unfoldingWord 39 - ଯୀଶୁଙ୍କର ବିଚାର କରାଯାଏ

unfoldingWord 39 - ଯୀଶୁଙ୍କର ବିଚାର କରାଯାଏ

രൂപരേഖ: Matthew 26:57-27:26; Mark 14:53-15:15; Luke 22:54-23:25; John 18:12-19:16

മൂലരേഖ (സ്ക്രിപ്റ്റ്) നമ്പർ: 1239

ഭാഷ: Oriya

പ്രേക്ഷകർ: General

തരം: Bible Stories & Teac

ഉദ്ദേശം: Evangelism; Teaching

ബൈബിൾ ഉദ്ധരണി: Paraphrase

അവസ്ഥ: Approved

മറ്റ് ഭാഷകളിലേക്ക് വിവർത്തനം ചെയ്യുന്നതിനും റെക്കോർഡുചെയ്യുന്നതിനുമുള്ള അടിസ്ഥാന മാർഗ്ഗനിർദ്ദേശങ്ങളാണ് സ്ക്രിപ്റ്റുകൾ. ഓരോ വ്യത്യസ്‌ത സംസ്‌കാരത്തിനും ഭാഷയ്‌ക്കും അവ മനസ്സിലാക്കാവുന്നതും പ്രസക്തവുമാക്കുന്നതിന് അവ ആവശ്യാനുസരണം പൊരുത്തപ്പെടുത്തണം. ഉപയോഗിച്ച ചില നിബന്ധനകൾക്കും ആശയങ്ങൾക്കും കൂടുതൽ വിശദീകരണം ആവശ്യമായി വന്നേക്കാം അല്ലെങ്കിൽ രൂപാന്തരപ്പെടുത്തുകയോ പൂർണ്ണമായും ഒഴിവാക്കുകയോ ചെയ്യാം.

മൂലരേഖ (സ്ക്രിപ്റ്റ്) ടെക്സ്റ്റ്

ସେତେବେଳେ ମଧ୍ୟରାତ୍ରି ଥିଲା ।ମହାଯାଜକ ଯେପରି ଯୀଶୁଙ୍କୁ ପ୍ରଶ୍ନ ପଚାରିବେ ସେଥିପାଇଁ ସୈନ୍ୟମାନେ ତାଙ୍କୁ ମହାଯାଜକଙ୍କର ଗୃହକୁ ନେଇଗଲେ ।ପିତର ଦୂରରୁ ରହି ସେମାନଙ୍କ ପଛେ ପଛେ ଯାଉଥିଲେ ।ଯୀଶୁଙ୍କୁ ଯେତେବେଳେ ସେହି ଗୃହକୁ ନିଆଗଲା, ପିତର ବାହାରେ ରହି ନିଆଁ ତାପୁ ଥିଲେ ।

ଗୃହ ମଧ୍ୟରେ, ଯିହୂଦୀ ନେତାମାନେ ଯୀଶୁଙ୍କର ବିଚାର କଲେ ।ସେମାନେ ଅନେକ ମିଥ୍ୟାସାକ୍ଷୀମାନଙ୍କୁ ଯୋଗାଇଲେ ଯେଉଁମାନେ ତାଙ୍କ ବିରୁଦ୍ଧରେ ମିଥ୍ୟା କହିବେ ।କିନ୍ତୁ, ସେମାନଙ୍କ ଚର୍ଚ୍ଚା ସବୁ ପରସ୍ପର ମଧ୍ୟରେ ଖାପ ଖାଉ ନଥିଲା, ତେଣୁ ଯିହୂଦୀ ନେତାମାନେ ପ୍ରମାଣ କରିପାରିଲେ ନାହିଁ ଯେ ସେ କିଛି ଭୁଲ୍ କରିଛନ୍ତି ।ଯୀଶୁ କିଛି କହିଲେ ନାହିଁ ।

ପରିଶେଷରେ, ମହାଯାଜକ ଯୀଶୁଙ୍କ ପ୍ରତି ସିଧାସଳଖ ଦେଖି ତାହାଙ୍କୁ ପଚାରିଲେ “ଆମ୍ଭମାନଙ୍କୁ କୁହ, ତୁମ୍ଭେ କି ଜୀବନ୍ତ ଈଶ୍ଵରଙ୍କ ପୁତ୍ର ଖ୍ରୀଷ୍ଟ?”

ଯୀଶୁ କହିଲେ “ମୁଁ ସେହି, ଏବଂ ଆପଣମାନେ ମୋତେ ଈଶ୍ଵରଙ୍କ ସିଂହାସନରେ ବସିବା ଏବଂ ସ୍ଵର୍ଗରୁ ଅବତରଣ ହେବାର ଦେଖିବେ ।”ପ୍ରଧାନ ଯାଜକ କ୍ରୋଧରେ ନିଜ ବସ୍ତ୍ର ଚିରି ଅନ୍ୟ ଧର୍ମ ନେତାମାନଙ୍କୁ ଚିତ୍କାର କରି କହିଲେ “ଆମ୍ଭମାନଙ୍କର ଆଉ ସାକ୍ଷୀ ଦରକାର ନାହିଁ!ତୁମ୍ଭେମାନେ ଶୁଣିଲ ଯେ ସେ ଈଶ୍ଵରଙ୍କ ପୁତ୍ର ବୋଲି କହୁଅଛି ।ତୁମ୍ଭମାନଙ୍କର ବିଚାର କ’ଣ?”

ଯିହୂଦୀ ନେତାମାନେ ମହଯାଜକଙ୍କୁ ଉତ୍ତର ଦେଲେ “ସେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ”ତା’ପରେ ସେମାନେ ଯୀଶୁଙ୍କ ଆଖିରେ କନା ବାନ୍ଧିଦେଲେ, ତାଙ୍କୁ ମାରିଲେ, ତାଙ୍କ ଉପରେ ଛେପ ପକାଇଲେ ଏବଂ ତାହାଙ୍କୁ ପରିହାସ କଲେ ।

ପିତର ଗୃହର ବାହାରେ ଅପେକ୍ଷା କରିଥିବା ସମୟରେ, ଜଣେ ଦାସୀ ବାଳିକା ତାହାଙ୍କୁ ଦେଖି କହିଲା “ତୁମ୍ଭେ ମଧ୍ୟ ଯୀଶୁଙ୍କ ସହିତ ଥିଲ!”ପିତର ଏ ବିଷୟକୁ ଅସ୍ଵୀକାର କଲା ।ପରବର୍ତ୍ତୀ ସମୟରେ, ଆଉ ଜଣେ ବାଳିକା ସେହି ଗୋଟିଏ ବିଷୟ କହିଲେ, କିନ୍ତୁ ପିତର ଏହା ମଧ୍ୟ ଅସ୍ଵୀକାର କଲେ ।ପରିଶେଷରେ, ଲୋକମାନେ କହିଲେ, “ଆମ୍ଭେମାନେ ଜାଣୁ ଯେ ତୁମ୍ଭେ ଯୀଶୁଙ୍କ ସହ ଥିଲ କାରଣ ତୁମ୍ଭେ ଉଭୟେ ଗାଲିଲୀରୁ ଆସିଅଛ ।”

ତା’ପରେ ପିତର ଶପଥ କଲେ, କହିଲେ “ଈଶ୍ଵର ମୋତେ ଅଭିଶାପ ଦିଅନ୍ତୁ ଯଦି ମୁଁ ଏହି ଲୋକକୁ ଜାଣିଥାଏ!”ସଙ୍ଗେ ସଙ୍ଗେ ଏକ କୁକୁଡା ରାବିଲା, ଏବଂ ଯୀଶୁ ବୁଲିପଡି ପିତରଙ୍କୁ ଚାହିଁଲେ ।

ପିତର ଚାଲିଗଲେ ଓ ଅତ୍ୟନ୍ତ ଖେଦର ସହ କାନ୍ଦିଲେ ।ଇତିମଧ୍ୟରେ, ବିଶ୍ବାସଘାତକ ଯିହୂଦା ଦେଖିଲେ ଯେ ଯିହୂଦୀ ନେତାମାନେ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ପାଇଁ ଦୋଷୀ କରିଅଛନ୍ତି ।ଯିହୂଦା ଅତ୍ୟନ୍ତ ଦୁଃଖିତ ହେଲା ଏବଂ ଚାଲିଯାଇ ନିଜକୁ ହତ୍ୟା କଲା ।

ପରବର୍ତ୍ତୀ ଦିନ ଭୋର ସକାଳରେ, ଯିହୂଦୀ ନେତାମାନେ ଯୀଶୁଙ୍କୁ ପିଲାତଙ୍କ ନିକଟକୁ ଆଣିଲେ ଯିଏ ରୋମୀୟ ଶାସକ ଥିଲେ ।ସେମାନେ ଆଶା କଲେ ଯେ ପିଲାତ ଯୀଶୁଙ୍କୁ ଦୋଷୀ ସାବ୍ୟସ୍ତ କରି ହତ ହେବା ନିମନ୍ତେ ବିଚାର କରିବେ ।ପିଲାତ ଯୀଶୁଙ୍କୁ ପଚାରିଲେ “ତୁମେ କ’ଣ ଯିହୂଦୀମାନଙ୍କର ରାଜା?”

ଯୀଶୁ ଉତ୍ତର ଦେଲେ “ଆପଣ କହୁଛନ୍ତି, କିନ୍ତୁ ମୋର ରାଜ୍ୟ ଏହି ଜଗତ ସମ୍ବନ୍ଧୀୟ ନୁହେଁ ।ଯଦି ଏପରି ହୋଇଥାଆନ୍ତା, ମୋ ଦାସମାନେ ମୋ ନିମନ୍ତେ ଯୁଦ୍ଧ କରିଥାନ୍ତେ ।ଈଶ୍ଵରଙ୍କ ବିଷୟରେ ସତ୍ୟ କଥା କହିବାକୁ ମୁଁ ପୃଥିବୀକୁ ଆସିଅଛି ।ଯେକୌଣସି ବ୍ୟକ୍ତି ସତ୍ୟକୁ ପ୍ରେମ କରେ ସେ ମୋ କଥା ଶୁଣେ ।”ପିଲାତ କହିଲେ “ସତ୍ୟ କ’ଣ?”

ପିଲାତ ଯୀଶୁଙ୍କ ସହ କଥା କହି ସାରିଲା ପରେ, ଜନଗହଳି ନିକଟକୁ ଯାଇ କହିଲେ “ଏହି ଲୋକଠାରେ ଆମ୍ଭେ କୌଣସି ଦୋଷ ପାଉନାହୁଁ ।”କିନ୍ତୁ ଯିହୂଦୀ ନେତାମାନେ ଓ ଜନସମାଗମ ଚିତ୍କାର କରି କହିଲେ “ତାହାଙ୍କୁ କ୍ରୁଶବିଦ୍ଧ କର!”ପିଲାତ ଉତ୍ତର ଦେଲେ “ସେ ଦୋଷୀ ନୁହେଁ ।”କିନ୍ତୁ ସେମାନେ ଅଧିକ ଚିତ୍କାର କରିବାକୁ ଲାଗିଲେ ।ତା’ପରେ ପିଲାତ ତୃତୀୟ ଥର କହିଲେ “ସେ ଦୋଷୀ ନୁହେଁ!”

ପିଲାତ ଭୟଭୀତ ହୋଇଯାଇଥିଲେ ଯେ କାଳେ ଲୋକସମୁହ ଦଙ୍ଗା କରିବା ଆରମ୍ଭ କରିବେ, ତେଣୁ ଯୀଶୁଙ୍କୁ କ୍ରୁଶବିଦ୍ଧ କରିବା ନିମନ୍ତେ ସେ ତାଙ୍କ ସୈନ୍ୟମାନଙ୍କୁ ଆଦେଶ ଦେଲେ ।ରୋମୀୟ ସୈନ୍ୟମାନେ ଯୀଶୁଙ୍କୁ କୋରଡା ପ୍ରହାର କଲେ ଏବଂ ଏକ ରାଜକୀୟ ବସ୍ତ୍ର ଓ ମସ୍ତକରେ କଣ୍ଟାର ମୁକୁଟ ପିନ୍ଧାଇଲେ ।ତା’ପରେ ସେମାନେ ତାଙ୍କୁ “ଯିହୂଦୀମାନଙ୍କର ରାଜାଙ୍କୁ ଦେଖ !” କହି ପରିହାସ କଲେ ।

ബന്ധപ്പെട്ട വിവരങ്ങൾ

Free downloads - Here you can find all the main GRN message scripts in several languages, plus pictures and other related materials, available for download.

The GRN Audio Library - Evangelistic and basic Bible teaching material appropriate to the people's need and culture in a variety of styles and formats.

Choosing the audio or video format to download - What audio and video file formats are available from GRN, and which one is best to use?

Copyright and Licensing - GRN shares it's audio, video and written scripts under Creative Commons