Lựa chọn ngôn ngữ

mic

unfoldingWord 47 - ଶାଉଲ ରୋମୀୟ ସାମ୍ରାଜ୍ୟ ସାରା ଯାତ୍ରା କରିବା ସମୟରେ ସେ ତାହାଙ୍କ ରୋମୀୟ ନାମ “ପାଉଲ” ବ୍ୟବହାର କରୁଥିଲେ ।

unfoldingWord 47 - ଶାଉଲ ରୋମୀୟ ସାମ୍ରାଜ୍ୟ ସାରା ଯାତ୍ରା କରିବା ସମୟରେ ସେ ତାହାଙ୍କ ରୋମୀୟ ନାମ “ପାଉଲ” ବ୍ୟବହାର କରୁଥିଲେ ।

Đề cương: Acts 16:11-40

Số kịch bản: 1247

ngôn ngữ: Odia / Oriya

Khán giả: General

Mục đích: Evangelism; Teaching

Features: Bible Stories; Paraphrase Scripture

Trạng thái: Approved

Bản văn này là một hướng dẫn cơ bản cho dịch và thu âm trong các ngôn ngữ khác. Nó phải được thích nghi với nền văn hóa và ngôn ngữ để làm cho nó phù hợp với từng khu vực, nơi nó được sử dụng khác nhau. Một số thuật ngữ và khái niệm được sử dụng có thể cần một lời giải thích đầy đủ hơn hoặc thậm chí bị bỏ qua trong các nền văn hóa khác nhau.

Kịch bản

ଦିନେ ପାଉଲ ଓ ତାଙ୍କ ବନ୍ଧୁ ଶୀଲା ଫିଲିପ୍ପୀ ସହରକୁ ଯୀଶୁଙ୍କ ଶୁଭସମ୍ବାଦ ଘୋଷଣା କରିବାକୁ ଗଲେ ।ସେମାନେ ସହର ବାହାରରେ ନଦୀ କୂଳରେ ଥିବା ଏକ ସ୍ଥାନକୁ ଗଲେ ଯେଉଁଠି ଲୋକମାନେ ପ୍ରାର୍ଥନା କରିବା ନିମନ୍ତେ ଏକତ୍ରିତ ହେଲେ ।ସେଠାରେ ସେମାନେ ଲୂଦିଆ ନାମକ ଜଣେ ବ୍ୟବସାୟୀ ସ୍ତ୍ରୀଙ୍କୁ ଦେଖିଲେ ।ସେ ଈଶ୍ବରଙ୍କୁ ପ୍ରେମ କରୁଥିଲେ ଏବଂ ଉପାସନା କରୁଥିଲେ ।ଯୀଶୁଙ୍କ ବିଷୟର ବାର୍ତ୍ତାକୁ ଯେପରି ଲୂଦିଆ ବିଶ୍ଵାସ କରିବେ ଏଥିପାଇଁ ଈଶ୍ଵର ତାଙ୍କର ଚକ୍ଷୁ ଉନ୍ମୁକ୍ତ କଲେ, ଏବଂ ସେ ଓ ତାହାଙ୍କ ପରିବାର ବାପ୍ତିଜିତ ହେଲେ ।

ସେ ପାଉଲ ଓ ଶୀଲାଙ୍କୁ ତାଙ୍କ ଗୃହରେ ରହିବା ନିମନ୍ତେ ନିମନ୍ତ୍ରଣ କଲେ, ତେଣୁ ସେମାନେ ତାଙ୍କ ସହିତ ଓ ତାଙ୍କ ପରିବାର ସହିତ ରହିଲେ ।ପାଉଲ ଓ ଶୀଲା ପ୍ରାର୍ଥନା ସ୍ଥାନରେ ଅନେକ ସମୟରେ ଲୋକମାନଙ୍କୁ ସାକ୍ଷାତ କରୁଥିଲେ ।

ପ୍ରତିଦିନ ପରି ସେମାନେ ଯେତେବେଳେ ସେହି ପ୍ରାର୍ଥନା ସ୍ଥାନକୁ ଯାଉଥିଲେ, ସେତେବେଳେ ଭୂତଗ୍ରସ୍ତ ଜଣେ ବାଳିକା ତାଙ୍କ ପଛେ ପଛେ ଯାଉଥିଲା ।ଏହି ଭୂତ ଦ୍ଵାରା ସେ ଭବିଷ୍ୟତ ବିଷୟ ଲୋକମାନଙ୍କୁ କହିପାରୁଥିଲା, ତେଣୁ ସେ ତା’ର ମାଲିକ ନିମନ୍ତେ ଏକ ଭବିଷ୍ୟତ କୁହାଳୀ ଭାବରେ ପ୍ରଚୁର ଅର୍ଥ ଉପାର୍ଜନ କରିଦେଉଥିଲା ।ସେମାନେ ଚାଲିଯାଉଥିବା ସମୟରେ ସେହି ଭୂତଗ୍ରସ୍ତ ଦାସୀ ନିରନ୍ତର ଚିତ୍କାର କରି କହୁଥିଲା “ଏହି ଲୋକମାନେ ସର୍ବୋପରିସ୍ଥ ଈଶ୍ଵରଙ୍କ ଦାସଗଣ ।

ସେମାନେ ଉଦ୍ଧାରପ୍ରାପ୍ତ ହେବାର ଉପାୟ କହୁଅଛନ୍ତି!”ସେ ଅନେକ ସମୟ ଏପରି କରୁଥିଲା ଯେ ପାଉଲଏହା ଶୁଣିଶୁଣି ବିରକ୍ତ ହୋଇଗଲେ ।ପରିଶେଷରେ ଯେତେବେଳେ ସେହି ଦାସୀ ବାଳିକା ଚିତ୍କାର କରି କହିବାକୁ ଲାଗିଲା, ପାଉଲ ବୁଲିପଡି ସେହି ଦାସୀଠାରେ ଥିବା ଆତ୍ମାକୁ କହିଲେ “ଯୀଶୁଙ୍କ ନାମରେ ଏହାଠାରୁ ବାହାରି ଯା ।”

ସେହିକ୍ଷଣି ସେହି ଭୂତ ତାକୁ ଛାଡି ଚାଲିଗଲା ।ଯେଉଁ ଲୋକ ସେହି ଦାସୀ ବାଳିକାକୁ ଅଧିକୃତ କରିଥିଲା, ସେ ଅତି କ୍ରୋଧ କଲା ।

ସେମାନେ ହୃଦୟଙ୍ଗମ କଲେ ଯେ ଭୂତ ବିନା ସେହି ଦାସୀ ବାଳିକା ଲୋକମାନଙ୍କର ଭବିଷ୍ୟତ କହିପାରିବ ନାହିଁ ।ଏହାର ଅର୍ଥ ହେଉଛି ଲୋକମାନଙ୍କ ଭବିଷ୍ୟତ କହିବା ନିମନ୍ତେ ସେମାନେ ସେହି ଦାସୀ ବାଳିକାର ମାଲିକକୁ ଆଉ ଅର୍ଥ ଦେବେ ନାହିଁ । ତେଣୁ ସେହି ଦାସୀ ବାଳିକାର ମାଲିକମାନେ ପାଉଲ ଓ ଶୀଲାଙ୍କୁ ରୋମୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ଘେନିଗଲେ, ଯେଉଁମାନେ ପାଉଲ ଓ ଶୀଲାଙ୍କୁ ପ୍ରହାର କରି କାରାଗାରରେ ନିକ୍ଷେପ କଲେ ।

ସେମାନେ ପାଉଲ ଓ ଶୀଲାଙ୍କୁ କାରାଗାରର ଅତି ସୁରକ୍ଷିତ ସ୍ଥାନରେ ରଖି ସେମାନଙ୍କ ପାଦକୁ ବାନ୍ଧିଲେ ।

ତଥାପି ମଧ୍ୟରାତ୍ରିରେ ସେମାନେ ଈଶ୍ଵରଙ୍କ ନିକଟରେ ପ୍ରଶଂସାର ଗୀତଗୁଡିକ ଗାଇବାକୁ ଲାଗିଲେ ।ହଠାତ୍, ଅତି ଭୟଙ୍କର ଭୂମିକମ୍ପ ହେଲା!

କାରାଗାରରେ ଥିବା ସମସ୍ତ ଦ୍ବାର ଖୋଲିଗଲା, ଏବଂ ସମସ୍ତ ବନ୍ଦୀମାନଙ୍କ ହସ୍ତରୁ ଶିକୁଳିଗୁଡିକ ଖସିପଡିଲା ।କାରାଗାର ରକ୍ଷକ ନିଦ୍ରାରୁ ଉଠିପଡିଲେ, ଏବଂ ଯେତେବେଳେ ସେ ଦେଖିଲେ ଯେ କାରାଗାରର ଦ୍ଵାର ସବୁ ଖୋଲା ହୋଇଛି, ସେ ଭୟଭୀତ ହୋଇଗଲେ ।

ସେ ଭାବିଲେ ଯେ ସମସ୍ତ ବନ୍ଦୀ ପାର ହୋଇଯାଇଅଛନ୍ତି, ତେଣୁ ସେ ନିଜକୁ ନିଜେ ହତ୍ୟା କରିବା ନିମନ୍ତେ ଯୋଜନା କଲା ।(ସେ ଜାଣିଥିଲେ ଯେ ରୋମୀୟ କର୍ତ୍ତୃପକ୍ଷ ତାଙ୍କୁ ହତ୍ୟା କରିବେ ଯଦି ସେ ବନ୍ଦୀମାନଙ୍କୁ ପଳାୟନ କରିବାକୁ ଅନୁମତି ଦେବେ ।)କିନ୍ତୁ ପାଉଲ ତାହାକୁ ଦେଖି ଚିତ୍କାର କରି ଉଠିଲେ “ରୁହ!ନିଜକୁ କ୍ଷତ କରନାହିଁ । ଆମେ ସମସ୍ତେ ଏଠାରେ ଅଛୁ ।”କାରାଗାର ରକ୍ଷକ ଯେତେବେଳେ ପାଉଲ ଓ ଶୀଲାଙ୍କ ନିକଟକୁ ଆସିଲେ, ସେ ଭୟରେ ଥରୁଥିଲେ ଏବଂ କହିଲେ, ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ମୁଁ କଣ କରିବି? ।

ପାଉଲ ଉତ୍ତର ଦେଲେ “ଯୀଶୁଙ୍କଠାରେ, ଯିଏ ଗୁରୁ, ବିଶ୍ଵାସ କର, ତାହା ହେଲେ ତୁମ୍ଭେ ଓ ତୁମ୍ଭ ପରିବାର ଉଦ୍ଧାରପ୍ରାପ୍ତ ହେବ ।ତା’ପରେ ସେହି କାରାଗାର ରକ୍ଷକ ନିଜ ଗୃହକୁ ପାଉଲ ଓ ଶୀଲାଙ୍କୁ ନେଇ ସେମାନଙ୍କ କ୍ଷତସବୁ ଧୋଇଦେଲେ ।ତାଙ୍କ ଗୃହରେ ଥିବା ସମସ୍ତଙ୍କୁ ପାଉଲ ଯୀଶୁଙ୍କ ସମ୍ବନ୍ଧୀୟ ଶୁଭସମ୍ବାଦ ପ୍ରଚାର କଲେ ।କାରାଗାର ରକ୍ଷକ ଓ ତାଙ୍କ ପରିବାର ସମସ୍ତେ ବିଶ୍ଵାସ କରି ବାପ୍ତିଜିତ ହେଲେ ।

କାରାଗାର ରକ୍ଷକ ପାଉଲ ଓ ଶୀଲାଙ୍କୁ ଭୋଜନ କରିବାକୁ ଦେଲେ ଏବଂ ସେମାନେ ସମସ୍ତେ ଏକାଠି ଆନନ୍ଦିତ ହେଲେ ।ପରଦିନ ନଗରର ନେତାମାନେ ପାଉଲ ଓ ଶୀଲାଙ୍କୁ କାରାଗାରରୁ ମୁକ୍ତ କଲେ ଏବଂସେମାନଙ୍କୁ ଫିଲିପ୍ପୀରୁ ଚାଲିଯିବା ନିମନ୍ତେ କହିଲେ ।

ପାଉଲ ଓ ଶୀଲା ଲୂଦିଆ ଓ ଅନ୍ୟ କେତେକ ବନ୍ଧୁଙ୍କୁ ସାକ୍ଷାତ କଲା ପରେ ସେମାନେ ସେହି ନଗର ଛାଡିଲେ ।ଯୀଶୁଙ୍କ ବିଷୟକ ଶୁଭସମ୍ବାଦ ପ୍ରସାରିତ ହୋଇଚାଲିଲା, ଏବଂ ମଣ୍ଡଳୀ ମଧ୍ୟ ବୃଦ୍ଧିପାଇବାକୁ ଲାଗିଲା ।ପାଉଲ ଓ ଅନ୍ୟ ଖ୍ରୀଷ୍ଟିୟ ନେତାମାନେ ଅନେକ ନଗର ଭ୍ରମଣ କଲେ ଏବଂ ଯୀଶୁଙ୍କ ଶୁଭସମ୍ବାଦ ପ୍ରଚାର କରି ଶିକ୍ଷା ଦେବାକୁ ଲାଗିଲେ ।

ସେମାନେ ମଣ୍ଡଳୀଗୁଡିକରେ ଥିବା ବିଶ୍ଵାସୀମାନଙ୍କୁ ଉତ୍ସାହିତ ଓ ଶିକ୍ଷା ଦେବା ନିମନ୍ତେ ଅନେକ ଚିଠିଗୁଡିକ ଲେଖିଲେ ।ଏହି ଚିଠିଗୁଡିକ ମଧ୍ୟରୁ କିଛି ବାଇବଲରେ ପୁସ୍ତକଗୁଡିକ ହେଲା ।ବାଇବଲର ଏକ କାହାଣୀ:

Thông tin liên quant

Lời Sự Sống - GRN có lưu trữ hàng ngàn thu âm của các lời dạy Phúc Âm bằng các thứ tiếng khác nhau bao gồm từ những thông điệp cơ bản từ Kinh thánh

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons