unfoldingWord 02 - ପାପ ଜଗତକୁ ପ୍ରବେଶ କଲା ।

เค้าโครง: Genesis 3
รหัสบทความ: 1202
ภาษา: Oriya
หัวข้อ: Sin and Satan (Sin, disobedience, Punishment for guilt)
ผู้ฟัง: General
เป้าหมายของสื่อบันทึกเสียง: Evangelism; Teaching
Features: Bible Stories; Paraphrase Scripture
สถานะ: Approved
บทความเป็นแนวทางพื้นฐานสำหรับการแปลและบันทึกเสียงภาษาอื่นๆ ควรดัดแปลงตามความจำเป็นเพื่อให้เข้าใจและเหมาะสมกับวัฒนธรรมและภาษาแต่ละภาษา คำศัพท์และแนวคิดบางคำที่ใช้อาจต้องอธิบายเพิ่มเติม หรือแทนที่ หรือตัดออก
เนื้อหาบทความ

ପରମେଶ୍ଵର ସେମାନଙ୍କ ନିମନ୍ତେ ପ୍ରସ୍ତୁତ କରିଥିବା ସୁନ୍ଦର ଉଦ୍ୟାନରେ ଆଦମ ଏବଂ ତାର ସ୍ତ୍ରୀ ବହୁତ ଆନନ୍ଦମୟ ଜୀବନ କାଟୁଥିଲେ । ସେମାନେ କେହିହେଲେ ପୋଷାକ ପିନ୍ଧି ନ ଥିଲେ, କିନ୍ତୁ ଏହା ସେମାନଙ୍କ ପାଇଁ କୌଣସି ଲଜ୍ବାର କାରଣ ନ ଥିଲା। ଯେହେତୁ, ଜଗତରେ ପାପ ନ ଥିଲା । ସେମାନେ ସବୁବେଳେ ଉଦ୍ୟାନରେ ଯିବା ଆସିବା କରୁଥିଲେ ଓ ପରମେଶ୍ଵରଙ୍କ ସହିତ କଥା ହେଉଥିଲେ ।

କିନ୍ତୁ, ଉଦ୍ୟାନରେ ଏକ ଚତୁର ସର୍ପ ଥିଲା । ସେ ନାରୀଙ୍କୁ ପଚାରିଲା, ପରମେଶ୍ଵର ସତ୍ୟରେ ଉଦ୍ୟାନର କୌଣସୀ ବୃକ୍ଷର ଫଳ ନ ଖାଇବାକୁ ତୁମକୁ କହିଛନ୍ତି କି ?

ନାରୀ ଉତ୍ତର ଦେଲା, ପରମେଶ୍ଵର ଆମ୍ଭକୁ କହିଲେ ଭଲ ଏବଂ ମନ୍ଦ ଜ୍ଞାନ ଦାୟକ ବୃକ୍ଷର ଫଳକୁ ଛାଡି ଯେ କୌଣସି ବୃକ୍ଷର ଫଳ ଆମେ ଖାଇ ପାରିବୁ । ପରମେଶ୍ଵର ଆମକୁ କହିଲେ, ଯଦି ତୁମେ ସେହି ଫଳ ଖାଇବ ଅଥବା ଛୁଇଁବ ସେହିଦିନ ତୁମ୍ଭେ ମରିବ ।

ସର୍ପ ନାରୀକୁ କହିଲା, ତାହା ସତ ନୁହଁ । ତୁମେ ମରିବ ନାହିଁ । ପରମେଶ୍ଵର ଜାଣନ୍ତି ଯେ, ତୁମେ ଖାଇବା ସଙ୍ଗେ ସଙ୍ଗେ ପରମେଶ୍ଵଙ୍କ ପରି ତୁମେ ହୋଇଯିବ ଓ ତାଙ୍କ ପରି ଭଲ ଓ ମନ୍ଦକୁ ବୁଝି ପାରିବ ।

ନାରୀ ତାହା ଦେଖିଲା , ସେହି ଫଳ ଦେଖିବାକୁ ସୁନ୍ଦର ଥିଲା ଓ ଖାଇବାକୁ ସୁସ୍ଵାଦୁ ଥିଲା । ସେ ମଧ୍ୟ ବୁଦ୍ଧିମାନ ହେବାକୁ ଚାହିଲା, ସେଥିପାଇଁ ସେ କିଛି ଫଳ ତୋଳିଲା ଏବଂ ଖାଇଲା । ତା ପରେ ସେ କିଛି ଫଳ ତାର ସ୍ବାମୀଙ୍କୁ ଦେଲା, ଯିଏ ତାର ସହିତ ଥିଲେ ଏବଂ ସେ ମଧ୍ୟ ସେଥିରୁ କିଛି ଖାଇଲା ।

ହଠାତ୍, ସେମାନଙ୍କ ଆଖି ଖୋଲିଲା, ଏବଂ ସେମାନେ ଅନୁଭବ କଲେ ଯେ, ସେମାନେ ଉଲଗ୍ନ ହୋଇଛନ୍ତି । ପତ୍ରଗୁଡ଼ିକକୁ ସିଲାଇ କରିବା ଦ୍ଵାରା ସେମାନଙ୍କ ଶରୀରକୁ ଘୋଡାଇବାକୁ ଚେଷ୍ଟା କଲେ ।

ତା’ପରେ ପରମେଶ୍ଵର ଉଦ୍ୟାନ ମଧ୍ୟକୁ ଚାଲି ଆସୁଥିବା ଶବ୍ଦ ପୁରୁଷ ଓ ତାଙ୍କ ସ୍ତ୍ରୀ ଶୁଣିବାକୁ ପାଇଲେ । ସେମାନେ ଦୁହେଁ ପରମେଶ୍ଵଙ୍କଠାରୁ । ତା’ପରେ ପରମେଶ୍ଵର ପୁରୁଷକୁ ଡାକିଲେ, ତୁମେ କେଉଁ ଠାରେ ଅଛ ? ଆଦମ ଉତ୍ତର ଦେଲା, ତୁମ୍ଭେ ଏଦନ ଉଦ୍ୟାନରେ ଚାଲିବାର ମୁଁ ଶୁଣିଲି ଓ ମୁଁ ଭୟ କଲି, କାରଣ ମୁଁ ଉଲଗ୍ନ ଥିଲି । ତେଣୁ ମୁଁ ଲୁଚିଲି।

ତେବେ ପରମେଶ୍ଵର ପଚାରିଲେ, ତୁମେ ଯେ ଉଲଗ୍ନ ଅଛ ତୁମକୁ କିଏ କହିଲା ? ଯେଉଁ ଫଳ ନ ଖାଇବାକୁ ମୁଁ କହିଥିଲି, ସେହି ଫଳ ତୁମେ ଖାଇଲ କି ?ପୁରୁଷ ଉତ୍ତର ଦେଲା, ଏହି ସ୍ତ୍ରୀକୁ ତୁମେ ମୋତେ ଦେଲ ଏବଂ ସେ ମୋତେ ଫଳ ଖାଇବାକୁ ଦେଲା । ପରମେଶ୍ଵର ନାରୀଙ୍କୁ ପଚାରିଲେ, ଏହା ତୁମେ କ’ଣ କଲ ? ନାରୀ ଉତ୍ତର ଦେଲା, ସର୍ପ ମୋତେ ଭୁଲାଇଲା ।

ପରମେଶ୍ଵର ସର୍ପକୁ କହିଲେ, ତୁମେ ଅଭିଶପ୍ତ ହୋଇ ଅଛ । ତୁମେ ତୁମ ପେଟରେ ଚାଲିବ ଓ ଧୁଳି ଖାଇବ । ତୁମେ ଓ ନାରୀ ପରସ୍ପରକୁ ଘୃଣା କରିବ । ଏବଂ ତୁମ ସନ୍ତାନ ଓ ତାର ସନ୍ତାନ ମଧ୍ୟ ଘୃଣା କରିବେ । ନାରୀର ବଂଶ ତୁମର ମସ୍ତକକୁ ଆଘାତ କରିବ ଓ ତୁମେ ତାର ଗୋଇଠାକୁ କାମୁଡିବ ।

ତା’ପରେ ପରମେଶ୍ଵର ନାରୀଙ୍କୁ କହିଲେ, ମୁଁ ତୁମ୍ଭର ପ୍ରସବ ବେଦନା ଅତିଶୟ ବଢାଇବି । ତୁମ୍ଭେ ତୁମ୍ଭର ସ୍ଵାମିଙ୍କୁ ଚାହିଁବ ଏବଂ ସେ ତୁମ୍ଭ ଉପରେ ଶାସନ କରିବ ।

ପରମେଶ୍ଵର ମନୁଷ୍ୟକୁ କହିଲେ, ତୁମ୍ଭେ ଆପଣା ସ୍ତ୍ରୀର କଥା ଶୁଣିଲ ଓ ମୋର ଅବାଧ୍ୟ ହେଲ । ବର୍ତ୍ତମାନ ଭୂମି ଅଭିଶପ୍ତ ହେଲା, ଏବଂ ତୁମକୁ ଖାଦ୍ୟ ଉତ୍ପନ୍ନ କରିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିବ । ତୁମେ ମରିବ ଏବଂ ତୁମ ଶରୀର ମାଟିକୁ ଫେରିବ । ପୁରୁଷ ତାର ସ୍ତ୍ରୀକୁ ହବା ନାମ ଦେଲା, ଯାହାର ଅର୍ଥ ଜୀବନଦାୟୀ, କାରଣ ସେ ଅନେକ ଲୋକଙ୍କର ମାତା ହେବେ । ଏବଂ ପରମେଶ୍ଵର ଆଦମ ଓ ହବାଙ୍କୁ ପଶୁର ଚମଡାରେ ଆଚ୍ଛାଦିତ କଲେ ।

ତା’ପରେ ପରମେଶ୍ଵର କହିଲେ, ବର୍ତ୍ତମାନ ଭଲ ଓ ମନ୍ଦ ଜାଣିବ ଦ୍ବାରା ମନୁଷ୍ୟ ଆମ୍ଭ ପରି ଜଣେ ହୋଇଅଛି, ସେମାନେ ସର୍ବଦା ବଞ୍ଚି ରହିବା ପାଇଁ ଜୀବନଦାୟୀ ବୃକ୍ଷର ଫଳ ଖାଇବା ଉଚିତ୍ ନୁହେଁ । ତେଣୁ ପରମେଶ୍ଵର ଆଦମ ଓ ହବାକୁ ସୁନ୍ଦର ଉଦ୍ୟାନରୁ ବାହାର କଲେ ଏବଂ ଦୂରକୁ ପଠାଇଲେ। ଜୀବନଦାୟୀ ବୃକ୍ଷର ଫଳକୁ ଯେପରି ନ ଖାଇବା ପାଇଁ, ପରମେଶ୍ଵର ଶକ୍ତିଶାଳୀ ଦୂତଗଣମାନଙ୍କୁ ଉଦ୍ୟାନର ଫାଟକରେ ଜଗୁଆଳି ଭାବରେ ରଖିଲେ ।