unfoldingWord 11 - ନିସ୍ତାର ପର୍ବ
রূপরেখা: Exodus 11:1-12:32
লিপি নম্বর: 1211
ভাষা: Odia / Oriya
শ্রোতা: General
উদ্দেশ্য: Evangelism; Teaching
Features: Bible Stories; Paraphrase Scripture
সামাজিক মর্যাদা: Approved
অন্যান্য ভাষায় অনুবাদ এবং রেকর্ড করার জন্য স্ক্রিপ্টগুলি মৌলিক নির্দেশিকা। প্রতিটি ভিন্ন সংস্কৃতি এবং ভাষার জন্য তাদের বোঝার জন্য এবং প্রাসঙ্গিক করে তোলার জন্য তাদের প্রয়োজনীয় হিসাবে উপযোগী করা উচিত। ব্যবহৃত কিছু শর্তাবলী এবং ধারণাগুলির আরও ব্যাখ্যার প্রয়োজন হতে পারে বা এমনকি সম্পূর্ণরূপে প্রতিস্থাপন বা বাদ দেওয়া যেতে পারে।
লিপি লেখা
ପରମେଶ୍ଵର ଫାରୋଙ୍କୁ ସତର୍କ କରାଇ କହିଲେ ଯେ ଯଦି ସେ ଇସ୍ରାଏଲୀୟମାନଙ୍କୁ ଯିବାକୁ ନ ଦିଅନ୍ତି, ତେବେ ସେ ମନୁଷ୍ୟ ଓ ପଶୁମାନଙ୍କର ସମସ୍ତ ପ୍ରଥମଜାତକୁ ବଧ କରିବେ । ଫାରୋ ଯେତେବେଳେ ଏହା ଶୁଣିଲେ ସେ ତଥାପି ଏହା ବିଶ୍ଵାସ କରିବା ଏବଂ ଈଶ୍ଵରଙ୍କ ଆଜ୍ଞା ପାଳନ କରିବାକୁ ମନା କଲା ।
ତାହାଙ୍କଠାରେ ଯେଉଁମାନେ ବିଶ୍ଵାସ କଲେ ଇଶ୍ଵର ସେମାନଙ୍କର ପ୍ରଥମଜାତ ପ୍ରତ୍ୟେକଙ୍କୁ ରକ୍ଷା କରିବାର ଏକ ଉପାୟ ଯୋଗାଇଲେ ।ପ୍ରତ୍ୟେକ ପରିବାରକୁ ଏକ ନିଖୁନ୍ତ ମେଷଶାବକ ମନୋନୀତ କରି ତାହାକୁ ବଦ୍ଧ କରିବାକୁ ପଡିଥିଲା ।
ପରମେଶ୍ଵର ଇସ୍ରାଏଲୀୟମାନଙ୍କୁ ମେଷଶାବକର କିଛି ରକ୍ତ ଆଣି ସେମାନଙ୍କ ଗୃହ ଦ୍ବାରର ଚାରିପାଖରେ ଲଗାଇବାକୁ କହିଥିଲେ, ଏବଂ ମାଂସ ପୋଡି କରି ଓ ତାଡିଶୂନ୍ୟ (ତାଡି ମିଶି ନ ଥିବା) ରୋଟି ଶୀଘ୍ର ଖାଇବାକୁ କହିଥିଲେ ।ସେମାନେ ଖାଇ ସାରିଲା ପରେ ମିଶରକୁ ଛାଡିବା ନିମନ୍ତେ ପ୍ରସ୍ତୁତ ହେବାକୁ ମଧ୍ୟ ସେ କହିଥିଲେ ।
ଇଶ୍ଵର ଯେପରି ସେମାନଙ୍କୁ କରିବା ପାଇଁ ଆଜ୍ଞା ଦେଇଥିଲେ ଇସ୍ରାଏଲୀୟମାନେ ସମସ୍ତ କାର୍ଯ୍ୟକୁ କଲେ ।ମଧ୍ୟରାତ୍ରିରେ, ଈଶ୍ଵର ମିଶର ମଧ୍ୟ ଦେଇ ଗମନ କରି ପ୍ରଥମଜାତ ସମସ୍ତଙ୍କୁ ବଧ କଲେ ।
ଇସ୍ରାଏଲୀୟମାନଙ୍କର ଗୃହଗୁଡିକର ଦ୍ଵାର ଚାରିପାଖରେ ରକ୍ତ ଲାଗିଥିଲା, ତେଣୁ ଈଶ୍ଵର ସେଗୁଡିକୁ ଛାଡି ଦେଲେ । ଗୃହ ଭିତରେ ସମସ୍ତେ ସୁରକ୍ଷିତ ଥିଲେ ।ମେଷଶାବକର ରକ୍ତ ଯୋଗୁଁ ସେମାନେ ଉଦ୍ଧାର ପାଇଥିଲେ ।
କିନ୍ତୁ ମିଶରୀୟମାନେ ଈଶ୍ବରଙ୍କୁ ବା ତାହାଙ୍କ ଆଜ୍ଞାଗୁଡିକୁ ବିଶ୍ବାସ କଲେ ନାହିଁ ।ତେଣୁ ଈଶ୍ବର ସେମାନଙ୍କ ଗୃହଗୁଡିକୁ ଛାଡିଲେ ନାହିଁ ।ପରମେଶ୍ଵର ମିଶରୀୟମାନଙ୍କ ପ୍ରତ୍ୟେକ ପ୍ରଥମଜାତକୁ ବଧ କଲେ ।
ପ୍ରତ୍ୟେକ ମିଶରୀୟମାନଙ୍କ ସମସ୍ତ ପ୍ରଥମଜାତ ନରର ମୃତ୍ୟୁ ହେଲା, କାରାଗାରରେ ବନ୍ଦୀର ପ୍ରଥମଜାତଠାରୁ ଫାରୋଙ୍କର ପ୍ରଥମଜାତ ସମସ୍ତେ ମଲେ ।ଅନେକ ମିଶରୀୟ ସେମାନଙ୍କର ଗଭୀର ଦୁଃଖ ଯୋଗୁଁ କ୍ରନ୍ଦନ ଓ ବିଳାପ କରିଥିଲେ।
ସେହି ରାତ୍ରିରେ ଫାରୋ ମୋଶା ଓ ହାରୋଣଙ୍କୁ ଡାକି କହିଲେ “ଇସ୍ରାଏଲୀୟମାନଙ୍କୁ ନେଇ ଶୀଘ୍ର ମିଶର ଛାଡି ପଳାଅ!”ମିଶରୀୟ ଲୋକମାନେ ମଧ୍ୟ ଇସ୍ରାଏଲୀୟମାନଙ୍କୁ ସାଙ୍ଗେ ସାଙ୍ଗେ ମିଶର ଛାଡି ପଳାଇଯିବା ନିମନ୍ତେ ଅନୁରୋଧ କଲେ ।