Тилди тандаңыз

mic

Бөлүшүү

Шилтемени бөлүшүү

QR code for https://globalrecordings.net/script/8741

unfoldingWord 43 - ମଣ୍ଡଳୀର ଆରମ୍ଭ

unfoldingWord 43 - ମଣ୍ଡଳୀର ଆରମ୍ଭ

Контур: Acts 1:12-14; 2

Скрипт номери: 1243

Тил: Odia / Oriya

Аудитория: General

Максат: Evangelism; Teaching

Features: Bible Stories; Paraphrase Scripture

Статус: Approved

Скрипттер башка тилдерге которуу жана жазуу үчүн негизги көрсөтмөлөр болуп саналат. Ар бир маданият жана тил үчүн түшүнүктүү жана актуалдуу болушу үчүн алар зарыл болгон ылайыкташтырылышы керек. Колдонулган кээ бир терминдер жана түшүнүктөр көбүрөөк түшүндүрмөлөрдү талап кылышы мүмкүн, ал тургай алмаштырылышы же толук алынып салынышы мүмкүн.

Скрипт Текст

ଯୀଶୁ ସ୍ଵର୍ଗକୁ ପ୍ରତ୍ୟାବର୍ତ୍ତନ କଲା ପରେ, ଯୀଶୁ ଯେପରି ଆଦେଶ ଦେଇଥିଲେ ସେହି ଅନୁସାରେ ଶିଷ୍ୟମାନେ ଯିରୁଶାଲମରେ ରହିଲେ ।ବିଶ୍ଵାସୀମାନେ ସେଠାରେ ପ୍ରାର୍ଥନା କରିବା ନିମନ୍ତେ ନିରନ୍ତର ଏକାଠି ହୋଇ ରହିଲେ ।

ନିସ୍ତାରପର୍ବର ୫୦ ଦିନ ପରେ ପ୍ରତି ବର୍ଷ ଯିହୂଦୀମାନେ ପେଣ୍ଟିକଷ୍ଟ ନାମକ ଏକ ଗୁରୁତ୍ବପୂର୍ଣ୍ଣ ଦିବସ ପାଳନ କରୁଥିଲେ ।ପେଣ୍ଟିକଷ୍ଟ ହେଉଛି ସେହି ସମୟ ଯେତେବେଳେ କି ଯିହୂଦୀମାନେ ଶଷ୍ୟ ଅମଳହେବାର ପାଳନ କରନ୍ତି ।ପେଣ୍ଟିକଷ୍ଟ ଏକାଠି ପାଳନ କରିବା ପାଇଁ ସମଗ୍ର ଜଗତରୁ ଯିହୂଦୀମାନେ ଯିରୁଶାଲମକୁ ଆସିଲେ ।ଏହି ବର୍ଷ, ଯୀଶୁ ସ୍ଵର୍ଗକୁ ଯାଇ ପ୍ରାୟ ଏକ ସପ୍ତାହ ପରେ ପେଣ୍ଟିକଷ୍ଟ ଦିନ ଆସିଲା ।

ବିଶ୍ଵାସୀମାନେ ଯେତେବେଳେ ଏକାଠି ଥିଲେ, ଯେଉଁ ଗୃହରେ ସେମାନେ ଥିଲେ ପ୍ରଚଣ୍ଡ ପବନର ଶବ୍ଦ ପରି ଏକ ଶବ୍ଦରେ ସେହି ସ୍ଥାନ ପୂର୍ଣ ହେଲା ।ତା’ପରେ ଅଗ୍ନି ସଦୃଶ ଜିହ୍ବାଗୁଡିକ ସମସ୍ତ ବିଶ୍ଵାସୀଙ୍କ ମସ୍ତକ ଉପରେ ଦେଖାଦେଲା ।ସେ ସମସ୍ତେ ପବିତ୍ରଆତ୍ମାରେ ପରିପୂର୍ଣ୍ଣ ହେଲେ ଏବଂ ଅନ୍ୟାନ୍ୟ ଭାଷାରେ କଥା କହିବାକୁ ଲାଗିଲେ।

ଯେତେବେଳେ ଯିରୁଶାଲମରେ ଥିବା ଲୋକେ ଏହି ଶବ୍ଦ ଶୁଣିଲେ, କ’ଣ ଘଟିଲା ତାହା ଦେଖିବାକୁ ଜନ ସମାଗମ ହେଲା ।ଈଶ୍ଵରଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକୁ ବିଶ୍ଵାସୀମାନେ ଘୋଷଣା କରୁଥିବାର ଲୋକମାନେ ଯେତେବେଳେ ଶୁଣିଲେ, ସେମାନେ ଆଶ୍ଚର୍ଯ୍ୟାନ୍ମିତ ହେଲେ କାରଣ ସେମାନେ ସେଗୁଡିକୁ ଆପଣା ନିଜ ଭାଷାରେ କହୁଥିବାର ଶୁଣିଲେ ।

କିଛି ଲୋକ ଶିଷ୍ୟମାନେ ମାତାଲ ହୋଇଥିବାର ଅଭିଯୋଗ କଲେ ।କିନ୍ତୁ ପିତର ଠିଆ ହୋଇ ସେମାନଙ୍କୁ କହିଲେ “ମୋ କଥା ଶୁଣନ୍ତୁ!ଏହି ସମସ୍ତ ଲୋକେ ମାତାଲା ହୋଇ ନାହାନ୍ତି !ଏହା ଯୋୟେଲ ଭାବବାଦୀ କରିଥିବା ଭାବବାଣୀ ସଫଳହେଲା, ଯେଉଁଠି ଈଶ୍ଵର କହିଥିଲେ “ଶେଷକାଳରେ, ଆମ୍ଭେ ଆପଣା ଆତ୍ମା ଢାଳିବୁ ।”

“ହେ ଇସ୍ରାୟେଲୀୟ ଲୋକମାନେ, ଯୀଶୁ ଜଣେ ବ୍ୟକ୍ତି ଥିଲେ ଯିଏ ଈଶ୍ଵରଙ୍କ ଶକ୍ତିଦ୍ଵାରା ଅନେକ ମହତ୍ ଓ ଆଶ୍ଚର୍ଯ୍ୟକର୍ମ ସବୁ କଲେ, ଯାହା ଆପଣମାନେ ଦେଖିଅଛନ୍ତି ଓ ଜାଣିଅଛନ୍ତି ।କିନ୍ତୁ ଆପଣମାନେ ତାହାଙ୍କୁ କ୍ରୁଶବିଦ୍ଧ କଲେ !”

“ଯଦିଓ ଯୀଶୁ ମୃତ୍ୟୁବରଣ କଲେ, ତଥାପି ଈଶ୍ଵର ତାହାଙ୍କୁ ମୃତ୍ୟୁରୁ ଉଠାଇଲେ ।ଏହା ଏହି ଭାବବାଣୀ ସଫଳ କରେ, ଯାହା କୁହେ ‘ତୁମ୍ଭେ ତୁମ୍ଭର ପବିତ୍ର ଜନଙ୍କୁ ସମାଧିରେ କ୍ଷୟ ପାଇବାକୁ ଦେବନାହିଁ ।‘ଈଶ୍ଵର ଯେ ଯୀଶୁଙ୍କୁ ପୁନର୍ବାର ଜୀବନ ଦାନ କରିଅଛନ୍ତି, ଆମ୍ଭେମାନେ ସାକ୍ଷୀ ଅଟୁ ।‘

“ବର୍ତ୍ତମାନ ଯୀଶୁ ପିତାଙ୍କ ଦକ୍ଷିଣ ପାର୍ଶ୍ଵରେ ଉପବେଶନ କରିଅଛନ୍ତି।ଏବଂ ଯୀଶୁ ଯେଉଁ ପ୍ରକାରେ ପବିତ୍ରଆତ୍ମାଙ୍କୁ ପ୍ରେରଣ କରିବେ ବୋଲି କହିଥିଲେ, ଠିକ୍ ସେହି ଭାବରେ ପବିତ୍ରଆତ୍ମାଙ୍କୁ ପ୍ରେରଣ କଲେ ।ବର୍ତ୍ତମାନ ଆପଣମାନେ ଯେଉଁ ବିଷୟ ଦେଖୁଅଛନ୍ତି ଓ ଶୁଣୁଅଛନ୍ତି ସେହି ସମସ୍ତ ପବିତ୍ରଆତ୍ମା ଘଟାଇଅଛନ୍ତି ।”

“ଏହି ଯୀଶୁଙ୍କୁ ଆପଣମାନେ କ୍ରୁଶବିଦ୍ଧ କରିଅଛନ୍ତି ।କିନ୍ତୁ ନିଶ୍ଚିତ ଜାଣନ୍ତୁ ଯେ ଈଶ୍ଵର ଯୀଶୁଙ୍କୁ ଉଭୟ ପ୍ରଭୁ ଓ ଖ୍ରୀଷ୍ଟ କରିଛନ୍ତି!”

ଲୋକମାନେ ପିତରଙ୍କ କଥା ଶୁଣିଲେ ଏବଂ ସେ କହିଥିବା କଥା ଯୋଗୁଁ ଗଭୀର ଭାବରେ ସଞ୍ଚାଳିତ ହେଲେ ।ତେଣୁ ସେମାନେ ପିତର ଓ ଅନ୍ୟ ଶିଷ୍ୟମାନଙ୍କୁ ପଚାରିଲେ “ଭାଇମାନେ, ଆମ୍ଭେମାନେ କ’ଣ କରିବା?”

ପିତର ସେମାନଙ୍କୁ ଉତ୍ତର ଦେଲେ “ଆପଣମାନେ ପ୍ରତ୍ୟେକେ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଉନ୍ତୁ ଯେପରିକି ଈଶ୍ଵର ଆପଣମାନଙ୍କର ପାପକ୍ଷମା କରିବେ ।ତା’ପରେ ସେ ପବିତ୍ରଆତ୍ମାଙ୍କ ଦାନ ଦେବେ ।”

ପ୍ରାୟ ୩୦୦୦ ଲୋକମାନେ, ପିତର କହିଥିବା କଥା ବିଶ୍ଵାସ କରି ଯୀଶୁଙ୍କର ଶିଷ୍ୟ ହେଲେ ।ସେମାନେ ବିଶ୍ଵାସ କରି ଯିରୁଶାଲମରେ ଥିବା ମଣ୍ଡଳୀର ଏକ ଅଂଶ ହେଲେ ।

ଶିଷ୍ୟମାନେ ନିରନ୍ତର ଭାବରେ ପ୍ରଥମ ଶିଷ୍ୟମାନଙ୍କ ଶିକ୍ଷା ଶୁଣିବାକୁ ଲାଗିଲେ, ଏକାଠି ସମୟ କଟାଇଲେ, ଏକାଠି ଭୋଜନ କଲେ, ଏବଂ ଏକାଠି ପ୍ରାର୍ଥନା କଲେ ।ସେମାନେ ଏକାଠି ଈଶ୍ଵରଙ୍କର ପ୍ରଶଂସା କରିବାରେ ଆନନ୍ଦ କଲେ ଏବଂ ସେମାନଙ୍କର ଯାହା ଯାହା ଥିଲା ତାହା ନିଜ ନିଜ ମଧ୍ୟରେ ବାଣ୍ଟିବାକୁ ଲାଗିଲେ ।ପ୍ରତ୍ୟେକେ ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ ।ପ୍ରତିଦିନ ଅଧିକରୁ ଅଧିକ ଲୋକମାନେ ବିଶ୍ଵାସୀ ହେଉଥିଲେ ।

Байланыштуу маалымат

Life Words - Куткарылуу жана Ыйсанын жолдоочуларынын жашоосу жөнүндө Ыйык Китепке негизделген кабарларды камтыган миңдеген тилдердеги аудио жакшы кабарлар.

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?