Odaberite jezik

mic

Udio

Podijeli poveznicu

QR code for https://globalrecordings.net/script/or/1232

unfoldingWord 32 - ଯୀଶୁ ଏକ ଭୁତଗ୍ରସ୍ତ ବ୍ୟକ୍ତିକୁ ଓ ଏକ ପୀଡିତ ସ୍ତ୍ରୀକୁ ସୁସ୍ଥ କରନ୍ତି

unfoldingWord 32 - ଯୀଶୁ ଏକ ଭୁତଗ୍ରସ୍ତ ବ୍ୟକ୍ତିକୁ ଓ ଏକ ପୀଡିତ ସ୍ତ୍ରୀକୁ ସୁସ୍ଥ କରନ୍ତି

Obris: Matthew 8:28-34; 9:20-22; Mark 5; Luke 8:26-48

Broj skripte: 1232

Jezik: Odia / Oriya

Publika: General

Svrha: Evangelism; Teaching

Features: Bible Stories; Paraphrase Scripture

Status: Approved

Skripte su osnovne smjernice za prevođenje i snimanje na druge jezike. Treba ih prilagoditi prema potrebi kako bi bili razumljivi i relevantni za svaku različitu kulturu i jezik. Neki korišteni pojmovi i pojmovi možda će trebati dodatno objašnjenje ili će ih se čak zamijeniti ili potpuno izostaviti.

Tekst skripte

ଦିନେ, ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ଏକ ନୌକାରେ ଚଢି ଗରାଶୀୟ ଲୋକମାନେ ବାସ କରୁଥିବା ହ୍ରଦର ଆରପାଖକୁ ଗଲେ ।

ଯେତେବେଳେ ସେମାନେ ହ୍ରଦର ଆର ପାଖକୁ ପହଁଚିଲେ, ଜଣେ ଭୂତ-ଗ୍ରସ୍ତ ଲୋକ ଯୀଶୁଙ୍କ ନିକଟକୁ ଧାଇଁ ଆସିଲା ।

ଏହି ଲୋକ ଏତେ ବଳିଷ୍ଠ ଥିଲା ଯେ କୌଣସି ଲୋକ ତାହାକୁ ନିୟନ୍ତ୍ରଣ କରି ପାରୁ ନଥିଲେ ।ଲୋକମାନେ ଏପରିକି ତାହାର ବାହୁଗୁଡିକ ଓ ଗୋଡସବୁ ଶିକୁଳିରେ ବାନ୍ଧିଥିଲେ, କିନ୍ତୁ ସେ ସେଗୁଡିକୁ ଛିଣ୍ଡାଇ ପକାଇଥିଲା ।

ଲୋକଟି ସେହି ଅଞ୍ଚଳରେ ଥିବା କବର ମାନଙ୍କରେ ବାସ କରୁଥିଲା ।ଏହି ଲୋକ ସମସ୍ତ ଦିନ ଓ ସମସ୍ତ ରାତ୍ରି ଚିତ୍କାର କରୁଥିଲା ।ସେ ବସ୍ତ୍ର ପିନ୍ଧି ନଥିଲା ଏବଂ ବାରମ୍ବାର ନିଜକୁ ପଥରଗୁଡିକ ଦ୍ଵ।ରା ଆଘାତ କରୁଥିଲା ।

ଯେତେବେଳେ ସେ ଯୀଶୁଙ୍କ ନିକଟକୁ ଆସିଲା, ସେ ତାଙ୍କ ସମ୍ମୁଖରେ ଆଣ୍ଠୋଇପଡିଲା ।ଯୀଶୁ ସେହି ଭୂତକୁ କହିଲେ “ଏହି ଲୋକଠାରୁ ବାହାରି ଆସ!”

ଭୂତଗ୍ରସ୍ତ ବ୍ୟକ୍ତିଟି ଅତି ଉଚ୍ଚ ସ୍ବରରେ କହିଲା “ହେ ସର୍ବୋପରିସ୍ଥ ଈଶ୍ବରଙ୍କ ପୁତ୍ର ଯୀଶୁ ତୁମ୍ଭ ସଙ୍ଗରେ ମୋର କ’ଣ ଅଛି?ଦୟାକରି ମୋତେ ନିର୍ଯାତନା କରନାହିଁ!”ତା’ପରେ ଯୀଶୁ ସେହି ଭୂତକୁ ପଚାରିଲେ “ତୋ’ର ନାମ କ’ଣ?”ସେ ଉତ୍ତର ଦେଲା “ମୋ ନାମ ବାହିନୀ, କାରଣ ଆମେ ଅନେକ ।” (ରୋମୀୟ ସୈନ୍ୟ ବାହିନୀରେ ଥିବା ଅନେକ ହଜାରର ଏକ ଦଳ ।)

