ဘာသာစကား တစ်ခုကို ရွေးပါ။

mic

ဝေငှသည်။ ပြောပြသည်။ အသိပေးသည်။

လင့်ကို မျှဝေပါ

QR code for https://globalrecordings.net/script/8742

unfoldingWord 44 - ପିତର ଓ ଯୋହନ ଏକ ଭିକ୍ଷୁକକୁ ସୁସ୍ଥ କରନ୍ତି

unfoldingWord 44 - ପିତର ଓ ଯୋହନ ଏକ ଭିକ୍ଷୁକକୁ ସୁସ୍ଥ କରନ୍ତି

အကြမ်းဖော်ပြချက်: Acts 3-4:22

ဇာတ်ညွှန်းနံပါတ်: 1244

ဘာသာစကား: Odia / Oriya

ပရိသတ်: General

ရည်ရွယ်ချက်: Evangelism; Teaching

Features: Bible Stories; Paraphrase Scripture

အဆင့်အတန်း: Approved

ဇာတ်ညွှန်းများသည် အခြားဘာသာစကားများသို့ ပြန်ဆိုခြင်းနှင့် အသံသွင်းခြင်းအတွက် အခြေခံလမ်းညွှန်ချက်များ ဖြစ်သည်။ မတူကွဲပြားသောယဉ်ကျေးမှုနှင့် ဘာသာစကားတစ်ခုစီကို နားလည်မှုရှိစေနိုင်ရန်နှင့် ဆက်စပ်မှုရှိစေရန် ၎င်းတို့ကို လိုအပ်သည့်အတိုင်း ပြင်ဆင်သင့်သည်။ အသုံးပြုနေသည့် အချို့သောဝေါဟာရများနှင့်သဘောတရားများကို ပိုမို ရှင်းပြရန် လိုအပ်နိုင်သည်၊ သို့မဟုတ် အစားထိုးခြင်း သို့မဟုတ် လုံးလုံး ချန်လှပ်ထားနိုင်သည်။

ဇာတ်ညွှန်းစာသား

ଦିନେ, ପିତର ଓ ଯୋହନ ମନ୍ଦିରକୁ ଯାଉଥିଲେ ।ସେମାନେ ଯେତେବେଳେ ମନ୍ଦିର ଦ୍ଵାରରେ ଉପସ୍ଥିତ ହେଲେ, ସେମାନେ ଏକ ଖଞ୍ଜକୁ ମାଗୁଥିବାର ଦେଖିଲେ ।

ପିତର ପଙ୍ଗୁ ବ୍ୟକ୍ତି ପ୍ରତି ଦୃଷ୍ଟି କରି କହିଲେ “ଦେବା ନିମନ୍ତେ ମୋ ଠାରେ ଅର୍ଥ ନାହିଁ ।କିନ୍ତୁ ମୋହର ଯାହା ଅଛି ତାହା ମୁଁ ତୁମ୍ଭକୁ ଦେଉଅଛି ।ନାଜରିତୀୟ ଯୀଶୁଙ୍କ ନାମରେ ଉଠି ଚାଲ!”

ସାଙ୍ଗେ ସାଙ୍ଗେ, ଈଶ୍ଵର ସେହି ପଙ୍ଗୁ ଲୋକକୁ ସୁସ୍ଥ କଲେ, ଏବଂ ସେ ଚାରିପାଖରେ କୁଦା ମାରି ଚାଲିବାକୁ ଲାଗିଲା ।ମନ୍ଦିର ପ୍ରାଙ୍ଗଣରେ ଥିବା ଲୋକମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ ।

ଯେଉଁ ଲୋକଟି ସୁସ୍ଥ ହୋଇଥିଲା ତାହାକୁ ଦେଖିବା ନିମନ୍ତେ ଲୋକ ଗହଳି ଆସିଲେ ।ପିତର ସେମାନଙ୍କୁ କହିଲେ “ଏହି ଲୋକ ସୁସ୍ଥ ହେବାରୁ ତୁମ୍ଭେମାନେ କାହିଁକି ଏତେ ଆଶ୍ଚର୍ଯ୍ୟାନ୍ମିତ ହେଉଅଛ?ଆମ୍ଭମାନଙ୍କ ଶକ୍ତି ବା ଉତ୍ତମତା ଦ୍ଵାରା ଆମ୍ଭେମାନେ ସେହି ଲୋକକୁ ସୁସ୍ଥ କରିନାହୁଁ ।ବରଂ, ଏହା ଯୀଶୁଙ୍କ ଶକ୍ତି ଓ ଯୀଶୁ ପ୍ରଦାନ କରିଥିବା ବିଶ୍ଵାସ ଯାହା ସେହି ବ୍ୟକ୍ତିକୁ ସୁସ୍ଥ କଲା ।”

“ଆପଣମାନେ ହିଁ ଯୀଶୁଙ୍କୁ ବଧ କରିବା ନିମନ୍ତେ ରୋମୀୟ ଶାସକଙ୍କୁ କହିଥିଲେ ।ଆପଣମାନେ ଜୀବନର କର୍ତ୍ତାଙ୍କୁ ହତ୍ୟା କଲେ, କିନ୍ତୁ ଈଶ୍ଵର ତାହାଙ୍କୁ ମୃତରୁ ଉଠାଇଅଛନ୍ତି ।ଆପଣମାନେ ଯାହା ଯାହା କରୁଅଛନ୍ତି ତାହା ଯଦିଓ ବୁଝିପାରିନଥିଲେ, ତଥାପି ଖ୍ରୀଷ୍ଟ ଯେ ଦୁଃଖଭୋଗ କରି ମୃତ୍ୟୁବରଣ କରିବେ ଏହି ଭାବବାଣୀଗୁଡିକ ସଫଳ କରିବା ନିମନ୍ତେ ଈଶ୍ଵର ଆପଣମାନଙ୍କର କାର୍ଯ୍ୟକୁ ବ୍ୟବହାର କଲେ ।ତେଣୁ, ବର୍ତ୍ତମାନ, ଅନୁତାପ କର ଏବଂ ଈଶ୍ଵରଙ୍କ ନିକଟକୁ ଫେରନ୍ତୁ ଯେପରିକି ଆପଣମାନଙ୍କର ପାପ ସୂଚୀ କରାଯାଇପାରିବ ।”

ପିତର ଓ ଯୋହନ ଯାହା କହୁଥିଲେ ତାହା ଶୁଣି ମନ୍ଦିରର ନେତାମାନେ ବିଚଳିତ ହୋଇଯାଇଥିଲେ ।ତେଣୁ ସେମାନେ ସେମାନଙ୍କୁ ଗିରଫ କରି କାରାଗାରରେ ରଖିଲେ ।କିନ୍ତୁ ଅନେକ ଲୋକ ପିତରଙ୍କ ସମ୍ବାଦକୁ ବିଶ୍ଵାସ କଲେ, ଏବଂ ଯୀଶୁଙ୍କୁ ବିଶ୍ବାସ କରିଥିବା ଲୋକମାନଙ୍କର ସଂଖ୍ୟା ୫୦୦୦ ରେ ପହଞ୍ଚିଥିଲା ।

ପରଦିନ ଯିହୂଦୀ ନେତାମାନେ ପିତର ଓ ଯୋହନଙ୍କୁ ମହାଯାଜକ ଓ ଅନ୍ୟ ଧର୍ମଗୁରୁଙ୍କ ନିକଟକୁ ଆଣିଲେ ।ସେମାନେ ପିତର ଓ ଯୋହନଙ୍କୁ ପଚାରିଲେ “କେଉଁ ଶକ୍ତିରେ ତୁମ୍ଭେମାନେ ଏହି ଖଞ୍ଜ ବ୍ୟକ୍ତିକୁ ସୁସ୍ଥ କଲ?”

ପିତର ସେମାନଙ୍କୁ ଉତ୍ତର ଦେଲେ “ଏହି ବ୍ୟକ୍ତି ଯୀଶୁ ଖ୍ରୀଷ୍ଟଙ୍କ ଶକ୍ତି ଦ୍ଵାରା ସୁସ୍ଥ ହୋଇ ଠିଆ ହୋଇଅଛି ।ଆପଣମାନେ ଯୀଶୁଙ୍କୁ କ୍ରୁଶବିଦ୍ଧ କଲା, କିନ୍ତୁ ଈଶ୍ଵର ତାହାଙ୍କୁ ପୁନର୍ବାର ଜୀବିତ କରିଅଛନ୍ତି!ଆପଣମାନେ ତାହାଙ୍କୁ ଅଗ୍ରାହ୍ୟ କରିଅଛନ୍ତି, କିନ୍ତୁ ଉଦ୍ଧାରପ୍ରାପ୍ତ ହେବା ନିମନ୍ତେ ଯୀଶୁଙ୍କ ଶକ୍ତି ଛଡା ଆଉ କୌଣସି ଉପାୟ ନାହିଁ ।

ପିତର ଓ ଯୋହନ ଏତେ ସାହସରେ କଥା କହୁଥିବା ଦେଖି ନେତାମାନେ ଆଶ୍ଚର୍ଯ୍ୟ ହେଲେ କାରଣ ସେମାନେ ଦେଖିଲେ ଯେ ଏମାନେ ସାଧାରଣ ଲୋକମାନେ ଯେଉଁମାନେ ଅଶିକ୍ଷିତ ଥିଲେ ।କିନ୍ତୁ ପରେ ସେମାନେ ସ୍ମରଣ କଲେ ଯେ ଏମାନେ ଯୀଶୁଙ୍କ ସହିତ ଥିଲେ ।ସେମାନେ ପିତର ଓ ଯୋହନଙ୍କୁ ଧମକାଇଲା ପରେ ଛାଡିଦେଇଥିଲେ ।

ဆက်စပ်သတင်းအချက်အလက်များ

အသက်ၡင်သော နတ်တော်ထွက် စကားတော်များ - GRN သည် ကယ်တင်ခြင်းနှင့် ခရစ်ယာန်အသက်တာနှင့်ပတ်သက်၍ ကျမ်းစာအခြေပြုသတင်းစကားများပါၡိသည့် ထောင်နှင့်ချီသောဘာသာစကားများနှင့် အသံအားဖြင့် ဧ၀ံဂေလိသတင်းစကားများ ရှိပါသည်။

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons