନ ଭାବେ ଆନନ୍ଦରେ ଉତ୍ସର୍ଗ କଲେ ।

ତା’ପରେ ପରମେଶ୍ଵର ଅବ୍ରାହାମଙ୍କୁ କହିଲେ, “ତୁମର ସମସ୍ତ ଏପରିକି ଏକମାତ୍ର ପୁତ୍ରଙ୍କୁ ମୋ ନିମନ୍ତେ ଉତ୍ସର୍ଗ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ, ମୁଁ ତୁମଭକୁ ଆଶୀର୍ବାଦ କରିବାକୁ ପ୍ରତିଜ୍ଞା କରୁଅଛି । “ ଆକାଶର ତାରାଗଣଠାରୁ ତୁମର ବଂଶଧରମାନେ ଅତ୍ୟାଧିକ ହେବେ । କାରଣ ତୁମ୍ଭେ ମୋହର ଆଜ୍ଞାବହ ହୋଇଅଛ, ତୁମ ଦ୍ବାରା ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ।

相关信息

人生箴言 - GRN提供几千种语言的福音音频信息,包含圣经信息,救赎和基督徒生活。

免费下载 - 免费下载传福音及发展教会所用的录音、图片、文本和其他相关资料。内容包括福音与圣经故事,并已被翻译成上千种语言。

环球录音网音频图书馆 - Mp3,CD和磁带格式的福音材料和圣经教学材料,满足人们不同文化的需求。录音材料的形式多样,包括简单的圣经故事,福音信息,经文朗诵和歌曲。

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons