Valitse kieli

mic

Jaa

Jaa linkki

QR code for https://globalrecordings.net/script/8703

unfoldingWord 05 - ପ୍ରତିଜ୍ଞାର ପୁତ୍ର

unfoldingWord 05 - ପ୍ରତିଜ୍ଞାର ପୁତ୍ର

Pääpiirteet: Genesis 16-22

Käsikirjoituksen numero: 1205

Kieli: Odia / Oriya

Yleisö: General

Tarkoitus: Evangelism; Teaching

Features: Bible Stories; Paraphrase Scripture

Tila: Approved

Käsikirjoitukset ovat perusohjeita muille kielille kääntämiseen ja tallentamiseen. Niitä tulee mukauttaa tarpeen mukaan, jotta ne olisivat ymmärrettäviä ja merkityksellisiä kullekin kulttuurille ja kielelle. Jotkut käytetyt termit ja käsitteet saattavat vaatia lisäselvitystä tai jopa korvata tai jättää kokonaan pois.

Käsikirjoitusteksti

ଦଶ ବର୍ଷ ପରେ କିଣାନକୁ ଆସିଲା ପରେ ମଧ୍ୟ ଅବ୍ରାମ ଓ ସାରୀଙ୍କ ସନ୍ତାନ ନ ଥିଲା। ତେଣୁ ଅବ୍ରାମଙ୍କ ଭାର୍ଯ୍ୟ। ସାରୀ ଅବ୍ରାମଙ୍କୁ କହିଲେ , “ ଏ ପର୍ଯ୍ୟନ୍ତ ପରମେଶ୍ଵର ମୋତେ ସନ୍ତାନ ଦେବାକୁ ନିବାରଣ କରିଥିବାରୁ ଏବଂ ବର୍ତ୍ତମାନ ସନ୍ତାନ ଜାତ କରିବା ପାଇଁ ମୋର ବୟସ ଅଧିକ ହୋଇ ଯାଇଛି, ଏହି ମୋହର ଦାସୀ, ହାଗର ଅଛନ୍ତି । ସେ ମୋ ନିମନ୍ତେ ସନ୍ତାନ ଜନ୍ମ କରିବେ ।

ତେଣୁ ଅବ୍ରାମ ହାଗରଙ୍କୁ ବିବାହ କଲେ । ହାଗରଙ୍କର ଏକ ପୁତ୍ର ସନ୍ତାନ ହେଲା ଓ ଅବ୍ରାମ୍ ତାହାକୁ ଇସମାଏଲ ନାମ ଦେଲେ । କିନ୍ତୁ ସାରୀଙ୍କୁ ହାଗାରଙ୍କ ପ୍ରତି ଈର୍ଷା ହେଲା । ଯେତେବେଳେ ଇସମାଏଲକୁ ତେର ବର୍ଷ ହେଲା ପୁନର୍ବାର ପରମେଶ୍ଵର ଅବ୍ରାମଙ୍କୁ କଥା କହିଲେ ।

ପରମେଶ୍ଵର କହିଲେ, “ ମୁଁ ସର୍ବଶକ୍ତିମାନ ଇଶ୍ଵର ଅଟେ । “ ତୁମ ସହିତ ମୁଁ ଏକ ନିୟମ ସ୍ଥାପନ କରିବି । ତେବେ ଅବ୍ରାମ ଭୂମିଷ୍ଠ ପ୍ରଣାମ କଲେ । ପରମେଶ୍ଵର ମଧ୍ୟ ଆବ୍ରାମଙ୍କୁ କହିଲେ, “ତୁମେ ଅନେକ ଦେଶମାନଙ୍କର ପିତା ହେବ । “ମୁଁ ତୁମକୁ ଓ ତୁମବଂଶଧରଙ୍କୁ କିଣାନ ଦେଶ ଉତ୍ତରାଧିକାରୀଭାବରେ ଦେବି, ସେମାନେ ଏଥିରେ ବାସ କରିବେ । ମୁଁ ଚିରଦିନ ପାଇଁ ସେମାଙ୍କର ଇଶ୍ଵର ରହିବି । ତୁମ ପରିବାରର ପ୍ରତ୍ୟେକ ପୁରୁଷକୁ ସୁନ୍ନତ କରିବା ଉଚିତ୍ ।

ତୁମର ଭାର୍ଯ୍ୟା ସାରୀଙ୍କର ଏକ ପୁତ୍ର ହେବ, “ସେ ପ୍ରତିଜ୍ଞାତ ପୁତ୍ର ହେବେ । “ତା’ଙ୍କ ନାମ ଇସହାକ୍ ରଖିବ । ତାଙ୍କ ସହିତ ମୁଁ ମୋର ନିୟମ ସ୍ଥାପନ କରିବି ଓ ସେ ଏକ ମହାନ ଦେଶ ହେବ । ମୁଁ ଇସମାଏଲଙ୍କୁ ମଧ୍ୟ ଏକ ମହାନ ଦେଶ କରିବି, କିନ୍ତୁ ମୋର ପ୍ରତିଜ୍ଞା ଇସାହାକଙ୍କ ସହିତ ଥିବା । ତା’ପରେ ପରମେଶ୍ଵର ଅବ୍ରାମଙ୍କ ନାମକୁ ଆବ୍ରାହାମ ନାମରେ ବଦଳାଇଲେ, ଯାହାର ଅର୍ଥ "ଅନେକଙ୍କ ପିତା" । ପରମେଶ୍ଵର ସାରିଙ୍କ ନାମକୁ ମଧ୍ୟ ସାରା ନାମରେ ବଦଳାଇ ଦେଲେ, ଯାହାର ଅର୍ଥ ରାଜକୁମାରୀ ।

ସେହିଦିନରେ ଅବ୍ରାହାମ ତାଙ୍କ ପରିବାରର ସମସ୍ତ ପୁରୁଷମାନଙ୍କୁ ସୁନ୍ନତ କଲେ । ପ୍ରାୟ ଏକ ବର୍ଷ ବିତିବା ପରେ, ଅବ୍ରାହାମକୁ ଯେତେବେଳେ ୧୦୦ ବର୍ଷ ହେଲା, ଓ ସାରାଙ୍କର ୯୦ ବର୍ଷ ହେଲା, ସାରା ଅବ୍ରାହାମଙ୍କୁ ଏକ ପୁତ୍ର ଜନ୍ମ କଲେ । ପରମେଶ୍ଵରଙ୍କ ସେମାନଙ୍କୁ କହିବା ଅନୁସାରେ ସେମାନେ ତାକୁ ଇସହାକ ନାମ ଦେଲେ ।

ଯେତେବେଳେ ଇସାହାକ ଯୁବା ହେଲେ, ପରମେଶ୍ଵର ଅବ୍ରାହମଙ୍କ ବିଶ୍ବାସକୁ ପରୀକ୍ଷା କଲେ ଓ କହିଲେ, “ତୁମ୍ଭର ଏକମାତ୍ର ପୁତ୍ର ଇସାହାକଙ୍କୁ ନିଅ ଓ ମୋର ପାଇଁ ବଳିଦାନ କରିବା ନିମନ୍ତେ ତାଙ୍କୁ ମାର । ପୁନର୍ବାର ଅବ୍ରାହମ ପରମେଶ୍ଵରଙ୍କ ଆଜ୍ଞାବହ ହେଲେ ଏବଂ ଇସାହାକଙ୍କୁ ଉତ୍ସର୍ଗ କରିବା ନିମନ୍ତେ ପ୍ରସ୍ତୁତ କଲେ ।

ଯେତେବେଳେ ଅବ୍ରାହମ ଓ ଇସାହାକ ବଳିଦାନ ଉତ୍ସର୍ଗ କରିବା ସ୍ଥାନକୁ ଚାଲୁଥିଲେ, ଇସହାକ ପିତାଙ୍କୁ ପଚାରିଲେ,” ବଲିଦାନ ଉତ୍ସର୍ଗ କରିବା ନିମନ୍ତେ, ଆମ ପାଖରେ କାଠ ଅଛି କିନ୍ତୁ ମେଷ କେଉଁଠାରେ ଅଛି ? “ ଅବ୍ରାହାମ ଉତ୍ତର ଦେଇ କହିଲେ, “ ମୋର ପୁତ୍ର ଉତ୍ସର୍ଗ ନିମନ୍ତେ ପରମେଶ୍ଵର ମେଷଟିଏ ଯୋଗାଇ ଦେବେ ।“

ଯେତେବେଳେ ସେମାନେ ଉତ୍ସର୍ଗ କରିବା ସ୍ଥାନରେ ପହଞ୍ଚିଲେ, “ଅବ୍ରାହାମ ତାଙ୍କ ପୁତ୍ର ଇସାହାକଙ୍କୁ ବାନ୍ଧିଲେ ଏକ ଯଜ୍ଞ ବେଦି ଉପରେ ଶୁଆଇଲେ । ଯେତେବେଳେ ସେ ତାଙ୍କ ପୁତ୍ରଙ୍କୁ ମାରିବା ଉପରେ ଥିଲେ, ପରମେଶ୍ଵର ତାଙ୍କୁ କହିଲେ, “ ରୁହ” । ବାଳକକୁ ଘାତ କର ନାହିଁ !ବର୍ତ୍ତମାନ ମୁଁ ତୁମକୁ ଜାଣେ ଯେ, ତୁମେ ମୋତେ ଭୟ କର । ଯେହେତୁ, ତୁମ୍ଭେ ତୁମର ଏକ ମାତ୍ର ପୁତ୍ରକୁ ମୋ ନିମନ୍ତେ ରଖିଲ ନାହିଁ ।

ନିକଟରେ ଥିବା ବୁଦାରେ ଅଟକି ଯାଇଥିବା ଏକ ମେଷକୁ ଅବ୍ରାହାମ ଦେଖିଲେ । ଇସାହାକଙ୍କ ପରିବର୍ତ୍ତେ ପରମେଶ୍ଵର ମେଷକୁ ଉତ୍ସର୍ଗ କରିବା ନିମନ୍ତେ ଯୋଗାଇଲେ । ଅବ୍ରାହାମ ମେଷକୁ ଏକ ବଳିଦାନ ଭାବେ ଆନନ୍ଦରେ ଉତ୍ସର୍ଗ କଲେ ।

ତା’ପରେ ପରମେଶ୍ଵର ଅବ୍ରାହାମଙ୍କୁ କହିଲେ, “ତୁମର ସମସ୍ତ ଏପରିକି ଏକମାତ୍ର ପୁତ୍ରଙ୍କୁ ମୋ ନିମନ୍ତେ ଉତ୍ସର୍ଗ କରିବାକୁ ଇଚ୍ଛା ପ୍ରକାଶ କରିଥିବାରୁ, ମୁଁ ତୁମଭକୁ ଆଶୀର୍ବାଦ କରିବାକୁ ପ୍ରତିଜ୍ଞା କରୁଅଛି । “ ଆକାଶର ତାରାଗଣଠାରୁ ତୁମର ବଂଶଧରମାନେ ଅତ୍ୟାଧିକ ହେବେ । କାରଣ ତୁମ୍ଭେ ମୋହର ଆଜ୍ଞାବହ ହୋଇଅଛ, ତୁମ ଦ୍ବାରା ପୃଥିବୀର ସମସ୍ତ ପରିବାର ଆଶୀର୍ବାଦ ପାଇବେ ।

Aiheeseen liittyvät tiedot

Elämän Sanat - Äänitettyjä evankeliumiviestejä tuhansilla kielillä, jotka sisältävät Raamattuun perustuvia viestejä pelastuksesta ja kristillisestä elämästä.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares its audio, video and written scripts under Creative Commons