unfoldingWord 31 - ଯୀଶୁ ଜଳ ଉପରେ ଚାଲନ୍ତି
রূপরেখা: Matthew 14:22-33; Mark 6:45-52; John 6:16-21
লিপি নম্বর: 1231
ভাষা: Odia / Oriya
শ্রোতা: General
উদ্দেশ্য: Evangelism; Teaching
Features: Bible Stories; Paraphrase Scripture
সামাজিক মর্যাদা: Approved
অন্যান্য ভাষায় অনুবাদ এবং রেকর্ড করার জন্য স্ক্রিপ্টগুলি মৌলিক নির্দেশিকা। প্রতিটি ভিন্ন সংস্কৃতি এবং ভাষার জন্য তাদের বোঝার জন্য এবং প্রাসঙ্গিক করে তোলার জন্য তাদের প্রয়োজনীয় হিসাবে উপযোগী করা উচিত। ব্যবহৃত কিছু শর্তাবলী এবং ধারণাগুলির আরও ব্যাখ্যার প্রয়োজন হতে পারে বা এমনকি সম্পূর্ণরূপে প্রতিস্থাপন বা বাদ দেওয়া যেতে পারে।
লিপি লেখা
ତା’ପରେ ଯୀଶୁ ତାହାଙ୍କ ଶିଷ୍ୟମାନଙ୍କୁ ନୌକାରେ ଚଢି ନୌକାକୁ ଚଳାଇ ହ୍ରଦର ଆରପାରିକୁ ଯିବା ପାଇଁ କହିଲେ ଯେତେବେଳେ ସେ ଲୋକମାନଙ୍କୁ ବିଦାୟ ଦେଲେ ।ଯୀଶୁ ଲୋକମାନଙ୍କୁ ପଠାଇଲା ପରେ, ସେ ପ୍ରାର୍ଥନା କରିବା ନିମନ୍ତେ ଏକ ପର୍ବତ ପାର୍ଶ୍ବରେ ଉପରକୁ ଗଲେ ।ଯୀଶୁ ସେଠାରେ ଏକାକୀ ଥିଲେ, ଏବଂ ସେ ରାତି ପାହିବା ପର୍ଯ୍ୟନ୍ତ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ ।
ଇତିମଧ୍ୟରେ, ଶିଷ୍ୟମାନେ ସେମାନଙ୍କର ନୌକା ବାହୁଥିଲେ, କିନ୍ତୁ ଗଭୀର ରାତ୍ରିରେ ସେମାନେ ହ୍ରଦର ମଧ୍ୟ ଭାଗରେ କେବଳ ପହଞ୍ଚିଥିଲେ ।ସେମାନେ କଷ୍ଟରେ ନୌକା ଚାଳନ କରୁଥିଲେ କାରଣ ଝଡ ବତାସ ସେମାନଙ୍କ ପ୍ରତିକୂଳ ଦିଗରେ ବୋହୁଥିଲା ।
ତା’ପରେ ଯୀଶୁ ପ୍ରାର୍ଥନା କରିବାର ସମାପ୍ତ କଲେ ଏବଂ ଶିଷ୍ୟମାନଙ୍କ ନିକଟକୁ ଗଲେ ।ସେ ହ୍ରଦର ଜଳ ଉପରେ ସେମାନଙ୍କ ନୌକା ଆଡକୁ ଚାଲିଚାଲି ଆସିଲେ !
ସେମାନେ ଯେତେବେଳେ ଯୀଶୁଙ୍କୁ ଦେଖିଲେ ସେତେବେଳେ ଶିଷ୍ୟମାନେ ଭୟଭୀତ ହୋଇଯାଇଥିଲେ, କାରଣ ସେମାନେ ଭୂତ ଦେଖୁଅଛନ୍ତି ବୋଲି ଭାବିଲେ ।ଯୀଶୁ ଜାଣିଲେ ଯେ ସେମାନେ ଭୟଭୀତ ହୋଇଅଛନ୍ତି, ତେଣୁ ସେ ସେମାନଙ୍କୁ ଡାକି କହିଲେ “ଭୟ କର ନାହିଁ ।ଏହା ମୁଁ ଅଟେ!”
ତା’ପରେ ପିତର ଯୀଶୁଙ୍କୁ କହିଲେ, “ଗୁରୁ, ଯଦି ତାହା ଆପଣ, ତେବେ ଜଳ ଉପରେ ଚାଲି ଆସିବା ପାଇଁ ମୋତେ ଆଜ୍ଞା ଦିଅନ୍ତୁ ।”ଯୀଶୁ ପିତରଙ୍କୁ କହିଲେ “ଆସ!”
ତେଣୁ ପିତର ନୌକାରୁ ବାହାରି ଯୀଶୁଙ୍କ ନିକଟକୁ ଜଳ ଉପରେ ଚାଲିବା ଆରମ୍ଭ କଲେ ।କିନ୍ତୁ କିଛି ଦୂର ଚାଲିବା ପରେ, ସେ ଯୀଶୁଙ୍କ ନିକଟରୁ ନିଜ ଆଖି ଫେରାଇ ନେଲେ ଓ ତରଙ୍ଗଗୁଡିକୁ ଦେଖିବାକୁ ଲାଗିଲେ ଏବଂ ସେ ପ୍ରଚଣ୍ଡ ପବନ ବୋହିବାର ଅନୁଭବ କଲେ ।
ତେଣୁ ପିତର ଭୟଭୀତ ହେଲେ ଏବଂ ସମୁଦ୍ରରେ ବୁଡିବାକୁ ଲାଗିଲେ ।ସେ ଚିତ୍କାର କରି କହି ଉଠିଲେ “ଗୁରୁ,ମୋତେ ଉଦ୍ଧାର କର!”ଯୀଶୁ ସେହିକ୍ଷଣି ଯାଇ ତାଙ୍କୁ ଧରିପକାଇଲେ ।ତା’ପରେ ସେ ପିତରଙ୍କୁ କହିଲେ “ହେ ଅଲ୍ପବିଶ୍ବାସୀ, ତୁମ୍ଭେ କାହିଁକି ସନ୍ଦେହ କଲ ?”
ଯେତେବେଳେ ପିତର ଓ ଯୀଶୁ ନୌକା ମଧ୍ୟକୁ ଗଲେ, ସେତେବେଳେ ପବନ ସାଙ୍ଗେ ସାଙ୍ଗେ ବହିବା ବନ୍ଦ ହେଲା ଏବଂ ଜଳ ଶାନ୍ତ ହେଲା ।ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ସେମାନେ ଯୀଶୁଙ୍କର ଉପାସନା କରି ତାଙ୍କୁ କହିଲେ “ସତ୍ୟ, ତୁମ୍ଭେ ଈଶ୍ଵରଙ୍କ ପୁତ୍ର ।”