ଭୂତମାନେ ଯୀଶୁଙ୍କୁ ଅନୁରୋଧ ବା ବିନତୀ କରି କହିଲେ “ଦୟାକରି ଆମ୍ଭମାନଙ୍କୁ ଏହି ଅଞ୍ଚଳରୁ ଅନ୍ୟତ୍ର ପଠାନ୍ତୁ ନାହିଁ !”ନିକଟସ୍ଥ ଏକ ପାହାଡରେ ଘୁଷୁରୀ ପଲ ଚରୁଥିଲେ ।ତେଣୁ, ସେହି ଭୂତମାନେ ଯୀଶୁଙ୍କୁ ବିନତୀ କରି କହିଲେ “ତା’ ବଦଳରେ ଆମ୍ଭମାନଙ୍କୁ ସେହି ଘୁଷୁରୀମାନଙ୍କ ମଧ୍ୟରୁ ପଠାଇଦିଅନ୍ତୁ !”ଯୀଶୁ କହିଲେ “ଯାଅ!”

ଭୂତମାନେ ସେହି ଲୋକଠାରୁ ବାହାରି ଘୁଷୁରୀମାନଙ୍କ ମଧ୍ୟରେ ପ୍ରବେଶ କଲେ । ସେହି ଘୁଷୁରୀମାନେ ତୀଖସ୍ଥାନରୁ ଦୌଡି ଯାଇ ହ୍ରଦରେ ବୁଡି ମଲେ ।ସେଠାରେ ପ୍ରାୟ ୨୦୦୦ ଘୁଷୁରୀଗୁଡିକ ପଲରେ ଥିଲେ ।

ଯେଉଁ ଲୋକମାନେ ଘୁଷୁରୀମାନଙ୍କର ଯତ୍ନ ନେଉଥିଲେ ସେମାନେ କ’ଣ ଘଟିଲା ତାହା ଦେଖିଲେ, ସେମାନେ ସହରକୁ ଦୌଡି ପଳାଇଗଲେ ଏବଂ ଯୀଶୁ କ’ଣ କ’ଣ କରିଥିଲେ ତାହା ସେମାନେ ଯେତେ ଲୋକଙ୍କୁ ଭେଟିଲେ ସମସ୍ତଙ୍କୁ ଜଣାଇଲେ ।ସହରରୁ ଥିବା ଲୋକେ ଆସି ପୂର୍ବରୁ ଭୂତ ଲାଗିଥିବା ଲୋକଙ୍କ ପ୍ରତି କ’ଣ କ’ଣ ଘଟିଥିଲା ସେହିସବୁ ଦେଖିଲେ ।ସେ ଶାନ୍ତରେ, ଲୁଗା ପିନ୍ଧି ଭଲ ମନରେ ସାଧାରଣ ଲୋକ ପରି ବସିଥିବାର ଦେଖିଲେ ।

ଲୋକମାନେ ଅତିଶୟ ଭୀତ ହୋଇଯାଇଥିଲେ ଏବଂ ସେମାନଙ୍କ ସୀମାରୁ ଯୀଶୁଙ୍କୁ ବାହାରିଯିବା ନିମନ୍ତେ କହିଲେ ।ତେଣୁ ଯୀଶୁ ନୌକାରେ ଚଢି ବାହାରି ଯିବା ପାଇଁ ପ୍ରସ୍ତୁତ ହେଲେ ।ଯେଉଁ ଲୋକକୁ ଭୂତ ଲାଗିଥିଲା ସେ ଯୀଶୁଙ୍କ ସହ ଯିବା ନିମନ୍ତେ ତାହାଙ୍କୁ ବିନତି କଲା ।

କିନ୍ତୁ ଯୀଶୁ ତାକୁ କହିଲେ “ନା, ମୁଁ ଚାହେଁ, ତୁମ୍ଭ ଗୃହକୁ ଯାଅ ଏବଂ ତୁମ୍ଭର ବନ୍ଧୁ ଓ ପରିଜନଙ୍କୁ ଈଶ୍ଵର ତୁମ୍ଭପ୍ରତି ଯାହା ଯାହା କରିଅଛନ୍ତି ଓ ତୁମ୍ଭ ପ୍ରତି ଯେଉଁ ଦୟା ଦେଖାଇଅଛନ୍ତି ସେହିସବୁ କୁହ ।”

ତେଣୁ ସେହି ଲୋକ ତା’ ରାସ୍ତାରେ ବାହାରିଗଲା ଏବଂ ଯୀଶୁ ତାଙ୍କ ପ୍ରତି ଯାହା ଯାହା କରିଥିଲେ ସେହି ସମସ୍ତ ବିଷୟ ଜଣାଇଲା । ଯେଉଁମାନେ ତାହାର ଘଟଣା ଶୁଣିଲେ ସେମାନେ ଆଶ୍ଚର୍ଯ୍ୟ ଓ ଚକିତ ହେଲେ ।

ଯୀଶୁ ହ୍ରଦର ଆର ପାରିକୁ ଫେରିଲେ ।ସେ ସେଠାରେ ପହଞ୍ଚିଲା ପରେ, ଏକ ବୃହତ୍ ଜନଗହଳି ଏକାଠି ହେଲେ ଏବଂ ତାଙ୍କ ଉପରେ ମାଡିପଡୁଥିଲେ ।ଲୋକ ଗହଳି ମଧ୍ୟରୁ ଜଣେ ସ୍ତ୍ରୀ ବାରବର୍ଷ ପର୍ଯ୍ୟନ୍ତ ରକ୍ତସ୍ରାବ ରୋଗରେ ଗ୍ରସ୍ତ ଥିଲେ ।ସେ ଅନେକ ବୈଦ୍ୟମାନଙ୍କ ପାଖକୁ ଯାଇ ସୁସ୍ଥ ହେବା ନିମନ୍ତେ ସମସ୍ତ ଅର୍ଥ ଖର୍ଚ୍ଚ କଲା କିନ୍ତୁ ତା’ ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଲା ।

ସେ ଶୁଣିଥିଲେ ଯେ ଯୀଶୁ ଅନେକ ଅସୁସ୍ଥ ବ୍ୟକ୍ତିଙ୍କୁ ସୁସ୍ଥ କରିଥିଲେ ଏବଂ ଭାବିଲେ “ମୁଁ ନିଶ୍ଚିତ ଅଟେ ଯେ ମୁଁ କେବଳ ଯୀଶୁଙ୍କ ଲୁଗା ଛୁଇଁ ଦିଏ, ତେବେ ମୁଁ ସୁସ୍ଥ ହେବି!” ତେଣୁ ସେ ଯୀଶୁଙ୍କ ପଛପଟ ଆସି ତାହାଙ୍କ ଲୁଗା ଛୁଇଁଦେଲା ।ଯେତେବେଳେ ସେ ବସ୍ତ୍ର ଛୁଇଁଲା ସେତେବେଳେ ତାହାର ରକ୍ତସ୍ରାବ ବନ୍ଦ ହୋଇଗଲା!

ସାଙ୍ଗେ ସାଙ୍ଗେ ଯୀଶୁ ଅନୁଭବ କଲେ ଯେ ତାଙ୍କଠାରୁ ଶକ୍ତି ଚାଲିଯାଇଛି ।ତେଣୁ ସେ ବୁଲିପଡି ପଚାରିଲେ “କିଏ ମୋତେ ଛୁଇଁଲା”

ଶିଷ୍ୟମାନେ ଉତ୍ତର ଦେଲେ “ଅନେକ ଲୋକ ଆପଣଙ୍କ ଚାରିପାଖରେ ଅଛନ୍ତି ଓ ଆପଣଙ୍କ ଉପରେ ମାଡିପଡୁଅଛନ୍ତି ।“ମୋତେ କିଏ ଛୁଇଁଲା?” ବୋଲି କାହିଁକି ପଚାରୁଅଛ?ସେହି ସ୍ତ୍ରୀ ଲୋକଟି ଯୀଶୁଙ୍କ ସମ୍ମୁଖରେ ଆଣ୍ଠୋଇପଡିଲା, ସେ ଥରୁଥିଲା ଓ ଅତି ଭୟଭୀତ ହୋଇଯାଇଥିଲା ।ସେ କ’ଣ କରିଥିଲା, ତାହାସବୁ ତାଙ୍କୁ କହିଲା ଓ ସେ ସୁସ୍ଥ ହେଲା ।ଯୀଶୁ ତାକୁ କହିଲେ “ତୁମ୍ଭର ବିଶ୍ବାସ ତୁମ୍ଭକୁ ସୁସ୍ଥ କରିଅଛି ।ଶାନ୍ତିରେ ଚାଲିଯାଅ ।”

Povezane informacije

Riječi života - Audio evanđeoske poruke na tisućama jezika koje sadrže biblijske poruke o spasenju i kršćanskom životu.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons