unfoldingWord 30 - ଯୀଶୁ ପାଞ୍ଚ ହଜାର ଲୋକଙ୍କୁ ଖୁଆନ୍ତି

概要: Matthew 14:13-21; Mark 6:31-44; Luke 9:10-17; John 6:5-15
スクリプト番号: 1230
言語: Oriya
観客: General
目的: Evangelism; Teaching
Features: Bible Stories; Paraphrase Scripture
状態: Approved
スクリプトは、他の言語への翻訳および録音の基本的なガイドラインです。スクリプトは、それぞれの異なる文化や言語で理解しやすく、関連性のあるものにするために、必要に応じて適応させる必要があります。使用される用語や概念の中には、さらに説明が必要な場合や、完全に置き換えたり省略したりする必要がある場合もあります。
スクリプトテキスト

ଅନେକ ଭିନ୍ନ ଭିନ୍ନ ଗ୍ରାମ ଗୁଡିକରେ ପ୍ରଚାର କରିବାକୁ ଓ ଶିକ୍ଷା ଦେବାକୁ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ପ୍ରେରଣ କଲେ ।ଯୀଶୁ ଯେଉଁଠାରେ ଥିଲେ ସେଠାକୁ ସେମାନେ ଯେତେବେଳେ ଫେରିଲେ, କ’ଣ କ’ଣ ଘଟିଥିଲା ତାହା ସେମାନେ ତାହାଙ୍କୁ କହିଥିଲେ ।ତା’ପରେ ଯୀଶୁ ହ୍ରଦର ଆରପାରିରେ ଥିବା କୌଣସି ଏକ ନିର୍ଜନ ସ୍ଥାନକୁ ଯିବା ନିମନ୍ତେ ସେମାନଙ୍କୁ ଆମନ୍ତ୍ରିତ କଲେ ।ତେଣୁ, ସେମାନେ ଏକ ନୌକାରେ ବସିଲେ ଏବଂ ହ୍ରଦର ଆରପାରିକି ଗଲେ ।

କିନ୍ତୁ ସେହି ସ୍ଥାନରେ ଅନେକ ଲୋକମାନେ ଥିବା ସକାଶେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ନୌକାକୁ ଛାଡି ପଳାଇଲେ ।ଏହି ଲୋକମାନେ ସେମାନଙ୍କ ନିକଟକୁ ଯିବା ନିମନ୍ତେ ସେମାନଙ୍କ ପୂର୍ବରୁ ହ୍ରଦର କୂଳେ ଧାଇଁ ଗଲେ ।ତେଣୁ ଯୀଶୁ ଏବଂ ତାଙ୍କ ଶିଷ୍ୟମାନେ ଯେତେବେଳେ ପହଞ୍ଚିଲେ, ଅନେକ ବୃହତ୍ ଲୋକ ଗହଳି ହ୍ରଦର ଆରପାରିରେ ସେମାନଙ୍କର ଅପେକ୍ଷାରେ ରହିଥିଲେ ।

ସେମାନେ ପ୍ରାୟ ୫୦୦୦ ପୁରୁଷ ଥିଲେ, ସ୍ତ୍ରୀମାନଙ୍କୁ ଓ ପିଲାମାନଙ୍କୁ ଗଣନା କରାଯାଇ ନ ଥିଲା ।ଯୀଶୁ ଏହି ଲୋକମାନଙ୍କ ପ୍ରତି ଅତି ଦୟାରେ ବିଗଳିତ ହୋଇଯାଇଥିଲେ ।ଯୀଶୁଙ୍କ ପାଇଁ ଏହି ଲୋକମାନେ ମେଷପାଳକ ବିହୀନ ମେଷଗୁଡିକ ପରି ଥିଲେ । ତେଣୁ ସେ ସେମାନଙ୍କୁ ଶିକ୍ଷା ଦେଲେ ଓ ସେମାନଙ୍କ ମଧ୍ୟରୁ ଯେଉଁମାନେ ପୀଡିତ ଥିଲେ ସେମାନଙ୍କୁ ସୁସ୍ଥ କଲେ ।

ଦିନର ଶେଷରେ , ଶିଷ୍ୟମାନେ ଯୀଶୁଙ୍କୁ କହିଲେ “ସମୟ ଅତି ଅଧିକ ହୋଇଗଲାଣି ଓ ନିକଟରେ କୌଣସି ସହର ନାହିଁ । ଲୋକମାନଙ୍କୁ ପଠାଇଦିଅ ଯେପରିକି ସେମାନେ ଯାଇ କିଛି ଭୋଜନ ପାଇପାରିବେ ।”

କିନ୍ତୁ ଯୀଶୁ ଶିଷ୍ୟମାନଙ୍କୁ କହିଲେ “ତୁମେ ସେମାନଙ୍କୁ କିଛି ଭୋଜନ କରିବାକୁ ଦିଅ !”ସେମାନେ ଉତ୍ତର ଦେଲେ “ଆମେ ତାହା କିପରି କରିପାରିବୁ?ଆମ ନିକଟରେ କେବଳ ପାଞ୍ଚଟି ରୋଟି ଓ ଦୁଇଗୋଟି ମାଛ ଅଛି ।”

ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ କହିଲେ ଲୋକମାନଙ୍କୁ କୁହ ଘାସ ଉପରେ ପଚାଶ ପଚାଶ କରି ଦଳ ହୋଇ ବସିବେ ।

ତା’ପରେ ଯୀଶୁ ସେହି ପାଞ୍ଚଗୋଟି ରୋଟି ଓ ଦୁଇଗୋଟି ମାଛକୁ ନେଇ ସ୍ଵର୍ଗ ଆଡକୁ ଉର୍ଦ୍ଧ୍ବଦୃଷ୍ଟି କଲେ, ଏବଂ ସେହି ଖାଦ୍ୟ ପାଇଁ ଈଶ୍ଵରଙ୍କ ନିକଟରେ ଧନ୍ୟବାଦ ଦେଲେ ।

ତା’ପରେ ଯୀଶୁ ରୋଟି ଓ ସେହି ମାଛଗୁଡିକୁ ଖଣ୍ଡ କରି ଭାଙ୍ଗିଲେ।ସେ ସେହି ଖଣ୍ଡଗୁଡିକୁ ଲୋକମାନଙ୍କୁ ଦେବା ପାଇଁ ତାହାଙ୍କ ଶିଷ୍ୟମାନଙ୍କୁ ଦେଲେ ।ଶିଷ୍ୟମାନେ ସେହି ଖାଦ୍ୟକୁ ବାଣ୍ଟିବାକୁ ଲାଗିଲେ, ଏବଂ ଏହା ଆଉ ଶେଷ ହେଲା ନାହିଁ ।ସମସ୍ତ ଲୋକ ଭୋଜନ କରି ପରିତୃପ୍ତ ହେଲେ ।

ତାହା ପରେ, ଶିଷ୍ୟମାନେ ଲୋକମାନଙ୍କ ଖାଦ୍ୟରୁ ବଳିଥିବା ଖଣ୍ଡକୁ ସଂଗ୍ରହ କଲେ ଏବଂ ବାର ଟୋକେଇ ଗୁଡିକରେ ସଂଗ୍ରହ କଲେ ।ସମସ୍ତ ଖାଦ୍ୟ କେବଳ ପାଞ୍ଚଟି ରୋଟି ଓ ଦୁଇଗୋଟି ମାଛରୁ ଆସିଥିଲା ।