ఒక భాషను ఎంచుకోండి

mic

unfoldingWord 29 - ଦୟାହୀନ ଦାସର କାହାଣୀ

unfoldingWord 29 - ଦୟାହୀନ ଦାସର କାହାଣୀ

రూపురేఖలు: Matthew 18:21-35

స్క్రిప్ట్ సంఖ్య: 1229

భాష: Odia / Oriya

ప్రేక్షకులు: General

ప్రయోజనం: Evangelism; Teaching

Features: Bible Stories; Paraphrase Scripture

స్థితి: Approved

స్క్రిప్ట్‌లు ఇతర భాషల్లోకి అనువాదం మరియు రికార్డింగ్ కోసం ప్రాథమిక మార్గదర్శకాలు. ప్రతి విభిన్న సంస్కృతి మరియు భాషలకు అర్థమయ్యేలా మరియు సంబంధితంగా ఉండేలా వాటిని అవసరమైన విధంగా స్వీకరించాలి. ఉపయోగించిన కొన్ని నిబంధనలు మరియు భావనలకు మరింత వివరణ అవసరం కావచ్చు లేదా భర్తీ చేయబడవచ్చు లేదా పూర్తిగా విస్మరించబడవచ్చు.

స్క్రిప్ట్ టెక్స్ట్

ଦିନେ, ପିତର ଯୀଶୁଙ୍କୁ ପଚାରିଲେ “ଗୁରୁ, ଯେବେ ମୋ ଭାଇ ମୋ ବିରୁଦ୍ଧରେ ପାପ କରେ ମୁଁ କେତେ ଥର ତାହାଙ୍କୁ କ୍ଷମା ଦେବି?କ’ଣ ସାତଥର ପର୍ଯ୍ୟନ୍ତ?”ଯୀଶୁ କହିଲେ “ସାତଥର ନୁହେଁ, କିନ୍ତୁ ସାତଥର ସତୁରୀ ଗୁଣ ପର୍ଯ୍ୟନ୍ତ !”ଏହା ଦ୍ଵାରା, ଯୀଶୁଙ୍କ କହିବାର ଅର୍ଥ ଥିଲା ଯେ ଆମେ ସର୍ବଦା କ୍ଷମା କରିବା ଉଚିତ୍।ତା’ପରେ ଯୀଶୁ ଏହି କାହାଣୀ କହିଲେ ।

ଯୀଶୁ କହିଲେ “ଈଶ୍ବରଙ୍କ ରାଜ୍ୟ ଏହିପରି ଜଣେ ରାଜାଙ୍କ ପରି ଯିଏ ତାଙ୍କ ଦାସମାନଙ୍କ ସହିତ ବସି ହିସାବ ସମ୍ପୁର୍ଣ କରିବାକୁ ଚାହିଁଲେ ।ତାଙ୍କ ଦାସମାନଙ୍କ ମଧ୍ୟରୁ ଜଣେ ୨,୦୦,୦୦୦ ବର୍ଷର ପ୍ରଚୁର ପାଉଣା ଉଧାର କରିଥିଲେ ।”

ଯେହେତୁ ସେହି ଦାସ ପାଉଣା ପରିଶୋଧ କରିପାରିଲେ ନାହିଁ, ତେଣୁ ରାଜା କହିଲେ “ଏହି ଲୋକ ଓ ଏହାର ପରିବାରକୁ ଦାସ ଭାବରେ ବିକ୍ରୟ କରି ପାଉଣା ପରିଶୋଧ କରିବାକୁ ଦିଅ ।“

“ସେହି ଦାସ ରାଜାଙ୍କ ପାଦ ତଳେ ପଡିଯାଇ କହିଲା ‘ଦୟାକରି ମୋ ବିଷୟରେ ଧୈର୍ଯ୍ୟ ଧରନ୍ତୁ, ଏବଂ ମୁଁ ଆପଣଙ୍କଠାରେ ଋଣୀ ଥିବା ସମସ୍ତ ଋଣ ପରିଶୋଧ କରିଦେବି ।‘ ରାଜା ସେହି ଦାସ ପ୍ରତି ଦୟା ହେଲେ, ତେଣୁ ସେ ତାହାର ସମସ୍ତ ଋଣକୁ ଛାଡ କରିଦେଲେ ।“

କିନ୍ତୁ ସେହି ଦାସ ଯେତେବେଳେ ରାଜାଙ୍କ ନିକଟରୁ ଗଲା, ସେତେବେଳେ ସେ ଆଉ ଜଣେ ସହଦାସର ଦେଖା ପାଇଲେ ଯିଏକି ତାକୁ ଚାରି ମାସର ଋଣ ପରିଶୋଧ କରିବାକୁ ଥିଲା ।ସେହି ଦାସ ତାହାର ସେହି ସହଦାସର ଗଳା ଧରିଲା ଏବଂ କହିଲା “ମୋ ଠାରୁ ଧାର କରିଥିବା ଋଣ ପରିଶୋଧ କର !”

“ସହଦାସ ସେହି ଦାସର ପାଦରେ ପଡି କହିଲା ‘ଦୟାକରି ମୋ ପ୍ରତି ଧୈର୍ଯ୍ୟ ରଖନ୍ତୁ, ଏବଂ ମୁଁ ଧାର କରିଥିବା ସମସ୍ତ ଋଣ ଆପଣଙ୍କୁ ଫେରାଇଦେବି ।‘କିନ୍ତୁ ତାହା କରିବା ପରିବର୍ତ୍ତେ ସେ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ ତାଙ୍କୁ କାରାଗାରରେ ଫିଙ୍ଗିଲା ।

“ଯେଉଁ ଦାସମାନେ ଏହି ଘଟଣ। ଦେଖିଥିଲେ, ସେମାନେ ଅତି ମର୍ମାହତ ହେଲେ ।ସେମାନେ ରାଜାଙ୍କ ନିକଟକୁ ଗଲେ ଏବଂ ସମସ୍ତ କଥା ଜଣାଇ ଦେଲେ ।

“ରାଜା ସେହି ଦାସକୁ ଡାକି କହିଲେ, ‘ ତୁମ୍ଭେ ଦୁଷ୍ଟ ଦାସ!” ତୁମେ ମୋତେ କ୍ଷମାଭିକ୍ଷା ମାଗିବାରୁ ମୁଁ ତୁମର ସମସ୍ତ ଋଣ ଛାଡ କରିଦେଲି!ତୁମେ ମଧ୍ୟ ଠିକ୍ ଏହିପରି ଭାବରେ ହିଁ କରିବା ଉଚିତ ।‘ରାଜା ଏତେ କ୍ରୋଧୀ ହୋଇଯାଇଥିଲେ ଯେ ସେହି ଦୁଷ୍ଟ ଦାସ ସମସ୍ତ ଋଣ ପରିଶୋଧ କରିବା ପର୍ଯ୍ୟନ୍ତ କାରାଗାର ମଧ୍ୟକୁ ଫିଙ୍ଗିଦେଲେ ।

ତା’ପରେ ଯୀଶୁ କହିଲେ “ଯେଉଁମାନେ ଆପଣା ଭ୍ରାତାମାନଙ୍କୁ କ୍ଷମା ଦିଅନ୍ତି ନାହିଁ ମୋ ସ୍ଵର୍ଗସ୍ଥ ପିତା ମଧ୍ୟ ସେମାନଙ୍କ ପ୍ରତି ସେପରି କରିବେ ।“

సంబంధించిన సమాచారం

జీవపు మాటలు - రక్షణ మరియు క్రైస్తవ జీవనం గురించి బైబిల్ ఆధారిత సందేశాలను కలిగి ఉన్న వేలాది భాషలలో ఆడియో సువార్త సందేశాలు.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons