unfoldingWord 25 - ଶୟତାନ ଯୀଶୁଙ୍କୁ ପରୀକ୍ଷା କରେ
Kontuur: Matthew 4:1-11; Mark 1:12-13; Luke 4:1-13
Skripti number: 1225
Keel: Odia / Oriya
Publik: General
Eesmärk: Evangelism; Teaching
Features: Bible Stories; Paraphrase Scripture
Olek: Approved
Skriptid on põhijuhised teistesse keeltesse tõlkimisel ja salvestamisel. Neid tuleks vastavalt vajadusele kohandada, et need oleksid arusaadavad ja asjakohased iga erineva kultuuri ja keele jaoks. Mõned kasutatud terminid ja mõisted võivad vajada rohkem selgitusi või isegi asendada või täielikult välja jätta.
Skripti tekst
ଯୀଶୁ ବାପ୍ତିଜିତ ହେବାର ତତ୍କ୍ଷଣାତ୍ ତ୍ପବିତ୍ରଆତ୍ମା ତାଙ୍କୁ ପ୍ରାନ୍ତରକୁ ଚାଳିତ କଲେ, ଯେଉଁଠି ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କଲେ ।ତା'ପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ ତାଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭିତ କଲା ।
ଶୟତାନ ଏହା କହି ଯୀଶୁଙ୍କୁ ପ୍ରଲୋଭିତ କରିଥିଲା “ଯଦି ତୁମ୍ଭେ ଈଶ୍ଵରଙ୍କ ପୁତ୍ର, ଏହି ପଥରଗୁଡିକ ରୋଟୀରେ ପରିଣତ ହେବା ପାଇଁ ଆଜ୍ଞା ଦିଅ!”
ଯୀଶୁ ଉତ୍ତର ଦେଲେ “ଈଶ୍ଵରଙ୍କ ବାକ୍ୟରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟି ଦ୍ଵ।ରା ବଞ୍ଚେ ନାହିଁ କିନ୍ତୁ ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ!”
ତା’ପରେ ଶୟତାନ ମନ୍ଦିରର ଶୀର୍ଷକୁ ଘେନିଯାଇ ତାଙ୍କୁ କହିଲା “ତୁମ୍ଭେ ଯଦି ଈଶ୍ଵରଙ୍କ ପୁତ୍ର, ତଳକୁ ଡେଇଁପଡ, କାରଣ ଲେଖାଅଛି ‘ତୁମ୍ଭେ ପାଦ ଯେପରି ଆଘାତ ନ ହେବ ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବା ପାଇଁ ଈଶ୍ଵର ଦୂତମାନଙ୍କୁ ଆଜ୍ଞା ଦେବେ ।”
କିନ୍ତୁ ଯୀଶୁ ଶାସ୍ତ୍ରରୁ ଉଦ୍ଧୃତ କରି ଶୟତାନକୁ ଉତ୍ତର ଦେଲେ ।ସେ କହିଲେ “ଈଶ୍ଵରଙ୍କ ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ ଆଦେଶ ଦିଅନ୍ତି ‘ତୁମ୍ଭ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ ।”
ତା’ପରେ ଶୟତାନ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶର୍ଯ୍ୟ ଦେଖାଇ କହିଲା “ତୁମ୍ଭେ ଯଦି ନତ ହୋଇ ମୋତେ ପ୍ରଣାମ କରିବ ତେବେ ମୁଁ ଏହି ସମସ୍ତ ତୁମ୍ଭକୁ ଦେବି ।”
ଯୀଶୁ ଉତ୍ତର ଦେଲେ “ଦୂର ହୁଅ ଶୟତାନ!ଈଶ୍ଵରଙ୍କ ବାକ୍ୟରେ ଲୋକମାନଙ୍କୁ କୁହାଯାଇଛି ‘ତୁମ୍ଭେ କେବଳ ତୁମ୍ଭ ପ୍ରଭୁ ଈଶ୍ଵରଙ୍କର ହିଁ ଉପାସନା କରିବ ଓ ତାହାଙ୍କର ସେବା କରିବ ।”
ଯୀଶୁ ଶୟତାନର ପ୍ରଲୋଭନରେ ନିଜକୁ ଦେଇ ନଥିଲେ, ତେଣୁ ଶୟତାନ ତାହାଙ୍କୁ ଛାଡି ଚାଲିଯାଇଥିଲା ।ତା’ପରେ ଦୂତମାନେ ଆସି ଯୀଶୁଙ୍କର ସେବା କଲେ ।