unfoldingWord 25 - ଶୟତାନ ଯୀଶୁଙ୍କୁ ପରୀକ୍ଷା କରେ
রূপরেখা: Matthew 4:1-11; Mark 1:12-13; Luke 4:1-13
লিপি নম্বর: 1225
ভাষা: Oriya
শ্রোতা: General
ধারা: Bible Stories & Teac
উদ্দেশ্য: Evangelism; Teaching
বাইবেলের তালিকা: Paraphrase
সামাজিক মর্যাদা: Approved
অন্যান্য ভাষায় অনুবাদ এবং রেকর্ড করার জন্য স্ক্রিপ্টগুলি মৌলিক নির্দেশিকা। প্রতিটি ভিন্ন সংস্কৃতি এবং ভাষার জন্য তাদের বোঝার জন্য এবং প্রাসঙ্গিক করে তোলার জন্য তাদের প্রয়োজনীয় হিসাবে উপযোগী করা উচিত। ব্যবহৃত কিছু শর্তাবলী এবং ধারণাগুলির আরও ব্যাখ্যার প্রয়োজন হতে পারে বা এমনকি সম্পূর্ণরূপে প্রতিস্থাপন বা বাদ দেওয়া যেতে পারে।
লিপি লেখা
ଯୀଶୁ ବାପ୍ତିଜିତ ହେବାର ତତ୍କ୍ଷଣାତ୍ ତ୍ପବିତ୍ରଆତ୍ମା ତାଙ୍କୁ ପ୍ରାନ୍ତରକୁ ଚାଳିତ କଲେ, ଯେଉଁଠି ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କଲେ ।ତା'ପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ ତାଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭିତ କଲା ।
ଶୟତାନ ଏହା କହି ଯୀଶୁଙ୍କୁ ପ୍ରଲୋଭିତ କରିଥିଲା “ଯଦି ତୁମ୍ଭେ ଈଶ୍ଵରଙ୍କ ପୁତ୍ର, ଏହି ପଥରଗୁଡିକ ରୋଟୀରେ ପରିଣତ ହେବା ପାଇଁ ଆଜ୍ଞା ଦିଅ!”
ଯୀଶୁ ଉତ୍ତର ଦେଲେ “ଈଶ୍ଵରଙ୍କ ବାକ୍ୟରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟି ଦ୍ଵ।ରା ବଞ୍ଚେ ନାହିଁ କିନ୍ତୁ ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ!”
ତା’ପରେ ଶୟତାନ ମନ୍ଦିରର ଶୀର୍ଷକୁ ଘେନିଯାଇ ତାଙ୍କୁ କହିଲା “ତୁମ୍ଭେ ଯଦି ଈଶ୍ଵରଙ୍କ ପୁତ୍ର, ତଳକୁ ଡେଇଁପଡ, କାରଣ ଲେଖାଅଛି ‘ତୁମ୍ଭେ ପାଦ ଯେପରି ଆଘାତ ନ ହେବ ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବା ପାଇଁ ଈଶ୍ଵର ଦୂତମାନଙ୍କୁ ଆଜ୍ଞା ଦେବେ ।”
କିନ୍ତୁ ଯୀଶୁ ଶାସ୍ତ୍ରରୁ ଉଦ୍ଧୃତ କରି ଶୟତାନକୁ ଉତ୍ତର ଦେଲେ ।ସେ କହିଲେ “ଈଶ୍ଵରଙ୍କ ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ ଆଦେଶ ଦିଅନ୍ତି ‘ତୁମ୍ଭ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ ।”
ତା’ପରେ ଶୟତାନ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶର୍ଯ୍ୟ ଦେଖାଇ କହିଲା “ତୁମ୍ଭେ ଯଦି ନତ ହୋଇ ମୋତେ ପ୍ରଣାମ କରିବ ତେବେ ମୁଁ ଏହି ସମସ୍ତ ତୁମ୍ଭକୁ ଦେବି ।”
ଯୀଶୁ ଉତ୍ତର ଦେଲେ “ଦୂର ହୁଅ ଶୟତାନ!ଈଶ୍ଵରଙ୍କ ବାକ୍ୟରେ ଲୋକମାନଙ୍କୁ କୁହାଯାଇଛି ‘ତୁମ୍ଭେ କେବଳ ତୁମ୍ଭ ପ୍ରଭୁ ଈଶ୍ଵରଙ୍କର ହିଁ ଉପାସନା କରିବ ଓ ତାହାଙ୍କର ସେବା କରିବ ।”
ଯୀଶୁ ଶୟତାନର ପ୍ରଲୋଭନରେ ନିଜକୁ ଦେଇ ନଥିଲେ, ତେଣୁ ଶୟତାନ ତାହାଙ୍କୁ ଛାଡି ଚାଲିଯାଇଥିଲା ।ତା’ପରେ ଦୂତମାନେ ଆସି ଯୀଶୁଙ୍କର ସେବା କଲେ ।