unfoldingWord 17 - ଈଶ୍ଵରଙ୍କ ନିୟମ ଦାଉଦଙ୍କ ସହିତ
מתווה: 1 Samuel 10; 15-19; 24; 31; 2 Samuel 5; 7; 11-12
מספר תסריט: 1217
שפה: Odia / Oriya
קהל: General
מַטָרָה: Evangelism; Teaching
Features: Bible Stories; Paraphrase Scripture
סטָטוּס: Approved
סקריפטים הם קווים מנחים בסיסיים לתרגום והקלטה לשפות אחרות. יש להתאים אותם לפי הצורך כדי להפוך אותם למובנים ורלוונטיים לכל תרבות ושפה אחרת. מונחים ומושגים מסוימים שבהם נעשה שימוש עשויים להזדקק להסבר נוסף או אפילו להחלפה או להשמיט לחלוטין.
טקסט תסריט
ଶାଉଲ ଇସ୍ରାଏଲର ପ୍ରଥମ ରାଜା ଥିଲେ ।ସେ ଉଚ୍ଚ ଓ ସୁନ୍ଦର ଥିଲେ, ଯେ ଭଳି ରାଜାଙ୍କୁ ଲୋକମାନେ ଚାହିଁଥିଲେ ।ପ୍ରଥମ ଅଳ୍ପ ବର୍ଷ ପାଇଁ ଶାଉଲ ଏକ ଉତ୍ତମ ରାଜା ଥିଲେ ଯେତେବେଳେ ସେ ଇସ୍ରାଏଲ ଉପରେ ଶାସନ କଲେ ।କିନ୍ତୁ ତାହା ପରେ ସେ ଏକ ଦୁଷ୍ଟ ବ୍ୟକ୍ତି ହେଲେ ଯିଏ ଈଶ୍ଵରଙ୍କର ଆଜ୍ଞାବହ କଲେ ନାହିଁ, ତେଣୁ ଈଶ୍ଵର ଏକ ଭିନ୍ନ ବ୍ୟକ୍ତିଙ୍କୁ ମନୋନୀତ କଲେ ଯିଏ ଦିନେ ତାଙ୍କ ସ୍ଥାନରେ ରାଜା ହେଲେ ।
ଶାଉଲଙ୍କ ପରେ ଈଶ୍ଵର ଜଣେ ଯୁବା ଇସ୍ରାଏଲୀୟକୁ ରାଜା ହେବା ପାଇଁ ମନୋନୀତ କଲେ ।ବେଥଲିହିମ ସହରରୁ ଆସିଥିବା ଦାଉଦ ମେଷପାଳକ ଥିଲେ ।ଭିନ୍ନ ଭିନ୍ନ ସମୟରେ ସେ ଯେତେବେଳେ ତାଙ୍କ ପିତାଙ୍କ ମେଷ ଜଗୁଥିଲେ, ସେତେବେଳେ ଦାଉଦ ତାଙ୍କ ମେଷଗୁଡିକୁ ଆକ୍ରମଣ କରୁଥିବା ଏକ ସିଂହ ଓ ଏକ ଭାଲୁକୁ ବଧ କରିଥିଲେ ।ଦାଉଦ ଜଣେ ନମ୍ର ଓ ଧାର୍ମିକ ବ୍ୟକ୍ତି ଥିଲେ ଯିଏ ଈଶ୍ଵରଙ୍କଠାରେ ବିଶ୍ଵାସ କରି ତାହାଙ୍କର ଆଜ୍ଞାବହ ହୋଇଥିଲେ ।
ଦାଉଦ ଜଣେ ସୈନ୍ୟ ଏବଂ ନେତା ହେଲେ ।ଯେତେବେଳେ ଦାଉଦ ଯୁବ ଥିଲେ, ସେ ଗୋଲିୟାତ ନାମକ ଜଣେ ବିରାଟକାୟ ବ୍ୟକ୍ତିଙ୍କ ସହ ଯୁଦ୍ଧ କରିଥିଲେ ।ଗୋଲିୟାତ ଜଣେ ତାଲିମପ୍ରାପ୍ତ, ଅତି ବଳିଷ୍ଠ ସୈନ୍ୟ ଯିଏ ପାଖାପାଖି ତିନି ମିଟର ଉଚ୍ଚ ଥିଲେ । କିନ୍ତୁ ଈଶ୍ଵର ଗୋଲିୟାତକୁ ବଧ କରି ଇସ୍ରାଏଲକୁ ଉଦ୍ଧାର କରିବା ନିମନ୍ତେ ଦାଉଦଙ୍କୁ ସାହାଯ୍ୟ କରିଥିଲେ ।ଏହାପରେ, ଦାଉଦ ଇଶ୍ରାୟେଲର ଶତ୍ରୁଗଣ ଉପରେ ଅନେକ ଥର ବିଜୟୀ ହୋଇଥିଲେ, ଯେଉଁଥିପାଇଁ ଲୋକମାନେ ତାହାଙ୍କର ପ୍ରଶଂସା କଲେ ।
ଦାଉଦଙ୍କ ପ୍ରତି ଲୋକମାନଙ୍କର ପ୍ରେମକୁ ଶାଉଲ ସହିପାରିଲେ ନାହିଁ ।ଶାଉଲ ଅନେକ ସମୟରେ ଦାଉଦଙ୍କୁ ମାରିବାକୁ ଚେଷ୍ଟା କଲେ, ତେଣୁ ଦାଉଦ ଶାଉଲଙ୍କଠାରୁ ଲୁଚିଲେ ।ଦିନେ, ଦାଉଦଙ୍କୁ ମାରିବା ପାଇଁ ଶାଉଲ ତାଙ୍କୁ ଖୋଜୁଥିଲେ ।ଶାଉଲ ସେହି ଗୁମ୍ଫାକୁ ଗଲେ ଯେଉଁଠାରେ ଦାଉଦ ଶାଉଲଠାରୁ ନିଜକୁ ଲୁଚାଉଥିଲେ, କିନ୍ତୁ ଶାଉଲ ତାଙ୍କୁ ଦେଖି ପାରିନଥିଲେ ।ଦାଉଦ ବର୍ତ୍ତମାନ ଶାଉଲଙ୍କର ଅତି ନିକଟରେ ଥିଲେ ଏବଂ ସେ ତାହାକୁ ହତ୍ୟା କରିପାରିଥାନ୍ତେ, କିନ୍ତୁ ସେ ତାହା କଲେ ନାହିଁ ।ବରଂ ଦାଉଦ ଶାଉଲଙ୍କୁ ପ୍ରମାଣ କରିବା ପାଇଁ ଶାଉଲଙ୍କର ଲୁଗାର ଏକ ଖଣ୍ଡକୁ କାଟିଲେ ଯେପରିକି ସେ ରାଜା ହେବା ପାଇଁ ତାହାଙ୍କୁ ହତ୍ୟା କଲେ ନାହିଁ ।
ପରିଶେଷରେ, ଶାଉଲ ଯୁଦ୍ଧରେ ପ୍ରାଣତ୍ୟାଗ କଲେ, ଏବଂ ଦାଉଦ ଇସ୍ରାଏଲର ରାଜା ହେଲେ ।ସେ ଜଣେ ଉତ୍ତମ ରାଜା ଥିଲେ, ଏବଂ ଲୋକମାନେ ତାହାଙ୍କୁ ପ୍ରେମ କରୁଥିଲେ ।ଈଶ୍ଵର ଦାଉଦଙ୍କୁ ଆଶୀର୍ବାଦ କଲେ ଏବଂ ସଫଳତା ଦେଲେ ।ଦାଉଦ ଅନେକ ଯୁଦ୍ଧ କରିଥିଲେ ଏବଂ ଈଶ୍ଵର ଇସ୍ରାଏଲର ଶତ୍ରୁଗଣକୁ ପରାଜୟ କରିବା ନିମନ୍ତେ ତାହାଙ୍କୁ ସାହାଯ୍ୟ କଲେ ।ଦାଉଦ ଯିରୁଶାଲମକୁ ଜୟ କଲେ ଏବଂ ଏହାକୁ ତାହାର ରାଜଧାନୀ ନଗର କଲେ ।ଦାଉଦଙ୍କ ରାଜତ୍ଵ କାଳରେ, ଇସ୍ରାଏଲ ଶକ୍ତିଶାଳୀ ଓ ଧନଶାଳୀ ହେଲେ ।
ଦାଉଦ ଏକ ମନ୍ଦିର ନିର୍ମାଣ କରିବାକୁ ଚାହିଁଲେ ଯେଉଁଠି ସମସ୍ତ ଇସ୍ରାଏଲ ଈଶ୍ଵରଙ୍କର ଉପାସନା କରିପାରିବେ ଏବଂ ତାଙ୍କ ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରିପାରିବେ ।ପ୍ରାୟ ୪୦୦ ବର୍ଷ ଧରି, ଲୋକମାନେ ଈଶ୍ଵରଙ୍କର ଉପାସନା କରୁଥିଲେ ଏବଂ ମୋଶା ନିର୍ମାଣ କରିଥିବା ସମାଗମ ତମ୍ବୁରେ ବଳିଗୁଡିକ ଉତ୍ସର୍ଗ କରୁଥିଲେ ।
କିନ୍ତୁ ଈଶ୍ଵର ନାଥନ ଭବିଷ୍ୟତବକ୍ତାଙ୍କୁ ଦାଉଦଙ୍କ ନିକଟକୁ ନିମ୍ନ ବାର୍ତ୍ତା ଦେଇ ପଠାଇଲେ “ଯେହେତୁ ତୁମ୍ଭେ ଯୁଦ୍ଧର ଏକ ମନୁଷ୍ୟ ଅଟ, ସେଥିପାଇଁ ତୁମ୍ଭେ ମୋ ନିମନ୍ତେ ଏହି ମନ୍ଦିର ନିର୍ମାଣ କରିବ ନାହିଁ ।”ତୁମ୍ଭର ପୁତ୍ର ତାହା ନିର୍ମାଣ କରିବ ।କିନ୍ତୁ ମୁଁ ତୁମ୍ଭକୁ ବହୁଳ ଭାବରେ ଆଶୀର୍ବାଦ କରିବି ।ତୁମ୍ଭ ବଂଶଧର ମଧ୍ୟରୁ ଜଣେ ମୋ ଲୋକମାନଙ୍କ ଉପରେ ରାଜା ଭାବରେ ଚିରକାଳ ପାଇଁ ରାଜତ୍ବ କରିବେ!"ଚିରକାଳ ରାଜତ୍ବ କରିପାରୁଥିବା ଦାଉଦଙ୍କର ଏକମାତ୍ର ବଂଶଧର ହେଉଛନ୍ତି ଖ୍ରୀଷ୍ଟ ।ଖ୍ରୀଷ୍ଟ ଈଶ୍ଵରଙ୍କର ମନୋନୀତ ଯିଏ ଜଗତର ଲୋକମାନଙ୍କୁ ସେମାନଙ୍କ ସମସ୍ତ ପାପରୁ ରକ୍ଷା କରିବେ ।
ଯେତେବେଳେ ଦାଉଦ ଏହି ସମସ୍ତ ବାକ୍ୟ ଶୁଣିଲେ, ସେ ସାଙ୍ଗେ ସାଙ୍ଗେ ଈଶ୍ଵରଙ୍କର ଧନ୍ୟବାଦ ଦେଲେ ଏବଂ ତାହାଙ୍କର ପ୍ରଶଂସା କଲେ କାରଣ ସେ ଦାଉଦଙ୍କୁ ଏହି ମହାନ୍ ସମ୍ମାନ ଓ ଅନେକ ଆଶୀର୍ବାଦ ଦେବା ପାଇଁ ପ୍ରତିଜ୍ଞା କରିଥିଲେ ।ଈଶ୍ଵର କେତେବେଳେ ଏହି ସମସ୍ତ ବିଷୟ କରିବେ ତାହା ଦାଉଦ ଜାଣି ନଥିଲେ ।କିନ୍ତୁ ଏପରି ଘଟିଥିଲା, ଇସ୍ରାଏଲୀୟମାନଙ୍କୁ ଖ୍ରୀଷ୍ଟ ଆସିବା ପାଇଁ ପ୍ରାୟ ୧୦୦୦ ବର୍ଷ ଅପେକ୍ଷା କରିବାକୁ ପଡିଥିଲା ।
ଅନେକ ବର୍ଷ ଧରି ଦାଉଦ ନ୍ୟାୟ ଓ ବିଶ୍ବସ୍ତତାରେ ରାଜତ୍ବ କଲେ ଏବଂ ଈଶ୍ଵର ତାହାଙ୍କୁ ଆଶୀର୍ବାଦ କଲେ ।ଅଥଚ, ତାଙ୍କ ଜୀବନର ଶେଷ ଭାଗରେ ସେ ଈଶ୍ଵରଙ୍କ ବିରୁଦ୍ଧରେ ଭୟଙ୍କର ପାପ କରିଥିଲେ ।
ଦିନେ, ଯେତେବେଳେ ଦାଉଦଙ୍କ ସୈନ୍ୟମାନେ ସମସ୍ତେ ଯୁଦ୍ଧ କରିବା ପାଇଁ ଗୃହରୁ ଦୂରରେ ଥିଲେ, ସେ ତାଙ୍କରା ରାଜମହଲରର ବାହାରକୁ ଦେଖିଲେ ଯେ ଜଣେ ସୁନ୍ଦର ସ୍ତ୍ରୀ ସ୍ନାନ କରୁଛନ୍ତି ।ସେହି ସ୍ତ୍ରୀର ନାମ ବେଥଶିବା ଥିଲା ।
ଦୃଷ୍ଟିକୁ ଅନ୍ୟତ୍ର କରିବା ପରିବର୍ତ୍ତେ ଦାଉଦ ତାହାଙ୍କୁ ଆଣିବା ନିମନ୍ତେ ଜଣେ ବ୍ୟକ୍ତିଙ୍କୁ ପଠାଇଲେ ।ସେ ତାଙ୍କ ସହ ଶୟନ କଲେ ଏବଂ ତାହାକୁ ତାହାର ଗୃହକୁ ଫେରି ପଠାଇଦେଲେ ।କିଛି ଦିନ ପରେ ବେଥଶିବା ଦାଉଦଙ୍କୁ ଏକ ବାର୍ତ୍ତା ପ୍ରେରଣ କରି କହିଲେ ଯେ ସେ ଗର୍ଭବତୀ ଅଛନ୍ତି ।
ଊରିୟ ନାମକ ଜଣେ ବ୍ୟକ୍ତି ଦାଉଦଙ୍କ ସୈନ୍ୟମାନଙ୍କ ମଧ୍ୟରୁ ଜଣେ ଉତ୍ତମ ସୈନ୍ୟ, ବେଥଶିବାଙ୍କ ସ୍ଵାମୀ ଥିଲେ ।ଦାଉଦ ଊରିୟଙ୍କୁ ଯୁଦ୍ଧରୁ ଡାକି ତାଙ୍କ ସ୍ତ୍ରୀଙ୍କ ନିକଟକୁ ଯିବା ପାଇଁ କହିଲେ ।କିନ୍ତୁ ଅନ୍ୟ ସୈନ୍ୟମାନେ ଯୁଦ୍ଧରେ ଥିବା ସମୟରେ ଊରିୟ ଗୃହକୁ ଯିବା ପାଇଁ ମନା କଲେ ।ତେଣୁ ଦାଉଦ ଊରିୟଙ୍କୁ ପୁନର୍ବାର ଯୁଦ୍ଧକ୍ଷେତ୍ରକୁ ପଠାଇଲେ ଏବଂ ସେନାଧ୍ୟକ୍ଷଙ୍କୁ କହିପଠାଇଲେ ଯେ ସେ ଊରିୟଙ୍କୁ ଏପରି ସ୍ଥାନରେ ରଖନ୍ତୁ ଯେଉଁଠି ଶତ୍ରୁ ପକ୍ଷ ଅଧିକ ବଳିଷ୍ଠ ଅଛି ଯେପରିକି ଊରିୟ ଶତ୍ରୁମାନଙ୍କ ଦ୍ଵ।ରା ବଧ ହେବେ ।
ଊରିୟଙ୍କୁ ବଧ କରାଗଲା ପରେ, ଦାଉଦ ବେଥଶିବାଙ୍କୁ ବିବାହ କଲେ ।ପରେ, ସେ ଦାଉଦଙ୍କ ପୁତ୍ରଙ୍କୁ ଜନ୍ମ ଦେଲେ ।ଦାଉଦ ଯାହା କରିଥିଲେ ସେଥିଯୋଗୁଁ ଈଶ୍ଵର ଅତିଶୟ କ୍ରୋଧୀ ହୋଇଥିଲେ, ତେଣୁ ସେ ତାଙ୍କ ନିକଟକୁ ନାଥନ ଭବିଷ୍ୟତବକ୍ତାଙ୍କୁ ପଠାଇ ତାଙ୍କ ପାପ କିପରି ମନ୍ଦ ଥିଲା ତାହା ଜଣାଇଥିଲେ ।ଦାଉଦ ତାଙ୍କ ପାପ ଯୋଗୁଁ ଅନୁତାପ କଲେ ଏବଂ ଈଶ୍ଵର ତାଙ୍କୁ କ୍ଷମା ଦେଲେ ।ଦାଉଦ ତାଙ୍କ ଅବଶିଷ୍ଟାଂଶ ଜୀବନରେ, ଏପରିକି ତାଙ୍କର କଷ୍ଟକର ସମୟରେ ମଧ୍ୟ ଈଶ୍ଵରଙ୍କର ଅନୁଗମନ କରି ତାଙ୍କର ଆଜ୍ଞାବହ ହେଲେ ।
କିନ୍ତୁ ଦାଉଦଙ୍କ ପାପର ଦଣ୍ଡ ସ୍ଵରୂପେ ତାଙ୍କ ପୁତ୍ରଟି ମରିଗଲା ।ଦାଉଦଙ୍କ ଅବଶିଷ୍ଟାଂଶ ଜୀବନ କାଳ ସମୟ ମଧ୍ୟରେ ପରିବାରରେ କଳି ଲାଗି ରହିଥିଲା, ଏବଂ ଦାଉଦଙ୍କର ଶକ୍ତି ଅତିଶୟ ଦୁର୍ବଳ ହୋଇଯାଇଥିଲା ।ଯଦିଓ ଦାଉଦ ଈଶ୍ଵରଙ୍କ ପ୍ରତି ଅବିଶ୍ବସ୍ତ ଥିଲେ, ତଥାପି ଈଶ୍ଵର ତାହାଙ୍କ ପ୍ରତିଜ୍ଞାଗୁଡିକ ରକ୍ଷା କରିବା ନିମନ୍ତେ ବିଶ୍ଵସ୍ତ ଥିଲେ ।ପରବର୍ତ୍ତୀ ସମୟରେ ଦାଉଦ ଓ ବେଥଶିବାଙ୍କଠାରୁ ପୁଣି ଏକ ପୁତ୍ର ଜନ୍ମ ହେଲା, ଏବଂ ସେମାନେ ତାହାକୁ ଶଲୋମୋନ ନାମ ଦେଲେ ।