ቋንቋ ይምረጡ

mic

አጋራ

አገናኝ አጋራ

QR code for https://globalrecordings.net/script/8746

unfoldingWord 48 - ଈଶ୍ଵର ଯେତେବେଳେ ପୃଥିବୀ ସୃଷ୍ଟି କଲେ, ସେତେବେଳେ ସମସ୍ତ ବିଷୟ ସିଦ୍ଧ ଥିଲା ।

unfoldingWord 48 - ଈଶ୍ଵର ଯେତେବେଳେ ପୃଥିବୀ ସୃଷ୍ଟି କଲେ, ସେତେବେଳେ ସମସ୍ତ ବିଷୟ ସିଦ୍ଧ ଥିଲା ।

ዝርዝር: Genesis 1-3, 6, 14, 22; Exodus 12, 20; 2 Samuel 7; Hebrews 3:1-6, 4:14-5:10, 7:1-8:13, 9:11-10:18; Revelation 21

የስክሪፕት ቁጥር: 1248

ቋንቋ: Odia / Oriya

ታዳሚዎች: General

ዓላማ: Evangelism; Teaching

Features: Bible Stories; Paraphrase Scripture

ሁኔታ: Approved

ስክሪፕቶች ወደ ሌሎች ቋንቋዎች ለመተርጎም እና ለመቅዳት መሰረታዊ መመሪያዎች ናቸው። ለእያንዳንዱ የተለየ ባህል እና ቋንቋ እንዲረዱ እና እንዲስማሙ ለማድረግ እንደ አስፈላጊነቱ ማስተካከል አለባቸው። አንዳንድ ጥቅም ላይ የዋሉ ቃላቶች እና ጽንሰ-ሐሳቦች የበለጠ ማብራሪያ ሊፈልጉ ወይም ሊተኩ ወይም ሙሉ ለሙሉ ሊተዉ ይችላሉ.

የስክሪፕት ጽሑፍ

ସେତେବେଳେ କୌଣସି ପାପ ନ ଥିଲା ।ଆଦମ ଓ ହବା ପରସ୍ପରକୁ ଭଲ ପାଉଥିଲେ ଏବଂ ସେମାନେ ଈଶ୍ଵରଙ୍କୁ ପ୍ରେମ କରୁଥିଲେ । ସେତେବେଳେ କୌଣସି ଅସୁସ୍ଥତା ବା ମୃତ୍ୟୁ ନ ଥିଲା ।ପୃଥିବୀ ଏପରି ହିଁ ହେଉ ବୋଲି ଈଶ୍ଵର ଚାହୁଁଥିଲେ ।ହବାଙ୍କୁ ପ୍ରତାରିତ କରିବା ନିମନ୍ତେ ଶୟତାନ ଏକ ସର୍ପ ଦ୍ଵାରା କଥା କହିଲା ।

ତା’ ପରେ ସେ ଓ ଆଦମ ଈଶ୍ଵରଙ୍କ ବିରୁଦ୍ଧରେ ପାପ କଲେ ।ଯେହେତୁ ସେମାନେ ପାପ କଲେ, ସେଥିପାଇଁ ପୃଥିବୀରେ ଥିବା ସମସ୍ତେ ଅସୁସ୍ଥ ହୁଅନ୍ତି ଓ ସମସ୍ତେ ମୃତ୍ୟୁଭୋଗ କରନ୍ତି ।ଯେହେତୁ ଆଦମ ଓ ହବା ପାପ କଲେ, ଏହାଠାରୁ ଆହୁରି କିଛି ଭୟଙ୍କର ବିଷୟ ଘଟିଲା ।

ସେମାନେ ଈଶ୍ଵରଙ୍କର ଶତ୍ରୁ ହେଲେ ।ଏହାର ଫଳ ସ୍ଵରୂପ, ସେହି ଦିନ ଠାରୁ ଜନ୍ମ ହେଉଥିବା ପ୍ରତ୍ୟେକ ମନୁଷ୍ୟ ପାପ ସ୍ଵଭାବରେ ଜନ୍ମ ନିଅନ୍ତି ଏବଂ ଈଶ୍ଵରଙ୍କର ଶତ୍ରୁ ହୁଅନ୍ତି ।ଈଶ୍ଵର ଓ ମନୁଷ୍ୟମାନଙ୍କ ମଧ୍ୟରେ ଥିବା ସମ୍ପର୍କ ପାପ ଦ୍ଵାରା ଭଙ୍ଗ ହୋଇଥିଲା ।କିନ୍ତୁ ସେହି ସମ୍ପର୍କକୁ ପୁନଃସ୍ଥାପିତ କରିବା ନିମନ୍ତେ ଈଶ୍ଵର ଏକ ଯୋଜନା କରିଥିଲେ ।ଈଶ୍ଵର ପ୍ରତିଜ୍ଞା କରି କହିଥିଲେ ଯେ ହବାଙ୍କ ବଂଶରୁ ଜନ୍ମିତ ଜଣେ ଶୟତାନର ମସ୍ତକକୁ ଚୂର୍ଣ୍ଣ କରିବେ, ଏବଂ ଶୟତାନ ତାଙ୍କ ଗୋଇଠିକୁ କ୍ଷତ କରିବ ।

ଏହାର ଅର୍ଥ ହେଉଛି ଯେ ଶୟତାନ ଖ୍ରୀଷ୍ଟଙ୍କୁ ବଧ କରିବେ, କିନ୍ତୁ ଈଶ୍ଵର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇବେ, ଏବଂ ତା’ପରେ ଖ୍ରୀଷ୍ଟ ଚିରଦିନ ନିମନ୍ତେ ଶୟତାନର ଶକ୍ତିକୁ ଚୂର୍ଣ୍ଣ କରିବେ ।ଅନେକ ବର୍ଷ ପରେ, ଈଶ୍ଵର ପ୍ରକାଶ କଲେ ଯେ ଯୀଶୁ ହିଁ ହେଉଛନ୍ତି ସେହି ଖ୍ରୀଷ୍ଟ ।ଈଶ୍ଵର ଯେତେବେଳେ ଏକ ଜଳପ୍ଳାବନ ଦ୍ବାରା ସମଗ୍ର ପୃଥିବୀକୁ ବିନଷ୍ଟ କଲେ, ସେତେବେଳେ ଯେଉଁମାନେ ତାଙ୍କଠାରେ ବିଶ୍ଵାସ କଲେ ସେମାନଙ୍କୁ ରକ୍ଷା ନିମନ୍ତେ ଜାହାଜ ଯୋଗାଇଲେ ।

ଠିକ୍ ସେହିପରି ଭାବରେ, ପ୍ରତ୍ୟେକ ମନୁଷ୍ୟ ସେମାନଙ୍କ ନିଜ ନିଜ ପାପ ନିମନ୍ତେ ବିନଷ୍ଟ ହେବାର ଯୋଗ୍ୟ ଥିଲେ, କିନ୍ତୁ ଯେଉଁମାନେ ତାହାଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କୁ ରକ୍ଷା କରିବା ନିମନ୍ତେ ଈଶ୍ଵର ଯୀଶୁଙ୍କୁ ଯୋଗାଇଲେ।ଶହ ଶହ ବର୍ଷ ଧରି ଲୋକମାନେ ସେମାନଙ୍କ ପାପ ଯୋଗୁଁ ଯେଉଁ ଦଣ୍ଡର ଯୋଗ୍ୟ ଥିଲେ ତାହା ଦେଖାଇବା ନିମନ୍ତେ ଯାଜକମାନେ ନିରନ୍ତର ଈଶ୍ଵରଙ୍କ ନିକଟରେ ବଳି ଉତ୍ସର୍ଗ କରୁଥିଲେ ।

କିନ୍ତୁ ସେହି ସମସ୍ତ ବଳିଦାନ ସେମାନଙ୍କର ପାପକୁ ଦୂର କରିପାରୁନଥିଲା ।ଯୀଶୁ ହେଉଛି ମହାନ୍ ମହାଯାଜକ ।ଅନ୍ୟ ଯାଜକମାନଙ୍କ ପରି ନୁହେଁ, ଯାହା ଯୀଶୁ କରି ଦେଖାଇଲେ – ଏକମାତ୍ର ବଳିଦାନ ଭାବରେ ସେ ନିଜକୁ ଉତ୍ସର୍ଗ କଲେ ଯାହା ଜଗତରେ ଥିବା ସମସ୍ତଙ୍କ ପାପକୁ ଦୂର କରିବ ।ଯୀଶୁ ସିଦ୍ଧ ମହାଯାଜକ ଅଟନ୍ତି କାରଣ ଜଗତରେ ଥିବା ଯେକୌଣସି ବ୍ୟକ୍ତି ଯେକୌଣସି ସମୟରେ କରିଥିବା ସମସ୍ତ ପାପର ଦଣ୍ଡକୁ ସେ ନିଜ ଉପରକୁ ନେଲେ ।ଈଶ୍ଵର ଅବ୍ରାହାମଙ୍କୁ କହିଲେ “ପୃଥିବୀରେ ସମସ୍ତ ଲୋକମାନେ ତୁମ୍ଭଦ୍ବାରା ଆଶୀର୍ବାଦପ୍ରାପ୍ତ ହେବେ ।“

ଯୀଶୁ ଅବ୍ରହାମଙ୍କର ଜଣେ ବଂଶଧର ଥିଲେ ।ସମସ୍ତ ଲୋକଦଳ ତାହାଙ୍କ ଦ୍ଵାରା ଆଶୀର୍ବାଦପ୍ରାପ୍ତ, କାରଣ ଯୀଶୁଙ୍କ ନାମରେ ବିଶ୍ଵାସ କରୁଥିବା ସମସ୍ତେ ପାପରୁ ଉଦ୍ଧାର ପାଇଅଛନ୍ତି, ଏବଂ ଅବ୍ରହାମଙ୍କର ଆତ୍ମିକ ବଂଶଧରରେ ପରିଣତ ହୋଇଅଛନ୍ତି ।

ଅବ୍ରାହାମଙ୍କୁ ତାଙ୍କ ପୁତ୍ର ଇସାହାକଙ୍କୁ ବଳିଦାନ ଭାବରେ ବଳି ଦେବା ନିମନ୍ତେ ଯେତେବେଳେ ଈଶ୍ଵର କହିଲେ, ସେତେବେଳେ ତାଙ୍କ ପୁତ୍ର ଇସାହାକଙ୍କ ପ୍ରତିବଦଳରେ ବଳିକୃତ ହେବା ପାଇଁ ଏକ ମେଷ ଯୋଗାଇଲେ ।ଆମେ ସମସ୍ତେ ଆମ୍ଭମାନଙ୍କ ପାପ ପାଇଁ ମରିବାର ଯୋଗ୍ୟ ଅଟୁ!କିନ୍ତୁ ଈଶ୍ଵର ତାହାଙ୍କ ମେଷ ଯୀଶୁଙ୍କୁ ଆମ୍ଭମାନଙ୍କ ସ୍ଥାନରେ ଏକ ବଳିଦାନ ଭାବରେ ମରିବାକୁ ପ୍ରଦାନ କଲେ ।ଈଶ୍ଵର ଯେତେବେଳେ ମିଶରରେ ଶେଷ ମହାମାରୀ ପ୍ରେରଣ କଲେ, ସେ ପ୍ରତ୍ୟେକ ଇସ୍ରାୟେଲୀର ପରିବାରକୁ ଏକ ଏକ ସିଦ୍ଧ ମେଷ ବଧ କରି ସେମାନଙ୍କ ଦ୍ଵାର ବନ୍ଧଗୁଡିକ ଉପରେ ସେହି ମେଷର ରକ୍ତ ଲଗାଇବାକୁ କହିଥିଲେ ।

ଈଶ୍ଵର ଯେତେବେଳେ ରକ୍ତ ଦେଖିଲେ, ସେ ସେମାନଙ୍କ ଗୃହ ଛାଡିଲେ ଏବଂ ସେମାନଙ୍କ ପ୍ରଥମ ଜାତ ପୁତ୍ରମାନଙ୍କୁ ମାରିଲେ ନାହିଁ ।ଏହି ଘଟଣାକୁ ନିସ୍ତାର ପର୍ବ କୁହାଯାଏ ।ଯୀଶୁ ହେଉଛନ୍ତି ଆମ୍ଭମାନଙ୍କ ନିସ୍ତାରପର୍ବର ମେଷ ।

ସେ ସିଦ୍ଧ ଓ ପାପଶୂନ୍ୟ ଥିଲେ ଏବଂ ନିସ୍ତାରପର୍ବ ପାଳନ ସମୟରେ ହିଁ ବଧ କରାଯାଇଥିଲେ ।ଯେତେବେଳେ ଯେକୌଣସି ବ୍ୟକ୍ତି ଯୀଶୁଙ୍କଠାରେ ବିଶ୍ଵାସ କରେ, ସେତେବେଳେ ଯୀଶୁଙ୍କ ରକ୍ତ ସେହି ବ୍ୟକ୍ତିଙ୍କ ପାପର ପ୍ରାୟଶ୍ଚିତ କରେ, ଏବଂ ଈଶ୍ଵରଙ୍କ ଦଣ୍ଡ ସେହି ବ୍ୟକ୍ତିଠାରୁ ଦୂର ହୁଏ ।ଈଶ୍ଵର ଇସ୍ରାଏଲୀୟମାନଙ୍କ ସହିତ ଏକ ନିୟମ କଲେ, ଯେଉଁମାନେ ତାହାଙ୍କ ମନୋନୀତ ଲୋକ ଥିଲେ ।

କିନ୍ତୁ ଈଶ୍ଵର ବର୍ତ୍ତମାନ ଏକ ନୂତନ ନିୟମ କରିଅଛନ୍ତି ଯାହା ସମସ୍ତଙ୍କ ନିମନ୍ତେ ଉପଲବ୍ଧ ଅଟେ ।ଏହି ନୂତନ ନିୟମ ଦ୍ବାରା, ଯେକୌଣସି ଲୋକଦଳର ଯେକୌଣସି ବ୍ୟକ୍ତି ଯୀଶୁଙ୍କୁ ବିଶ୍ଵାସ କରିବା ଦ୍ଵାରା ଈଶ୍ଵରଙ୍କ ଲୋକମାନଙ୍କର ଏକ ଅଂଶବିଶେଷ ହୋଇପାରିବେ ।ମୋଶା ଜଣେ ମହାନ୍ ଭାବବାଦୀ ଥିଲେ ଯିଏ ଈଶ୍ଵରଙ୍କ ବାକ୍ୟ ଘୋଷଣା କରିଥିଲେ ।

କିନ୍ତୁ ଯୀଶୁ ସମସ୍ତ ଭାବବାଦୀମାନଙ୍କ ମଧ୍ୟରୁ ସର୍ବ ମହାନ୍ ଥିଲେ ।ସେ ଈଶ୍ଵର ଅଟନ୍ତି, ତେଣୁ ସେ ଯାହା ଯାହା କରୁଥିଲେ ଓ ତାହା ଈଶ୍ଵରଙ୍କ କାର୍ଯ୍ୟ ଓ ଈଶ୍ଵରଙ୍କ ବାକ୍ୟ ଥିଲା ।ସେଥି ଯୋଗୁଁ ଯୀଶୁଙ୍କୁ ଈଶ୍ଵରଙ୍କ ବାକ୍ୟ କୁହାଯାଏ ।ଈଶ୍ଵର ରାଜା ଦାଉଦଙ୍କୁ ପ୍ରତିଜ୍ଞା କରି କହିଲେ ଯେ ତାହାଙ୍କ ବଂଶଧରଙ୍କ ମଧ୍ୟରୁ ଜଣେ ଈଶ୍ଵରଙ୍କ ଲୋକମାନଙ୍କ ଉପରେ ଚିରକାଳ ରାଜତ୍ଵ କରିବେ ।

ଯେହେତୁ ଯୀଶୁ ଈଶ୍ଵରଙ୍କ ପୁତ୍ର ଓ ଖ୍ରୀଷ୍ଟ ଥିଲେ, ସେ ଦାଉଦଙ୍କ ବିଶେଷ ବଂଶଧର ଥିଲେ ଯିଏ ଚିରକାଳ ରାଜତ୍ଵ କରିବେ ।ଦାଉଦ ଇସ୍ରାୟେଲର ରାଜା ଥିଲେ, କିନ୍ତୁ ଯୀଶୁ ସମଗ୍ର ବିଶ୍ଵର ରାଜା ଅଟନ୍ତି!

ସେ ପୁଣି ଆସିବେ ଏବଂ ନ୍ୟାୟ ଓ ଶାନ୍ତିରେ ଚିରକାଳ ରାଜତ୍ଵ କରିବେ ।

ተዛማጅ መረጃ

የሕይወት ቃላት - ስለ ድነት እና ስለ ክርስቲያናዊ ኑሮ መጽሐፍ ቅዱሳዊ መልእክት የያዙ በሺዎች በሚቆጠሩ ቋንቋዎች የኦዲዮ የወንጌል መልእክቶች።

Copyright and Licensing - GRN shares its audio, video and written scripts under Creative Commons

Choosing the audio or video format to download - What audio and video file formats are available from GRN, and which one is best to use?