unfoldingWord 07 - ଯାକୁବକୁ ପରମେଶ୍ଵର ଆଶୀର୍ବାଦ କରନ୍ତି

unfoldingWord 07 - ଯାକୁବକୁ ପରମେଶ୍ଵର ଆଶୀର୍ବାଦ କରନ୍ତି

概要: Genesis 25:27-35:29

文本编号: 1207

语言: Oriya

听众: General

类型/流派: Bible Stories & Teac

目的: Evangelism; Teaching

圣经摘录: Paraphrase

状态: Approved

脚本是翻译和录制成其他语言的基本指南,它们需要根据实际需要而进行调整以适合不同的文化和语言。某些使用术语和概念可能需要有更多的解释,甚至要完全更换或省略。

文本正文

ଯେପରି ପିଲାମାନେ ବୃଦ୍ଧି ହେବାକୁ ଲାଗିଲେ, ଗୃହରେ ଯାକୁବ ରହିବାକୁ ପ୍ରେମ କରୁଥିଲେ, କିନ୍ତୁ ଏଷୌ ଶିକାର କରିବାକୁ ପ୍ରେମ କରୁଥିଲେ Iରିବେକା ଯାକୁବକୁ ପ୍ରେମ କରୁଥିଲେ, କିନ୍ତୁ ଇସହାକ ଏଷୌଙ୍କୁ ପ୍ରେମ କରୁଥିଲେ I

ଦିନେ, ଯେତେବେଳେ ଏଷୌ ଶିକାରରୁ ଫେରିଆସିଲେ, ସେ ବହୁତ ଭୋକରେ ଥିଲେ Iଏଷୌ ଯାକୁବଙ୍କୁ କହିଲେ, “ତୁମେ ପ୍ରସ୍ତୁତ କରିଥିବା ଖାଦ୍ୟରୁ ମୋତେ କିଛି ଖାଇବାକୁ ଦୟାକରି ଦିଅ” I ପ୍ରତିଉତ୍ତରରେ ଯାକୁବ କହିଲେ, ପ୍ରଥମରେ, ତୁମର ଜ୍ୟୋଷ୍ଠ ପୁତ୍ରର ଅଧିକାର ମୋତେ ଦିଅ I ସେଥିପାଇଁ ଏଷୌ ତାଙ୍କ ଜ୍ୟୋଷ୍ଠ ପୁତ୍ରର ଅଧିକାର ଯାକୁବଙ୍କୁ ଦେଇଦେଲେ Iତା’ପରେ ତାଙ୍କୁ ଯାକୁବ କିଛି ଖାଦ୍ୟ ଦେଲେ I

ଏଷୌଙ୍କୁ ଇସହାକ ତାଙ୍କର ଆଶୀର୍ବାଦ ଦେବାକୁ ଚାହିଁଲେ Iକିନ୍ତୁ, ସେ ତାହା କରିବା ପୂର୍ବରୁ, ଯାକୁବ ଏଷୌଙ୍କ ପରି ହୋଇ ଅଭିନୟ କରି ରିବେକା ଓ ଯାକୁବ ତାଙ୍କୁ ପ୍ରତାରଣା କରିଥିଲେ Iଇସାହକ ବୃଦ୍ଧ ହୋଇଥିଲେ ଓ ସେ ଦେଖି ପାରୁ ନ ଥିଲେ Iତେଣୁ ଯାକୁବ ଛେଳିର ଚମଡା ବେକରେ ଓ ହାତରେ ଗୋଡାଇହୋଇ ଓ ଏଷୌଙ୍କର ପୋଷାକ ପିନ୍ଧିଲେ I

ଇସହାକ ନିକଟକୁ ଯାକୁବ ଆସି କହିଲେ ଏବଂ କହିଲେ, “ମୁ ଏଷୌ ଅଟେ” Iମୁଁ ଆସିଅଛି, ଯେଉଁଦ୍ଵାରା ଆପଣ ମୋତେ ଆଶୀର୍ବାଦ କରିବେ Iଇସହାକ ଯେତେବେଳେ ପୋଷାକର ଗନ୍ଧ ଓ ଛେଳିର ଲୋମ ଅନୁଭବ କଲେ, ସେ ଏଷୌ ଭାବିଲେ ଏବଂ ତାଙ୍କୁ ଆଶୀର୍ବାଦ କଲେ I

ଏଷୌ ଯାକୁବକୁ ଘୃଣା କଲେ ଯେହେତୁ ଯାକୁବ ତାଙ୍କ ଜ୍ୟୋଷ୍ଠ ଅଧିକାର ଏବଂ ତାଙ୍କର ଆଶୀର୍ବାଦ ହରଣ କରିଥିଲା I ତେଣୁ ତାଙ୍କ ପିତାଙ୍କର ମୃତ୍ୟୁପରେ ଯାକୁବଙ୍କୁ ହତ୍ୟା କରିବାକୁ ସେ ଯୋଜନା କଲେ I

କିନ୍ତୁ ରିବିକା ଏଷୌଙ୍କର ଯୋଜନା ଜାଣି ପାରିଲେ Iତେଣୁ ସେ ଓ ଇସହାକ, ଯାକୁବଙ୍କୁ ଦୂରକୁ ତାଙ୍କ ପରିଜନମାନଙ୍କ ସହିତ ରହିବାକୁ ପଠାଇଦେଲେ I

ଜାକୁବ ରିବେକଙ୍କର ପରିଜନମାନଙ୍କ ସହିତ ବହୁତ ବର୍ଷ ଧରି ରହିଲେ Iସେହି ସମୟରେ ସେ ବିବାହ କଲେ ଓ ତାଙ୍କର ବାରଟି ପୁତ୍ର ଓ ଗୋଟିଏ ଝିଅ ଥିଲା I ପରମେଶ୍ଵର ତାଙ୍କୁ ବହୁତ ସମୃଦ୍ଧିଶାଳୀ କଲେ I

ତାଙ୍କ ଗୃହ କିଣାନ ଠାରୁ କୋଡିଏ ବର୍ଷ ରହିବାପରେ, ଯାକୁବ ତାଙ୍କ ପରିବାର ସହିତ, ତାଙ୍କର ଦାସମାନେ ଓ ତାଙ୍କର ପଶୁପଲ୍ଲ ସହିତ ସେଠାକୁ ଫେରିଲେ I

ଯାକୁବ ବହୁତ ଭୟଭୀତ ଥିଲେ ଯେହେତୁ ସେ ଚିନ୍ତା କରୁଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଏଷୌ ତାଙ୍କୁ ମାରିବାକୁ ଚହୁଁଛନ୍ତି Iତେଣୁ ସେ ଅନେକ ପଶୁପଲ୍ଲମାନଙ୍କୁ ଏଷୌଙ୍କୁ ଉପହାର ସ୍ଵରୂପେ ପଠାଇଲେ I ଯେଉଁ ଦାସମାନେ ପଶୁଗୁଡିକୁ ଆଣିଥିଲେ ଏଷୌଙ୍କୁ କହିଲେ, “ ତୁମର ଦାସ, ଯାକୁବ, ଆପଣଙ୍କୁ ଏହି ପଶୁଗୁଡିକ ଦେଇଛନ୍ତି Iସେ ଶୀଘ୍ର ଆସୁଅଛନ୍ତି I

କିନ୍ତୁ ଏଷୌ ଯାକୁବଙ୍କୁ କ୍ଷମା କରିସାରିଥିଲେ, ଏବଂ ସେମାନେ ପରସ୍ପର ଖୁସିରେ ଦେଖିବାକୁ ଚାହୁଁଥିଲେ I ତାପରେ ଯାକୁବ କିଣାନରେ ଶାନ୍ତିରେ ବାସ କଲେ Iଏହାପରେ ଇସହାକଙ୍କ ମୃତ୍ୟୁବରଣ କଲେ, ଏବଂ ଏଷୌ ଓ ଯାକୁବ ତାଙ୍କୁ କବର ଦେଲେ Iପରମେଶ୍ଵର ଯେଉଁ ନିୟମର ପ୍ରତିଜ୍ଞାଗୁଡିକ ଅବ୍ରାହାମଙ୍କୁ କରିଥିଲେ, ବର୍ତ୍ତମାନ ଇସହାକଙ୍କ ଠାରୁ ଯାକୁବଙ୍କୁ ହସ୍ତାର୍ପଣ କରାଗଲା I

相关信息

人生箴言 - GRN提供几千种语言的福音音频信息,包含圣经信息,救赎和基督徒生活。

免费下载 - 免费下载传福音及发展教会所用的录音、图片、文本和其他相关资料。内容包括福音与圣经故事,并已被翻译成上千种语言。

环球录音网音频图书馆 - Mp3,CD和磁带格式的福音材料和圣经教学材料,满足人们不同文化的需求。录音材料的形式多样,包括简单的圣经故事,福音信息,经文朗诵和歌曲。

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons