សូមជ្រើសរើសភាសា

mic

unfoldingWord 36 - ରୁପାନ୍ତରଣ

unfoldingWord 36 - ରୁପାନ୍ତରଣ

គ្រោង: Matthew 17:1-9; Mark 9:2-8; Luke 9:28-36

លេខស្គ្រីប: 1236

ភាសា: Odia / Oriya

ទស្សនិកជន: General

គោលបំណង: Evangelism; Teaching

Features: Bible Stories; Paraphrase Scripture

ស្ថានភាព: Approved

ស្គ្រីបគឺជាគោលការណ៍ណែនាំជាមូលដ្ឋានសម្រាប់ការបកប្រែ និងការកត់ត្រាជាភាសាផ្សេង។ ពួកគេគួរតែត្រូវបានកែសម្រួលតាមការចាំបាច់ដើម្បីធ្វើឱ្យពួកគេអាចយល់បាន និងពាក់ព័ន្ធសម្រាប់វប្បធម៌ និងភាសាផ្សេងៗគ្នា។ ពាក្យ និងគោលគំនិតមួយចំនួនដែលប្រើអាចត្រូវការការពន្យល់បន្ថែម ឬសូម្បីតែត្រូវបានជំនួស ឬលុបចោលទាំងស្រុង។

អត្ថបទស្គ្រីប

ଦିନେ, ଯୀଶୁ ତାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ତିନିଜଣ ପିତର, ଯାକୁବ ଓ ଯୋହନଙ୍କୁ ତାଙ୍କ ସାଙ୍ଗରେ ନେଲେ ।(ଯୋହନ ନାମକ ଯୀଶୁଙ୍କ ଶିଷ୍ୟ ଓ ଯୀଶୁଙ୍କୁ ବାପ୍ତିସ୍ମ ଦେଇଥିବା ଯୋହନ ଏକା ନୁହଁନ୍ତି ।)ସେମାନେ ନିଜେ ପ୍ରାର୍ଥନା କରିବା ନିମନ୍ତେ ଏକ ଅତି ଉଚ୍ଚ ପର୍ବତକୁ ଗଲେ ।

ଯୀଶୁ ଯେତେବେଳେ ପ୍ରାର୍ଥନା କରୁଥିଲେ, ତାହାଙ୍କ ମୁଖ ସୂର୍ଯ୍ୟ ପରି ଉଜ୍ଜ୍ୱଳ ହେଲା ଏବଂ ତାହାଙ୍କ ବସ୍ତ୍ର ଆଲୋକ ପରି ଧଳା ହେଲା, ଯାହା ପୃଥିବୀରେ ଥିବା କୌଣସି ଲୋକ କରିପାରିବେ ନାହିଁ।

ତା’ପରେ ମୋଶା ଓ ଏଲୀୟ ଦେଖାଦେଲେ ।ଏହି ଦୁଇଜଣ ବ୍ୟକ୍ତି ଏହି ଘଟଣାର ଶହ ଶହ ବର୍ଷ ପୂର୍ବରୁ ଏହି ପୃଥିବୀରେ ଥିଲେ ।ସେମାନେ ଯୀଶୁଙ୍କ ସହିତ ତାଙ୍କ ମୃତ୍ୟୁ ବିଷୟରେ କଥାବାର୍ତ୍ତା କରୁଥିଲେ, ଯାହା ଯିରୁଶାଲମରେ ଅତିଶୀଘ୍ର ଘଟିବାକୁ ଥିଲା ।

ଯେତେବେଳେ ମୋଶା ଓ ଏଲୀୟ ଯୀଶୁଙ୍କ ସହ କଥାବାର୍ତ୍ତା କରୁଥିଲେ, ପିତର ଯୀଶୁଙ୍କୁ କହିଲେ, “ଆମ୍ଭେମାନେ ଯେ ଏଠାରେ ଅଛୁ, ଏହା ଉତ୍ତମ ।ଆମ୍ଭେମାନେ ତିନିଗୋଟି କୁଟୀର ନିର୍ମାଣ କରିବୁ, ଆପଣଙ୍କ ପାଇଁ ଗୋଟିଏ, ମୋଶାଙ୍କ ପାଇଁ ଗୋଟିଏ ଓ ଏଲୀୟଙ୍କ ପାଇଁ ଗୋଟିଏ ।”ପିତର କ’ଣ କହୁଥିଲେ ତାହା ସେ ଜାଣିଲେ ନାହିଁ ।

ଯେତେବେଳେ ପିତର କଥା କହୁଥିଲେ, ଏକ ଉଜ୍ଜ୍ୱଳ ମେଘ ତଳକୁ ଆସିଲା ଏବଂ ସେମାନଙ୍କୁ ତାହା ଆଚ୍ଛାଦିତ କଲା (ବା ଘୋଡାଇ ପକାଇଲା) ଏବଂ ମେଘରୁ ଏହି ବାଣୀ ଆସିଲା “ଏହି ଆମ୍ଭର ପ୍ରିୟ ପୁତ୍ର ଯାହାଙ୍କୁ ଆମ୍ଭେ ପ୍ରେମ କଲୁ ।ତାଙ୍କଠାରେ ଆମ୍ଭର ସନ୍ତୋଷ ।ତାହାଙ୍କ ଶୁଣ ।”ସେହି ତିନି ଜଣ ଶିଷ୍ୟମାନେ ଭୟଭୀତ ହୋଇ ଭୂମିରେ ପଡିଯାଇଥିଲେ ।

ତା’ପରେ ଯୀଶୁ ସେମାନଙ୍କୁ ସ୍ପର୍ଶ କଲେ ଏବଂ କହିଲେ “ଭୟଭୀତ ହୁଅନାହିଁ ।ଉଠ ।”ସେମାନେ ଯେତେବେଳେ ଚାରିପାଖକୁ ଦେଖିଲେ, ସେମାନେ ଜଣେ କେବଳ ଯୀଶୁଙ୍କୁ ଦେଖିଲେ ।

ଯୀଶୁ ଓ ତାଙ୍କର ତିନିଜଣ ଶିଷ୍ୟମାନେ ପର୍ବତ ତଳକୁ ଓହ୍ଲାଇ ଆସିଲେ ।ତା’ପରେ ଯୀଶୁ ସେମାନଙ୍କୁ କହିଲେ “ଏଠାରେ ଯାହା ଘଟିଲା ତାହା କାହାକୁ କୁହନାହିଁ ।ମୁଁ ଶୀଘ୍ର ମୃତ୍ୟୁବରଣ କରିବି ଏବଂ ପୁନର୍ବାର ଜୀବିତ ହେବି ।ତାହା ପରେ, ତୁମ୍ଭେମାନେ ଲୋକମାନଙ୍କୁ କହିବ ।”

ព័ត៌មានពាក់ព័ន្ធ

ពាក្យនៃជីវិត - សារ​ដំណឹង​ល្អ​ជា​សំឡេង​ជា​ភាសា​រាប់ពាន់​ដែល​មាន​សារ​ដែល​មាន​មូលដ្ឋាន​លើ​ព្រះ​គម្ពីរ​អំពី​សេចក្ដី​សង្គ្រោះ និង​ការ​រស់​នៅ​ជា​គ្រីស្ទាន។

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons