unfoldingWord 01 - ସୃଷ୍ଟି

unfoldingWord 01 - ସୃଷ୍ଟି

概要: Genesis 1-2

文本编号: 1201

语言: Oriya

主题: Bible timeline (Creation)

听众: General

类型/流派: Bible Stories & Teac

目的: Evangelism; Teaching

圣经摘录: Paraphrase

状态: Approved

脚本是翻译和录制成其他语言的基本指南,它们需要根据实际需要而进行调整以适合不同的文化和语言。某些使用术语和概念可能需要有更多的解释,甚至要完全更换或省略。

文本正文

୩. ସମସ୍ତ ସୃଷ୍ଟି ଏହିପରି ହେଲା । ଛ ଦିନରେ ପରମେଶ୍ଵର ସ୍ଵର୍ଗ ଓ ପୃଥିବୀ ଓ ସେଥିର ସମସ୍ତ ବିଷୟ ସୃଷ୍ଟି କଲେ । ପରମେଶ୍ଵର ସୃଷ୍ଟି କରିବା ପରେ ପୃଥିବୀ ଅନ୍ଧାର ଓ ଶୂନ୍ୟ ଥିଲା । କୌଣସି ବିଷୟର ଗଠନ ହୋଇନଥିଲା । କିନ୍ତୁ ପରମେଶ୍ଵରଙ୍କ ଆତ୍ମା ଜଳ ଉପରେ ଥିଲା ।

ତାହାପରେ ପରମେଶ୍ଵର କହିଲେ, ଦୀପ୍ତି ହେଉ । ତହିଁରେ ଦୀପ୍ତି ହେଲା ।ପରମେଶ୍ଵର ଦୀପ୍ତିକୁ ଉତ୍ତମ ଦେଖିଲେ ଓ ତାକୁ ଦିବସ କହିଲେ । ସେ ଏହାକୁ ଅନ୍ଧକାରରୁ ପୃଥକ୍, ଯାହାକୁ ସେ କହିଲେ "ରାତ୍ର" । ପରମେଶ୍ଵର ସୃଷ୍ଟିର ପ୍ରଥମ ଦିନରେ ଆଲୋକ ସୃଷ୍ଟି କଲେ ।

ସୃଷ୍ଟିର ଦ୍ଵିତୀୟ ଦିନରେ ପରମେଶ୍ଵର ପୃଥିବୀ ଉପରେ ଆକାଶ ସୃଷ୍ଟି ହେବାକୁ କହିଲେ । ସେ ନିମ୍ନ ଜଳ ଠାରୁ ଉର୍ଦ୍ଧ ଜଳକୁ ପୃଥକ୍ କରିବା ଦ୍ଵାରା ଆକାଶ ସୃଷ୍ଟି କଲେ ।

ତୃତୀୟ ଦିନରେ ପରମେଶ୍ଵର କହିଲେ ଓ ଶୁଷ୍କ ଭୂମିରୁ ଜଳକୁ ପୃଥକ କଲେ । ସେ ଶୁଷ୍କ ଭୂମିକୁ "ପୃଥିବୀ" କହିଲେ ଓ ସେ ଜଳକୁ "ସମୁଦ୍ର" ସେ କହିଲେ । ପରମେଶ୍ଵର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା

ତାହାପରେ ପରମେଶ୍ଵର କହିଲେ "ପୃଥିବୀରେ ସମସ୍ତ ପ୍ରକାର ଗଛଗୁଡିକ ଓ ତୃଣଗୁଡିକ ଉତ୍ପନ୍ନ ହେଉ । ଏବଂ ସେହିପରି ହେଲା ।ପରମେଶ୍ଵର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା ।

ସୃଷ୍ଟିର ଚତୁର୍ଥ ଦିନରେ, ପରମେଶ୍ଵର କହିଲେ ଏବଂ ସୂର୍ଯ୍ୟ, ଚନ୍ଦ୍ର ଓ ତାରାଗଣ ସୃଷ୍ଟି କଲେ । ପରମେଶ୍ଵର ସେସମସ୍ତଙ୍କୁ ପୃଥିବୀରେ ଦୀପ୍ତି ଦେବାକୁ ଏବଂ ଦିନ, ରାତ୍ରି, ଋତୁଗୁଡିକ ଓ ବର୍ଷମାନଙ୍କର ସଂକେତ ପାଇଁ ବ୍ୟବହୃତ ହେବାକୁ କହିଲେ । ପରମେଶ୍ଵର ଦେଖିଲେ ଯାହା ସେ ସୃଷ୍ଟି କରିଥିଲେ ଉତ୍ତମ ଥିଲା ।

ପଞ୍ଚମ ଦିନରେ ପରମେଶ୍ଵର କହିଲେ ଏବଂ ଜଳରେ ପହଁରିବା ସମସ୍ତ ଜୀବଗୁଡିକୁ ଓ ପକ୍ଷୀମାନଙ୍କୁ ସୃଷ୍ଟି କଲେ । ପରମେଶ୍ଵର ତାହା ଉତ୍ତମ ଦେଖିଲେ ଏବଂ ସେ ସେମାନଙ୍କୁ ଆଶୀର୍ବାଦ କଲେ ।

ସୃଷ୍ଟିର ଷଷ୍ଠ ଦିନରେ, ପରମେଶ୍ଵର କହିଲେ, " ଭୁମିର ସମସ୍ତ ପ୍ରକାର ପଶୁଗୁଡ଼ିକ ସୃଷ୍ଟି ହେଉ । ପରମେଶ୍ଵର ଯେମିତି କହିଲେ, ଠିକ ସେହିପରି ହେଲା । କେତେକ କୃଷି ଉପଯୋଗୀ ପଶୁ ଥିଲେ, କେତେକ ଭୁମି ଉପରେ ଚାଲିବ ସରିସୃପ ପ୍ରାଣୀ ଓ କେତେକ ବନ୍ୟ ପଶୁଗୁଡିକ ଥିଲେ । ଏବଂ ପରମେଶ୍ଵର ସେଗୁଡିକ ଉତ୍ତମ ଦେଖିଲେ ।

ତା’ପରେ ପରମେଶ୍ଵର କହିଲେ, ଆସ,ଆମ୍ଭେ ମଣିଷକୁ ଆମ୍ଭପରି ନିଜ ସାଦୃସ୍ୟରେ ସୃଷ୍ଟି କରିବା । ପୃଥିବୀ ଉପରେ ଓ ସମସ୍ତ ପଶୁମାନଙ୍କ ଉପରେ ସେମାନଙ୍କର ଅଧିକାର ରହିବ ।

ତେଣୁ ପରମେଶ୍ଵର କିଛି ଧୁଳି ନେଲେ, ମଣିଷକୁ ନିର୍ମାଣ କଲେ, ଏବଂ ତା ଭିତରେ ଜୀବନର ଫୁଙ୍କ ଦେଲେ । ଏହି ମଣିଷର ନାମ ଆଦମ ଥିଲା । ପରମେଶ୍ଵର ଏକ ଉଦ୍ୟାନ ରୋପଣ କଲେ, ଯେଉଁଠାରେ ଆଦମ ରହିବ ଏବଂ ତାହାର ଯତ୍ନ କରିବା ପାଇଁ ତାହାକୁ ସେହିଠାରେ ରଖିଲେ ।

ଉଦ୍ୟାନର ମଧ୍ୟରେ, ପରମେଶ୍ଵର ଦୁଇଗୋଟି ମୁଖ୍ୟ ବୃକ୍ଷ୍ୟଗୁଡିକ ରୋପଣ କରିଲେ - ଜୀବନ ଦାୟକ ବୃକ୍ଷ ଓ ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷ ।ପରମେଶ୍ଵର ଆଦମକୁ କହିଲେ ଯେ ଭଲ ଓ ମନ୍ଦ ଜ୍ଞାନଦାୟକ ବୃକ୍ଷୟର ଫଳକୁ ଛାଡି ଉଦ୍ୟାନରେ ଥିବା ପ୍ରତ୍ୟେକ ଗଛଗୁଡ଼ିକରୁ ଖାଇପାରିବ । ଯଦି ଏହି ବୃକ୍ଷୟର ଫଳ ସେ ଖାଏ, ତେବେ ସେ ମରିବ ।

ତାହା ପରେ ପରମେଶ୍ଵର କହିଲେ, ମଣିଷ ଏକାକି ରହିବା ଭଲ ନୁହଁ । କିନ୍ତୁ, କୌଣସି ପଶୁ ଆଦମଙ୍କ ନିମନ୍ତେ ସାହାଯ୍ୟକାରୀ ନ ଥିଲେ ।

ତେଣୁ, ପରମେଶ୍ଵର ଆଦମଙ୍କୁ ଘୋର ନିଦ୍ରାରେ ଶୋଆଇ ଦେଲେ । ତା’ପରେ, ପରମେଶ୍ଵର ଆଦମର ଏକ ପଞ୍ଜରା ହାଡ଼କୁ ନେଇ ଏକ ନାରୀକୁ ତିଆରି କଲେ ଓ ତାଙ୍କୁ ଆଦମଙ୍କ ନିକଟକୁ ଆଣିଲେ ।

ଯେତେବେଳେ ଆଦମ ତାଙ୍କୁ ଦେଖିଲା, ସେ କହିଲା, ଶେଷରେ ! ଏ ଜଣ ମୋ ପରି ଅଟେ ! ସେ ନାରୀ ବୋଲି ଡକା ଯିବ, ଯେହେତୁ ସେ ନରଠାରୁ ସୃଷ୍ଟି ହୋଇଅଛି । ଏହି କାରଣରୁ ମଣିଷ ତାହାର ପିତାମାତାଙ୍କୁ ଛାଡି ତା ସ୍ତ୍ରୀ ସହିତ ଏକ ହେବ ।

ପରମେଶ୍ଵର ନର ଓ ନାରୀକୁ ତାଙ୍କ ନିଜ ସାଦୃଶ୍ୟରେ ନିର୍ମାଣ କରିଲେ । ସେ ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, ଅନେକ ପୁତ୍ରକନ୍ୟାମାନ ଓ ନାତିନାତୁଣୀମାନଙ୍କୁ ଜନ୍ମ କର ଏବଂ ପୃଥିବୀକୁ ପରିପୂର୍ଣ କର । ପରମେଶ୍ଵର ଯାହାସବୁ ସୃଷ୍ଟି କରିଥିଲେ, ସେହିସବୁ ଅତି ଉତ୍ତମ ଦେଖିଲେ । ଯାହା ସେହି ସବୁଥିରେ ତାଙ୍କ ଅତି ସନ୍ତୋଷ ଥିଲା । ଏ ସମସ୍ତ ବିଷୟ ସୃଷ୍ଟିର ଷଷ୍ଠ ଦିନରେ ହେଲା ।

ଯେତେବେଳେ ସପ୍ତମ ଦିନ ଆସିଲା, ପରମେଶ୍ଵର ତାଙ୍କ ସମସ୍ତ କାର୍ଯ୍ୟ ସମାପ୍ତ କରିଥିଲେ । ତେଣୁ ପରମେଶ୍ଵର ସମସ୍ତ କାର୍ଯ୍ୟଠାରୁ ଯାହା ସେ କରି ଆସୁଥିଲେ ବିଶ୍ରାମ ନେଲେ । ସେ ସପ୍ତମ ଦିନକୁ ଆଶୀର୍ବାଦ କରି ପବିତ୍ର କଲେ । କାରଣ ଏହି ଦିନରେ ସେ ତାଙ୍କ କାର୍ଯ୍ୟଠାରୁ ବିଶ୍ରାମ ନେଲେ । ଏହି ପ୍ରକାରେ ପରମେଶ୍ଵର ବ୍ରହ୍ମାଣ୍ଡ ଓ ତହିର ସମସ୍ତ ବିଷୟ ସୃଷ୍ଟି କରିଲେ ।

相关信息

人生箴言 - GRN提供几千种语言的福音音频信息,包含圣经信息,救赎和基督徒生活。

免费下载 - 免费下载传福音及发展教会所用的录音、图片、文本和其他相关资料。内容包括福音与圣经故事,并已被翻译成上千种语言。

环球录音网音频图书馆 - Mp3,CD和磁带格式的福音材料和圣经教学材料,满足人们不同文化的需求。录音材料的形式多样,包括简单的圣经故事,福音信息,经文朗诵和歌曲。

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons