Lựa chọn ngôn ngữ

mic

Chia sẻ

Chia sẻ đường dẫn

QR code for https://globalrecordings.net/script/8728

unfoldingWord 30 - ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖୁଆନ୍ତି

unfoldingWord 30 - ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖୁଆନ୍ତି

Đề cương: Matthew 14:13-21; Mark 6:31-44; Luke 9:10-17; John 6:5-15

Số kịch bản: 1230

ngôn ngữ: Odia / Oriya

Khán giả: General

Mục đích: Evangelism; Teaching

Features: Bible Stories; Paraphrase Scripture

Trạng thái: Approved

Bản văn này là một hướng dẫn cơ bản cho dịch và thu âm trong các ngôn ngữ khác. Nó phải được thích nghi với nền văn hóa và ngôn ngữ để làm cho nó phù hợp với từng khu vực, nơi nó được sử dụng khác nhau. Một số thuật ngữ và khái niệm được sử dụng có thể cần một lời giải thích đầy đủ hơn hoặc thậm chí bị bỏ qua trong các nền văn hóa khác nhau.

Kịch bản

ଅନେକ ଭିନ୍ନ ଭିନ୍ନ ଗ୍ରାମ ଗୁଡିକରେ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରେରଣ କଲେ ।ଯୀଶୁ ଯେଉଁଠାରେ ଥିଲେ ସେଠାକୁ ସେମାନେ ଯେତେବେଳେ ଫେରିଲେ, କ’ଣ କ’ଣ ଘଟିଥିଲା ତାହା ସେମାନେ ତାହାଙ୍କୁ କହିଥିଲେ ।ତା’ପରେ ଯୀଶୁ ହ୍ରଦର ଆରପାରିରେ ଥିବା କୌଣସି ଏକ ନିର୍ଜନ ସ୍ଥାନକୁ ଯିବା ନିମନ୍ତେ ସେମାନଙ୍କୁ ଆମନ୍ତ୍ରିତ କଲେ ।ତେଣୁ, ସେମାନେ ଏକ ନୌକାରେ ବସିଲେ ଏବଂ ହ୍ରଦର ଆରପାରିକି ଗଲେ ।

କିନ୍ତୁ ସେହି ସ୍ଥାନରେ ଅନେକ ଲୋକମାନେ ଥିବା ସକାଶେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାକୁ ଛାଡି ପଳାଇଲେ ।ଏହି ଲୋକମାନେ ସେମାନଙ୍କ ନିକଟକୁ ଯିବା ନିମନ୍ତେ ସେମାନଙ୍କ ପୂର୍ବରୁ ହ୍ରଦର କୂଳେ ଧାଇଁ ଗଲେ ।ତେଣୁ ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଯେତେବେଳେ ପହଞ୍ଚିଲେ, ଅନେକ ବୃହତ୍ ଲୋକ ଗହଳି ହ୍ରଦର ଆରପାରିରେ ସେମାନଙ୍କର ଅପେକ୍ଷାରେ ରହିଥିଲେ ।

ସେମାନେ ପ୍ରାୟ ୫୦୦୦ ପୁରୁଷ ଥିଲେ, ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କୁ ଗଣନା କରାଯାଇ ନ ଥିଲା ।ଯୀଶୁ ଏହି ଲୋକମାନଙ୍କ ପ୍ରତି ଅତି ଦୟାରେ ବିଗଳିତ ହୋଇଯାଇଥିଲେ ।ଯୀଶୁଙ୍କ ପାଇଁ ଏହି ଲୋକମାନେ ମେଷପାଳକ ବିହୀନ ମେଷଗୁଡିକ ପରି ଥିଲେ । ତେଣୁ ସେ ସେମାନଙ୍କୁ ଶିକ୍ଷା ଦେଲେ ଓ ସେମାନଙ୍କ ମଧ୍ୟରୁ ଯେଉଁମାନେ ପୀଡିତ ଥିଲେ ସେମାନଙ୍କୁ ସୁସ୍ଥ କଲେ ।

ଦିନର ଶେଷରେ , ଶିଷ୍ୟମାନେ ଯୀଶୁଙ୍କୁ କହିଲେ “ସମୟ ଅତି ଅଧିକ ହୋଇଗଲାଣି ଓ ନିକଟରେ କୌଣସି ସହର ନାହିଁ । ଲୋକମାନଙ୍କୁ ପଠାଇଦିଅ ଯେପରିକି ସେମାନେ ଯାଇ କିଛି ଭୋଜନ ପାଇପାରିବେ ।”

କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ “ତୁମେ ସେମାନଙ୍କୁ କିଛି ଭୋଜନ କରିବାକୁ ଦିଅ !”ସେମାନେ ଉତ୍ତର ଦେଲେ “ଆମେ ତାହା କିପରି କରିପାରିବୁ?ଆମ ନିକଟରେ କେବଳ ପାଞ୍ଚଟି ରୋଟି ଓ ଦୁଇଗୋଟି ମାଛ ଅଛି ।”

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଲୋକମାନଙ୍କୁ କୁହ ଘାସ ଉପରେ ପଚାଶ ପଚାଶ କରି ଦଳ ହୋଇ ବସିବେ ।

ତା’ପରେ ଯୀଶୁ ସେହି ପାଞ୍ଚଗୋଟି ରୋଟି ଓ ଦୁଇଗୋଟି ମାଛକୁ ନେଇ ସ୍ଵର୍ଗ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କଲେ, ଏବଂ ସେହି ଖାଦ୍ୟ ପାଇଁ ଈଶ୍ଵରଙ୍କ ନିକଟରେ ଧନ୍ୟବାଦ ଦେଲେ ।

ତା’ପରେ ଯୀଶୁ ରୋଟି ଓ ସେହି ମାଛଗୁଡିକୁ ଖଣ୍ଡ କରି ଭାଙ୍ଗିଲେ।ସେ ସେହି ଖଣ୍ଡଗୁଡିକୁ ଲୋକମାନଙ୍କୁ ଦେବା ପାଇଁ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ ।ଶିଷ୍ୟମାନେ ସେହି ଖାଦ୍ୟକୁ ବାଣ୍ଟିବାକୁ ଲାଗିଲେ, ଏବଂ ଏହା ଆଉ ଶେଷ ହେଲା ନାହିଁ ।ସମସ୍ତ ଲୋକ ଭୋଜନ କରି ପରିତୃପ୍ତ ହେଲେ ।

ତାହା ପରେ, ଶିଷ୍ୟମାନେ ଲୋକମାନଙ୍କ ଖାଦ୍ୟରୁ ବଳିଥିବା ଖଣ୍ଡକୁ ସଂଗ୍ରହ କଲେ ଏବଂ ବାର ଟୋକେଇ ଗୁଡିକରେ ସଂଗ୍ରହ କଲେ ।ସମସ୍ତ ଖାଦ୍ୟ କେବଳ ପାଞ୍ଚଟି ରୋଟି ଓ ଦୁଇଗୋଟି ମାଛରୁ ଆସିଥିଲା ।

Thông tin liên quant

Lời Sự Sống - GRN có lưu trữ hàng ngàn thu âm của các lời dạy Phúc Âm bằng các thứ tiếng khác nhau bao gồm từ những thông điệp cơ bản từ Kinh thánh

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?