Välj ett språk

mic

Dela med sig

Dela länk

QR code for https://globalrecordings.net/script/8711

unfoldingWord 13 - ପରମେଶ୍ଵରଙ୍କ ଇସ୍ରାଏଲ ସହିତ ନିୟମ

unfoldingWord 13 - ପରମେଶ୍ଵରଙ୍କ ଇସ୍ରାଏଲ ସହିତ ନିୟମ

Översikt: Exodus 19-34

Skriptnummer: 1213

Språk: Odia / Oriya

Publik: General

Ändamål: Evangelism; Teaching

Features: Bible Stories; Paraphrase Scripture

Status: Approved

Skript är grundläggande riktlinjer för översättning och inspelning till andra språk. De bör anpassas efter behov för att göra dem begripliga och relevanta för olika kulturer och språk. Vissa termer och begrepp som används kan behöva mer förklaring eller till och med ersättas eller utelämnas helt.

Manustext

ପରମେଶ୍ଵର ଇଶ୍ରାୟେଲୀୟମାନଙ୍କୁ ଲୋହିତ ସାଗର ଦେଇ ପାର କରାଇଲା ପରେ, ସେ ଏକ ମରୁଭୂମି ଦେଇ ସୀନୟ ନାମକ ପର୍ବତକୁ ଆଣିଲେ ।ଏହା ସେହି ପର୍ବତ ଥିଲା ଯେଉଁଠାରେ ମୋଶା ଜ୍ଜଳନ୍ତା ବୁଦା ଦେଖିଥିଲେ ।ପର୍ବତର ତଳେ ଲୋକମାନେ ସେମାନଙ୍କ ତମ୍ବୁଗୁଡିକ ପ୍ରସାରିତ କଲେ ।

ପରମେଶ୍ଵର ମୋଶାଙ୍କୁ ଓ ଇସ୍ରାଏଲର ଲୋକମାନଙ୍କୁ କହିଲେ “ତୁମ୍ଭେମାନେ ଯଦି ମୋ ଆଜ୍ଞା ପାଳନ କରିବ ଓ ମୋ ନିୟମ ରକ୍ଷା କରିବ ତେବେ ତୁମ୍ଭେମାନେ ମୋର ସଞ୍ଚିତ ଧନ, ଯାଜକମାନଙ୍କର ଏକ ରାଜବଂଶ ଓ ଏକ ପବିତ୍ର ଦେଶ ହେବ ।”

ତିନିଦିନ ପରେ, ଲୋକମାନେ ନିଜକୁ ଆତ୍ମିକ ଭାବରେ ପ୍ରସ୍ତୁତ କଲା ପରେ, ଈଶ୍ଵର ମେଘ ଗର୍ଜନ, ବିଜୁଳି, ଧୂଆଁ, ଏବଂ ଏକ ଉଚ୍ଚ ତୂରୀଧ୍ଵନୀ ସହ ସୀନୟ ପର୍ବତ ଉପରକୁ ଓହ୍ଲାଇ ଆସିଲେ ।କେବଳ ମୋଶା ହିଁ ପର୍ବତ ଉପରକୁ ଯିବାକୁ ଅନୁମତି ପାଇଲେ ।

ତା’ପରେ ପରମେଶ୍ଵର ସେମାନଙ୍କୁ ତାଙ୍କ ନିୟମ ଦେଲେ ଏବଂ କହିଲେ “ମୁଁ ତୁମ୍ଭମାନଙ୍କର ଈଶ୍ଵର ସଦାପ୍ରଭୁ ଅଟେ, ଯିଏ ତୁମ୍ଭମାନଙ୍କୁ ମିଶରର ଦାସତ୍ବାବସ୍ଥାରୁ ରକ୍ଷା କରିଆଣିଲେ ।ଅନ୍ୟ ଦେବତାମାନଙ୍କର ଉପାସନା କରନାହିଁ ।”

“କୌଣସି ପ୍ରତିମୂର୍ତ୍ତି ତିଆରି କରିବ ନାହିଁ ଏବଂ ସେଗୁଡିକର ଉପାସନା କରିବ ନାହିଁ, କାରଣ, ମୁଁ କ୍ରୋଧକାରୀ ସଦାପ୍ରଭୁ ଅଟେ ।ମୋ ନାମ ଅସମ୍ମାନ ଭାବରେ ବ୍ୟବହାର କରିବା ନାହିଁ ।ବିଶ୍ରାମ ଦିନକୁ ପବିତ୍ର ଭାବରେ ପାଳନ କରିବ।ଅନ୍ୟ ଅର୍ଥରେ, କେବଳ ଛଅ ଦିନରେ ତୁମର ସମସ୍ତ କାମ କରିବ, କିନ୍ତୁ ସପ୍ତମ ଦିନ ତୁମ୍ଭମାନଙ୍କ ନିମନ୍ତେ ବିଶ୍ରାମର ଦିନ ହେବ ଓ ତୁମ୍ଭେ ମୋତେ ସ୍ମରଣ କରିବ ।”

“ତୁମ୍ଭ ପିତା ଓ ମାତାଙ୍କୁ ସମ୍ମାନ କର ।ନରହତ୍ୟା କରନାହିଁ ।ବ୍ୟଭିଚାର କରନାହିଁ ।ଚୋରି କରନାହିଁ ।ମିଥ୍ୟା କୁହନାହିଁ ।ତୁମ୍ଭ ପ୍ରତିବାସୀର ସ୍ତ୍ରୀକୁ, ତାହାର ଘରକୁ ବା ପ୍ରତିବାସୀର ଅନ୍ୟ କୌଣସି ବସ୍ତୁକୁ ଯାହା ତାହାର ଅଟେ, ଲୋଭ କର ନାହିଁ ।”

ତା’ପରେ ପରମେଶ୍ଵର ଦୁଇଟି ପଥର ପଟାରେ ଏହି ଦଶଗୋଟି ଆଜ୍ଞାଗୁଡିକ ଲେଖିଲେ ଏବଂ ମୋଶାଙ୍କୁ ଦେଲେ ।ପରମେଶ୍ଵର ଆହୁରି ଅନେକ ବ୍ୟବସ୍ଥା ବା ନିୟମ ଓ ନୀତିଗୁଡିକ ପାଳନ କରିବାକୁ ଦେଲେ । ପରମେଶ୍ଵର ପ୍ରତିଜ୍ଞା କରି କହିଲେ, ଯଦି ଲୋକମାନେ ଏହିସମସ୍ତ ବ୍ୟବସ୍ଥା ବା ନିୟମ ପାଳନ କରିବେ, ତେବେ ସେ ସେମାନଙ୍କୁ ଆଶୀର୍ବାଦ କରିବେ ଏବଂ ସୁରକ୍ଷା ପ୍ରଦାନ କରିବେ ।ଯଦି ସେମାନେ ସେଗୁଡିକର ଅନାଜ୍ଞାବହ ହେବେ, ତେବେ ଈଶ୍ବର ସେମାନଙ୍କୁ ଦଣ୍ଡ ଦେବେ ।

ଈଶ୍ବର ଆହୁରି ମଧ୍ୟ ଇସ୍ରାଏଲୀୟମାନଙ୍କୁ ଏକ ତମ୍ବୁର ସବିଶେଷ ବିବରଣ ପ୍ରଦାନ କଲେ ଯାହାକୁ ସେମାନେ କରନ୍ତୁ ବୋଲି ସେ କହିଥିଲେ ।ଏହାକୁ ସମାଗମ ତମ୍ବୁ କୁହାଯାଉଥିଲା, ଏବଂ ଏଥିରେ ଦୁଇଗୋଟି କୋଠରୀ ଥିଲା ଯାହାକୁ ଏକ ବୃହତ୍ ପରଦା ବିଭକ୍ତ କରୁଥିଲା ।କେବଳ ମହାଯାଜକ ହିଁ ପରଦାର ପଛ ଭାଗରେ ଥିବା କୋଠରୀକୁ ଯିବା ନିମନ୍ତେ ଅନୁମତି ପାଇଥିଲେ, କାରଣ ଈଶ୍ବର ସେଠାରେ ରହୁଥିଲେ ।

କୌଣସି ବ୍ୟକ୍ତି ଈଶ୍ଵରଙ୍କ ବ୍ୟବସ୍ଥାର ଅନାଜ୍ଞାବହ ହେଲେ ସେ ଈଶ୍ବରଙ୍କ ଉଦ୍ଦେଶ୍ୟରେ ଏକ ବଳି ସ୍ବରୂପ ଏକ ପଶୁକୁ ସମାଗମ ତମ୍ବୁର ସମ୍ମୁଖରେ ଥିବା ବେଦୀ ନିକଟକୁ ଆଣିପାରୁଥିଲେ ।ଜଣେ ଯାଜକ ପଶୁକୁ ବଧ କରି ତାହାକୁ ବେଦୀରେ ଦଗ୍ଧ କରୁଥିଲେ (ପୋଡୁଥିଲେ) ।ବଳି ଦିଆଯାଉଥିବା ପଶୁର ରକ୍ତ ସେହି ବ୍ୟକ୍ତିର ପାପକୁ ଆଚ୍ଛାଦନ କରୁଥିଲା ବା ଘୋଡାଉଥିଲା ଏବଂ ସେହି ବ୍ୟକ୍ତି ଈଶ୍ଵରଙ୍କ ଦୃଷ୍ଟିରେ ସୂଚୀ ହେଉଥିଲେ ।ପରମେଶ୍ଵର ମୋଶାଙ୍କ ଭାଇ ହାରୋଣ ଏବଂ ହାରୋଣଙ୍କ ବଂଶଧରକୁ ତାହାଙ୍କର ଯାଜକ ହେବା ପାଇଁ ମନୋନୀତ କଲେ ।

ସମସ୍ତ ଲୋକମାନେ ପରମେଶ୍ଵର ସେମାନଙ୍କୁ ଦେଇଥିବା ବ୍ୟବସ୍ଥାଗୁଡିକ ପାଳନ କରିବା ନିମନ୍ତେ , କେବଳ ଈଶ୍ଵରଙ୍କ ଉପାସନା କରିବା ନିମନ୍ତେ ଏବଂ ତାଙ୍କ ବିଶେଷ ଲୋକ ହେବା ନିମନ୍ତେ ସହମତ ହେଲେ ।କିନ୍ତୁ ସେମାନେ ଈଶ୍ଵରଙ୍କର ଆଜ୍ଞାବହ ହେବା ନିମନ୍ତେ ପ୍ରତିଜ୍ଞା କରିବାର ଅଳ୍ପ ସମୟ ପରେ ସେମାନେ ଭୟଙ୍କର ପାପ କଲେ ।

ଅନେକ ଦିନ ଧରି ମୋଶା ଈଶ୍ଵରଙ୍କ ସହ ସୀନୟ ପର୍ବତର ଶିଖରରେ କଥାବାର୍ତ୍ତା କରୁଥିଲେ।ମୋଶାଙ୍କ ଫେରିବାର ଅପେକ୍ଷା କରୁ କରୁ ଲୋକମାନେ କ୍ଲାନ୍ତ ଓ ଅଧୈର୍ଯ୍ୟ ହୋଇଉଠିଲେ ।ତେଣୁ ସେମାନେ ହାରୋଣଙ୍କ ନିକଟକୁ ସୁବର୍ଣ୍ଣ (ସୁନା) ଆଣି ତାହାଙ୍କୁ ସେମାନଙ୍କ ନିମନ୍ତେ ଏକ ମୂର୍ତ୍ତି ନିର୍ମାଣ କରିବାକୁ କହିଲେ!

ହାରୋଣ ସେହି ସୁନା ଦ୍ଵ।ରା ଏକ ବାଛୁରୀର ପ୍ରତିମୂର୍ତ୍ତିର ପ୍ରତିମା ତିଆରି କଲେ ।ଲୋକମାନେ ଅତି କଦର୍ଯ୍ୟ ଭାବରେ ସେହି ପ୍ରତିମାକୁ ପୂଜା କରିଲେ ଏବଂ ବଳୀ ଉତ୍ସର୍ଗ କଲେ!ସେମାନଙ୍କ ପାପ ଯୋଗୁଁ ସେମାନଙ୍କଠାରେ ପରମେଶ୍ଵର ଅତିଶୟ କ୍ରୋଧ କରିଥିଲେ ଏବଂ ସେମାନଙ୍କୁ ବିନଷ୍ଟ କରିବାକୁ ଚାହିଁଲେ ।

କିନ୍ତୁ ମୋଶା ସେମାନଙ୍କ ନିମନ୍ତେ ପ୍ରାର୍ଥନା କଲେ, ଏବଂ ଈଶ୍ବର ତାହାଙ୍କ ପ୍ରାର୍ଥନାକୁ ଶୁଣିଲେ ଏବଂ ସେମାନଙ୍କୁ ବିନଷ୍ଟ କଲେ ନାହିଁ ।ମୋଶା ଯେତେବେଳେ ପର୍ବତରୁ ଓହ୍ଲାଇ ଆସିଲେ ଏବଂ ସେହି ପ୍ରତିମା ଦେଖିଲେ, ସେ ଏତେ କ୍ରୋଧ କରିଥିଲେ ଯେ ଈଶ୍ବର ଯେଉଁ ପଥରର ପଟାରେ ଦଶ ଆଜ୍ଞାଗୁଡିକ ଲେଖିଥିଲେ ସେ ତାହାକୁ ଫୋପାଡି ଚୂନା କରିଦେଲେ ।

ତା’ପରେ ମୋଶା ସେହି ପ୍ରତିମାକୁ ବାଡେଇ ଚୂନା କରିଦେଲେ,ଏବଂ ସେହି ଚୂନାକୁ କିଛି ଜଳରେ ଫୋପାଡି ଦେଲେ ଓ ଲୋକମାନଙ୍କୁ ସେହି ଜଳ ପିଇବାକୁ ଦେଲେ ।ଈଶ୍ବର ଲୋକମାନଙ୍କ ମଧ୍ୟକୁ ମହାମାରୀ ପଠାଇଲେ ଏବଂ ସେହି ମହାମାରୀରୀ ଅନେକ ଲୋକ ମରିଗଲେ ।ମୋଶା ଯେଉଁ ପ୍ରଥମ ପଥରର ପଟା ଭାଙ୍ଗି ଦେଇଥିଲେ ତା’ ପ୍ରତିବଦଳରେ ସେ ଏକ ନୂତନ ପଥରର ପଟାରୀ ଦଶଆଜ୍ଞା ଲେଖିଲେ ।

ତା' ପରେ ସେ ପୁନର୍ବାର ସେହି ପର୍ବତକୁ ଚଢିଲେ ଏବଂ ଈଶ୍ବରଙ୍କ ନିକଟରେ, ଲୋକମାନଙ୍କୁ କ୍ଷମା ଦେବା ନିମନ୍ତେ ପ୍ରାର୍ଥନା କଲେ ।ପରମେଶ୍ଵର ମୋଶାଙ୍କର ପ୍ରାର୍ଥନା ଶୁଣି ସେମାନଙ୍କୁ କ୍ଷମା ଦେଲେ ।ମୋଶା ପର୍ବତରୁ ନୂତନ ପଥରର ପଟାରେ ଦଶ ଆଜ୍ଞାଗୁଡିକ ସହିତ ଓହ୍ଲାଇ ଫେରିଆସିଲେ । .ତା’ ପରେ ପରମେଶ୍ଵର ସୀନୟ ପର୍ବତ ଠାରୁ ପ୍ରତିଜ୍ଞାତ ଦେଶ ଆଡକୁ ଇସ୍ରାଏଲୀୟମାନଙ୍କୁ କଢାଇ ନେଲେ ।

Relaterad information

Livets ord - Ljudevangeliebudskap på tusentals språk som innehåller bibelbaserade budskap om frälsning och kristet liv.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?