unfoldingWord 18 - ବିଭକ୍ତ ରାଜ୍ୟ

unfoldingWord 18 - ବିଭକ୍ତ ରାଜ୍ୟ

சுருக்கமான வருணனை: 1 Kings 1-6; 11-12

உரையின் எண்: 1218

மொழி: Oriya

சபையினர்: General

பகுப்பு: Bible Stories & Teac

செயல்நோக்கம்: Evangelism; Teaching

வேதாகம மேற்கோள்: Paraphrase

நிலை: Approved

இந்த விரிவுரைக்குறிப்பு பிறமொழிகளின் மொழிபெயர்ப்பிற்கும் மற்றும் பதிவு செய்வதற்கும் அடிப்படை வழிகாட்டி ஆகும். பல்வேறு கலாச்சாரங்களுக்கும் மொழிகளுக்கும் பொருத்தமானதாக ஒவ்வொரு பகுதியும் ஏற்ற விதத்தில் இது பயன்படுத்தப்படவேண்டும்.சில விதிமுறைகளுக்கும் கோட்பாடுகளுக்கும் ஒரு விரிவான விளக்கம் தேவைப்படலாம் அல்லது வேறுபட்ட கலாச்சாரங்களில் இவை தவிர்க்கப்படலாம்.

உரையின் எழுத்து வடிவம்

ଅନେକ ବର୍ଷ ପରେ ଦାଉଦ ମୃତ୍ୟୁବରଣ କଲେ, ଏବଂ ତାଙ୍କ ପୁତ୍ର ଶଲୋମୋନ ଇସ୍ରାଏଲ ଉପରେ ରାଜତ୍ଵ କରିବାକୁ ଆରମ୍ଭ କଲେ ।ଈଶ୍ଵର ଶଲୋମୋନଙ୍କୁ ,ଏବଂ ସେ କେଉଁ ବିଷୟକୁ ସବୁଠାରୁ ଅଧିକ ଚାହାନ୍ତି ତାହା ପଚାରିଲେ ।ଯେତେବେଳେ ଶଲୋମୋନ ଜ୍ଞାନ ପାଇଁ ପ୍ରାର୍ଥନା କଲେ, ଈଶ୍ଵର ସେଥିରେ ସନ୍ତୁଷ୍ଟ ହୋଇଥିଲେ ଏବଂ ତାହାଙ୍କୁ ପୃଥିବୀର ସବୁଠାରୁ ଅଧିକ ଜ୍ଞାନୀ କଲେ ।ଶଲୋମୋନ ଅନେକ ବିଷୟ ଶିଖିଲେ ଏବଂ ସେ ଜଣେ ଅତି ଜ୍ଞାନବାନ ବିଚାରକର୍ତ୍ତା ହେଲେ ।ଆହୁରି ମଧ୍ୟ ଇଶ୍ଵର ତାହାଙ୍କୁ ଅତି ଧନଶାଳୀ କଲେ ।

ଯିରୁଶାଲମରେ, ଶଲୋମୋନ ମନ୍ଦିର ନିର୍ମାଣ କଲେ ଯାହା ତାଙ୍କ ପିତା ଯୋଜନା କରିଥିଲେ ଏବଂ ଉପକରଣଗୁଡିକ ସଂଗ୍ରହ କରି ରଖିଥିଲେ ।ଲୋକମାନେ ଈଶ୍ଵରଙ୍କ ଉପାସନା ଏବଂ ନୈବେଦ୍ୟ ଉତ୍ସର୍ଗ ସମାଗମ ତମ୍ବୁରେ କରିବା ପରିବର୍ତ୍ତେ ମନ୍ଦିରରେ କରିବାକୁ ଲାଗିଲେ ।ଈଶ୍ଵର ଆସିଲେ ଏବଂ ମନ୍ଦିରରେ ଉପସ୍ଥିତ ରହିଲେ, ଓ ସେ ତାଙ୍କ ଲୋକମାନଙ୍କ ସହିତ ବାସ କଲେ ।

କିନ୍ତୁ ଶଲୋମୋନ ଅନ୍ୟ ଦେଶମାନଙ୍କ ସ୍ତ୍ରୀମାନଙ୍କୁ ପ୍ରେମ କଲେ ।ସେ ୧୦୦୦ ବିଦେଶୀୟ ମହିଳାମାନଙ୍କୁ ବିବାହ କରି ଈଶ୍ଵରଙ୍କର ଅନାଜ୍ଞାବହ ହୋଇଥିଲେ । ଏହି ମହିଳାମାନଙ୍କ ମଧ୍ୟରୁ ଅନେକେ ବାହାର ଦେଶରୁ ଆସିଥିଲେ ଏବଂ ସେମାନଙ୍କ ସହ ସେମାନଙ୍କର ଦେବତାଗୁଡିକୁ ଆଣିଥିଲେ ଏବଂ ନିରନ୍ତର ସେମାନଙ୍କୁ ଉପାସନା କଲେ ।ଶଲୋମୋନ ଯେତେବେଳେ ବୃଦ୍ଧ ହେଲେ, ସେ ମଧ୍ୟ ସେମାନଙ୍କର ସେମାନଙ୍କ ଦେବତାମାନଙ୍କୁ ଉପାସନା କଲେ ।

ଈଶ୍ଵର ଶଲୋମୋନଙ୍କ ଠାରେ କ୍ରୋଧୀତ ଥିଲେ ଏବଂ ଶଲୋମୋନଙ୍କ ଅବିଶ୍ଵସ୍ତତାର ଦଣ୍ଡ ସ୍ବରୂପେ ଶଲୋମୋନଙ୍କ ମୃତ୍ୟୁପରେ ସେ ଇସ୍ରାଏଲ ଦେଶକୁ ଦୁଇଗୋଟି ରାଜ୍ୟ ବିଭକ୍ତ କରିବା ନିମନ୍ତେ ନିଷ୍ପତ୍ତି ନେଲେ ।

ଶଲୋମୋନଙ୍କ ମୃତ୍ୟୁ ପରେ, ତାହାଙ୍କ ପୁତ୍ର ରିହବିୟାମ ରାଜା ହେଲେ ।ରିହବିୟାମ ଜଣେ ଦୁଷ୍ଟ ବ୍ୟକ୍ତି ଥିଲେ ।ଇସ୍ରାଏଲ ଦେଶର ସମସ୍ତ ଲୋକ ମାନେ ଏକତ୍ର ହୋଇ ତାହାଙ୍କୁ ଏକ ରାଜା ଭାବରେ ନିଶ୍ଚିତ କଲେ ।ସେମାନେ ରିହବିୟାମଙ୍କୁ ଅଭିଯୋଗ କରି କହିଲେ ଯେ ଶଲୋମୋନ ସେମାନଙ୍କୁ କଠିନ କାର୍ଯ୍ୟ କରିବାକୁ ଓ ଅନେକ କର ଦେବାକୁ ପଡୁଥିଲା ।

ରିହବିୟାମ ସେମାନଙ୍କୁ କଠୋର ହୋଇ ଉତ୍ତର ଦେଲେ “ତୁମ୍ଭେମାନେ ଭାବୁଅଛ ମୋ ପିତା ଶଲୋମୋନ ତୁମ୍ଭମାନଙ୍କୁ କଠିନ କାର୍ଯ୍ୟ କରାଇଅଛନ୍ତି, କିନ୍ତୁ ତାଙ୍କ ଠାରୁ ମୁଁ ଆହୁରି ଅଧିକ କଷ୍ଟକର କାର୍ଯ୍ୟ କରିବାକୁ ଦେବି, ଏବଂ ତାଙ୍କ ଠାରୁ ଅଧିକ ମୁଁ ତୁମ୍ଭମାନଙ୍କୁ କଠୋର ଭାବରେ ଦଣ୍ଡ ଦେବି ।”

ଇସ୍ରାଏଲ ଦେଶର ଦଶ ଗୋଷ୍ଠୀ ରିହବିୟାମଙ୍କ ବିରୁଦ୍ଧରେ ବିରୋଧ କଲେ ।କେବଳ ଦୁଇଗୋଟି ଗୋଷ୍ଠୀ ତାହାଙ୍କ ପ୍ରତି ବିଶ୍ଵସ୍ତ ରହିଲେ । ଏହି ଦୁଇ ଗୋଷ୍ଠୀ ଯିହୂଦା ରାଜ୍ୟ ହେଲା ।

ଇସ୍ରାଏଲ ଦେଶର ଅନ୍ୟ ଦଶଗୋଟି ଜାତି ରିହବିୟାମଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଯାରବିୟାମ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନଙ୍କର ରାଜା ହେବା ନିମନ୍ତେ ନିଯୁକ୍ତ କଲେ ।ସେମାନେ ଉତ୍ତର ଭାଗରେ ସେମାନଙ୍କର ରାଜ୍ୟ ସ୍ଥାପନ କଲେ ଏବଂ ସେମାନଙ୍କୁ ଇସ୍ରାଏଲ ରାଜ୍ୟ ବା ପ୍ରଦେଶ କୁହାଗଲା ।

ଯାରବିୟାମ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଲୋକମାନଙ୍କୁ ପାପ କରାଇଲେ ।ଯିହୂଦା ରାଜ୍ୟରେ ଥିବା ମନ୍ଦିରରେ ଈଶ୍ଵରଙ୍କ ଉପାସନା କରିବା ପରିବର୍ତ୍ତେ ସେ ପ୍ରତିମା ପୂଜା କରିବା ନିମନ୍ତେ ତାଙ୍କ ଲୋକମାନଙ୍କ ପାଇଁ ଦୁଇଟି ପ୍ରତିମାଗୁଡିକ ନିର୍ମାଣ କଲେ ।

ଯିହୂଦା ରାଜ୍ୟ ଓ ଇସ୍ରାଏଲ ରାଜ୍ୟ ଶତ୍ରୁରେ ପରିଣତ ହେଲେ ଏବଂ ଅନେକ ଥର ପରସ୍ପର ବିରୁଦ୍ଧରେ ଯୁଦ୍ଧ କରୁଥିଲେ ।

ନୂତନ ରାଜ୍ୟ ଇସ୍ରାଏଲରେ ସମସ୍ତ ରାଜା ମନ୍ଦ ଥିଲେ ।ଏହି ସମସ୍ତ ରାଜାମାନଙ୍କ ମଧ୍ୟରୁ ଅନେକ ରାଜା ଅନ୍ୟ ଇସ୍ରାଏଲୀୟମାନଙ୍କ ଦ୍ଵାରା ବଧ ହୋଇଥିଲେ ଯେଉଁମାନେ ସେମାନଙ୍କ ସ୍ଥାନରେ ରାଜା ହେବାକୁ ଚାହିଁଲେ ।

ସମସ୍ତ ରାଜାମାନେ ଓ ଇସ୍ରାଏଲ ରାଜ୍ୟର ସମସ୍ତ ଲୋକ ପ୍ରତିମା ପୂଜା କରୁଥିଲେ ।ସେମାନଙ୍କ ପ୍ରତିମା ପୂଜାରେ ଅନେକ ସମୟରେ ଯୌନ ଅଶୁଚିତା ଏବଂ ଏପରିକି ବେଳେବେଳେ ଶିଶୁ ବଳିଦାନ ହେଉଥିଲା ।

ଯିହୂଦାର ରାଜାମାନେ ଦାଉଦଙ୍କ ବଂଶଧର ଥିଲେ ।ଏହି ସମସ୍ତ ରାଜାଙ୍କ ମଧ୍ୟରୁ ଅନେକେ ଉତ୍ତମ ବ୍ୟକ୍ତି ଥିଲେ ଯେଉଁମାନେ କି ନ୍ୟାୟ ଭାବରେ ରାଜତ୍ବ କରୁଥିଲେ ଏବଂ ଈଶ୍ଵରଙ୍କ ଉପାସନା କରୁଥିଲେ ।କିନ୍ତୁ ଯିହୂଦାର ଅଧିକାଂଶ ରାଜାମାନେ ମନ୍ଦ ଏବଂ ଭ୍ରଷ୍ଟ ଥିଲେ ଏବଂ ସେମାନେ ପ୍ରତିମାପୂଜା କରୁଥିଲେ ।କେତେକ ରାଜାମାନେ ଏପରିକି ସେମାନଙ୍କ ପିଲାମାନଙ୍କୁ ଭ୍ରାନ୍ତ ଦେବତାମାନଙ୍କୁ ବଳିଦାନ କରୁଥିଲେ ।ଯିହୂଦାର ଅଧିକାଂଶ ଲୋକମାନେ ମଧ୍ୟ ଈଶ୍ଵରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ ଏବଂ ଅନ୍ୟ ଦେବତାମାନଙ୍କ ଉପାସନା କରୁଥିଲେ ।

தொடர்புடைய தகவல்கள்

ஜீவனுள்ள வார்த்தைகள் - இரட்சிப்பை பற்றியும் கிறிஸ்தவ ஜீவியத்தை பற்றியும் GRN ஆயிரக்கணக்கான மொழிகளில் வேதாகம செய்திகளை ஆடியோவில் சுவிஷேச செய்திகளாக கொண்டுள்ளது.

இலவச பதிவிறக்கங்கள் - இங்கே நீங்கள் GRN இன் முதன்மையான செய்தி உரைகளை பற்பலமொழிகளில், படங்கள் இன்னும் தொடர்புடைய உபகரணங்களையும் பதிவிறக்கம் செய்ய கிடைக்கிறது.

GRN இன் ஆடியோ நூலகம் - சுவிஷேஷத்திற்கும் வேதாகம அடிப்படை போதனைகளுக்கும் தேவையான உபகரணப் பொருட்கள் மக்களின் தேவைக்கும் கலாச்சாரத்திற்கும் பாணிகளுக்கும் ஏற்ற விதத்தில் பல்வேறு வடிவமைப்புகளில் அமைந்துள்ளது.

Copyright and Licensing - GRN shares it's audio, video and written scripts under Creative Commons

Choosing the right audio or video format - What audio and video file formats are available from GRN, and which one is best to use?